ମେଷ: ଦିନଟି ଆତ୍ମବିଶ୍ବାସ ଭରା ରହିବ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ସନ୍ତାନଙ୍କ ପକ୍ଷରୁ ଖୁସି ଖବର ମିଳିବା ହେତୁ ଗୌରବାନ୍ବିତ ଅନୁଭବ କରିବେ।
ବୃଷ: କୌଣସି କାମରେ ଅଧିକ ପରିଶ୍ରମ କରିବେ। କଥା ହେବା ବେଳେ ଉଚିତ ଶବ୍ଦ ଚୟନ ଉପରେ ଧୢାନ ଦିଅନ୍ତୁ। ସରକାରୀ କାମରେ ସଫଳତା ମିଳିପାରେ।
ମିଥୁନ: ସମାଜରେ ମାନ ପ୍ରତିଷ୍ଠା ବଜାୟ ରହିବ। ବେପାରରେ ଲାଭ ହେବାର ସମ୍ଭାବନା ଅଛି। ଜୀବନସାଥୀଙ୍କ ସହିତ ଭଲରେ ସମୟ ଅତିବାହିତ ହେବ।
କର୍କଟ: ଆପଣଙ୍କର ମନୋବଳ ଉଚ୍ଚ ରହିବ। ମହତ୍ତ୍ବପୂର୍ଣ୍ଣ ମାମଲାରେ ସମାଧାନ ବାହାର କରିନେବେ। ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିପାରନ୍ତି।
ସି˚ହ: ଲାଗି ରହିଥିବା ଘରୋଇ ସମସ୍ୟାର ସମାଧାନ ବାହାରିଯିବ। ଜୀବନସାଥୀ ଆପଣଙ୍କ ଉପରେ ଖୁସି ରହିବେ। ଛାତ୍ରଙ୍କୁ ନିଜ କ୍ୟାରିୟର ଲାଗି ଭଲ ଖବର ମିଳିବ।
କନ୍ୟା: ନିଜକୁ ପରିବର୍ତ୍ତନ କରିବା ଲାଗି ଦିନଟି ଭଲ। ସବୁ ଲୋକଙ୍କ କଥା ଶୁଣିବାକୁ ଚେଷ୍ଟା କରିବେ। ଜୀବନସାଥୀ ଆପଣଙ୍କୁ ବହୁତ ପ୍ରଶ˚ସା କରିବେ।
ତୁଳା: କାହାରିକୁ କୌଣସି କଥା ବୁଝାଇବାରେ ଆପଣ ସଫଳ ହେବେ। ଅଫିସରେ ଅଧିକ ସମୟ କାମ କରିବେ। ବ୍ୟବସାୟ ପାଇଁ ଯାତ୍ରା ସାର୍ଥକ ହେବ।
ବିଛା: ନିଜର କାମ ନିର୍ଦ୍ଧାରିତ ସମୟରେ ସ˚ପୂର୍ଣ୍ଣ କରିନେବେ। ଅଚାନକ ଧନଲାଭ ହେବ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ। ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ଭଲ।
ଧନୁ: ବ୍ୟକ୍ତିଗତ ଉନ୍ନତି ପାଇଁ ଭଲ ଦିନଟିଏ। ଦୀର୍ଘ ଦିନରୁ ଲାଗିରହିଥିବା ଚିନ୍ତା ଦୂର ହେବ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ।
ମକର: ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍ ଆଲୋଚନା ହେବ। ବ୍ୟକ୍ତିଗତ ପ୍ରସଙ୍ଗରେ ଚିନ୍ତାଧାରା ବଦଳି ପାରେ। ବ୍ୟବସାୟରେ ବଡ଼ ଡିଲ୍ ହୋଇପାରେ।
କୁମ୍ଭ: କାର୍ଯ୍ୟ କ୍ଷେତ୍ରରେ ପୁରୁଣା ଯୋଗାଯୋଗରୁ ଲାଭ ମିଳିବ। ସାମାଜିକ କାର୍ଯ୍ୟ ଲାଗି ସମ୍ମାନିତ ହୋଇପାରନ୍ତି। ଛାତ୍ରଙ୍କୁ ପରିଶ୍ରମର ପରିଣାମ ହାସଲ ହେବ।
ମୀନ: ଆପଣଙ୍କ ମନ ଉତ୍ସାହିତ ରହିବ। ଅଫିସରେ ନିଜର ଦାୟିତ୍ବକୁ ସୁଚାରୁରୂପେ ତୁଲାଇବେ। ବ୍ୟବସାୟରେ ତ୍ବରିତ ନିଷ୍ପତ୍ତି ଲାଭପ୍ରଦ ହେବ।
from ଜୀବନଚର୍ଯ୍ୟା – Sambad https://ift.tt/3kocqPH
0 Comments