ରାତିରେ ଶୋଇବା ପୂର୍ବରୁ ଏହିସବୁ ଔଷଧ ସେବନ କରିବା ଭଲ

ଆଜିକାଲି ଅଧିକାଂଶ ଲୋକ ନିଜର ସ୍ବାସ୍ଥ୍ୟକୁ ନେଇ ବେଶ୍ ସଚେତନ। ଦରକାର ପଡ଼ିଲେ ଔଷଧ ସେବନ କରନ୍ତି। ହେଲେ, ଆପଣ କ’ଣ ଜାଣନ୍ତି କି ଏମିତି ଅନେକ ଔଷଧ ଅଛି, ଯାହାକୁ ୨୪ ଘଣ୍ଟାରେ ଥରଟିଏ ଖାଇବାକୁ  ଡାକ୍ତରମାନେ ପରାମର୍ଶ ଦେଇଥାଆନ୍ତି ।  ସେଭଳି କ୍ଷେତ୍ରରେ ନିମ୍ନୋକ୍ତ ରୋଗ ପାଇଁ  ଯଦି ଔଷଧ ସେବନ କରୁଥାଆନ୍ତି, ତେବେ ତାକୁ କେବଳ ରାତିରେ ଶୋଇବା ପୂର୍ବରୁ ଗ୍ରହଣ କରିଲେ ଭଲ ବୋଲି ଚିକିତ୍ସକଙ୍କ ମତ ଦେଇଥାନ୍ତି ।

ଆଲର୍ଜି ପାଇଁ  ଉଦ୍ଦିଷ୍ଟ ଔଷଧ: ଆଲର୍ଜି ପାଇଁ ଔଷଧ ନେଲେ ସାଧାରଣତଃ ନିଦ ମାଡ଼େ । ଦିନରେ ଏହାକୁ ନେଲେ କାମରେ ବ୍ୟାଘାତ ସୃଷ୍ଟି ହୁଏ।  ଏଣୁ ରାତିରେ ଏହାକୁ ସେବନ କଲେ ଭଲ ।

ନିଦ ପାଇଁ ସ୍ଲିପିଂ ପିଲ୍‌:  ଏଥିରେ ମାଦକ ଦ୍ରବ୍ୟ ଥିବା କାରଣରୁ ଗଭୀର  ନିଦ୍ରା  ଆସେ । ଏଣୁ ଏହାକୁ ରାତିରେ ଶୋଇବା ପୂର୍ବରୁ ସେବନ କରିବା ଉଚିତ।

ଡିପ୍ରେସନରୁ   ରକ୍ଷା ପାଇବା ଲାଗି ଔଷଧ: ଯେଉଁମାନେ ମାନସିକ ଚାପ  ଜନିତ ରୋଗରୁ ରକ୍ଷା ପାଇବା  ଲାଗି ଔଷଧ ସେବନ କରନ୍ତି, ସେମାନେ ଶୋଇବା ଆଗରୁ ତାହା ଖାଇଲେ ଭଲ ।

ରକ୍ତଚାପ ନିୟନ୍ତ୍ରଣ ଲାଗି ଔଷଧ:   ଯଦି ଆପଣ  ଉଚ୍ଚ ରକ୍ତଚାପ ବା ନିମ୍ନ ରକ୍ତ ଚାପର ନିୟନ୍ତ୍ରଣ ଲାଗି କୌଣସି ଔଷଧ  ସେବନ  କରୁଥାଆନ୍ତି, ତେବେ ତାକୁ ଦିନରେ ନ ନେଇ ରାତିରେ  ଗ୍ରହଣ କରିବା ଭଲ ।  କାରଣ ରାତିରେ ଏହାର ପ୍ରଭାବ ଭଲ ।

 



from ଜୀବନଚର୍ଯ୍ୟା – Sambad https://ift.tt/31kERr8

Post a Comment

0 Comments