ଘର ଭିତରେ ଲଗାନ୍ତୁ ଏହସବୁ ଗଛ, ମିଳିବ ସକରାତ୍ମକ ଶକ୍ତି

ଘରେ ବାରିରେ ଗଛ ଲଗାଇବା କିଛି ଲୋକଙ୍କ ସଉକ। ଏପରିକି କିଛି ଲୋକ ଘର ଭିତରେ ବି ଚାରା ରୋପଣ କରିଥାନ୍ତି। କିନ୍ତୁ ଏମିତି କିଛି ଔଷଧୀୟ ଗଛ ରହିଛି ଯାହାକୁ ଘର ଭିତରେ ଲଗାଇଲେ ଉତ୍ତମ ସ୍ବାସ୍ଥ୍ୟ ମିଳିବା ସହ ଘରେ ସକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ଆସନ୍ତୁ ଜାଣିବା ସେଭଳି କିଛି ଗଛ ଉପରେ….
ତୁଳସୀ: ହିନ୍ଦୁମାନେ ତୁଳସୀକୁ ଅତି ପବିତ୍ର ଓ ପୂଜନୀୟା ଭାବେ ଗ୍ରହଣ କରିଥାନ୍ତି। ଏହାଛଡ଼ା ଏହାକୁ ଔଷଧୀୟ ବୃକ୍ଷ ମଧ୍ୟରେ ସାମିଲ କରାଯାଇଛି । ଏହାର ବ୍ୟବହାର ଔଷଧୀୟ ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ । ତୁଳସୀ ଗଛ ଲଗାଇବା ଦ୍ୱାରା ଘରେ ସୁଖ ଶାନ୍ତି ଆସିଥାଏ। ଖାଲି ସେତିକି ନୁହେଁ, ଏହି ଗଛ ମନରେ ସକରାତ୍ମକ ଭାବନା ଜାଗ୍ରତ କରିଥାଏ ।
ଘିକୁଆଁରୀ: ଘିକୁଆାଁରୀ ଏଭଳି ଆଉ ଏକ ଗଛ, ଯାହା ଉଭୟ ଔଷଧୀୟ ଏବଂ ସୌନ୍ଦର୍ଯ୍ୟ ଉପାଦାନ ପ୍ରସ୍ତୁତିରେ ବ୍ୟବହାର କରାଯାଏ। ଏଥିସହିତ ଏହା ଘରେ ସକରାତ୍ମକ ଭାବନା ଦୂର କରିବାରେ ସହାୟକ ହୋଇଥାଏ ।

image source–mathrubhumi english

ଗୋଲାପ: ଆମେ ଛାତ ଉପରେ ବା ବାଲକୋନିରେ ଗୋଲାପ ଗଛ ଲଗାଇଥାଉ। ଆମେ ଚାହିଁଲେ ନିଜ ଘର ଭିତରେ ଏପରିକି ବେଡ୍ ରୁମରେ ଦେଶୀ ଗୋଲାପ ଗଛ ଲଗାଇ ପାରିବା। ଏହା ମନରେ ସକରାତ୍ମକ ଭାବନା ଜାଗ୍ରତ କରିଥାଏ । ଏହାଛଡ଼ା ଏକଥା ବି ଭୁଲିଯିବା ଉଚିତ ନୁହେଁ ଯେ ଗୋଲାପ ଫୁଲ ଶାନ୍ତି, ପ୍ରେମ ଏବଂ ସକରାତ୍ମକ ପରିବେଶର ପ୍ରତୀକ ଅଟେ ।



from ଜୀବନଚର୍ଯ୍ୟା – Sambad https://ift.tt/2Zxjy4n

Post a Comment

0 Comments