ସୁସ୍ଥ ରହିବାକୁ ଚାହୁଁଥିଲେ ସକାଳୁ ପିଅନ୍ତୁ ଏହି ସବୁ ଉପକାରୀ ପାନୀୟ

ସକାଳୁ ଉଠିବା ମା‌ତ୍ରେ ଅନେକ ଲୋକଙ୍କର ଚା କିମ୍ବା କଫି ପିିଇବା ଅଭ୍ୟାସ ଥାଏ। ଅନେକ ଲୋକ କିଛି ଗୋଟାଏ ପାନୀୟରୁ ହିଁ ନିଜର ଦିନ ଆରମ୍ଭ କରିଥାନ୍ତି। ଆପଣଙ୍କ ବି ସେପରି କିଛି ଅଭ୍ୟ‌ାସ ଅଛି କି? ଯଦି ଅଛି ତେବେ ଜାଣିରଖନ୍ତୁ ଯେ କ’ଣ ପିିଇବା ଦ୍ବାରା କ’ଣ ଲାଭ ହେଇଥାଏ ଓ କ’ଣ କ୍ଷତି ହୋଇଥାଏ। ସକାଳୁ ଖାଲି ପେଟରେ ଯଦି ଆପଣ ଚା କିମ୍ବା କଫି ପିଇବାର ଅଭ୍ୟାସ ରଖିଛନ୍ତିି ତ ଏକଦମ ଭୁଲ୍‌ କରୁଛନ୍ତି। ଖାଲି ପେଟରେ ଏହି ଦୁଇ ଗରମ ପାନୀୟ ଗ୍ରହଣ କରିବା ଅର୍ଥାତ ନାନା ପ୍ରକାରର ପେଟ ସମସ୍ୟାକୁ ଡାକି ଆଣିବା ସହ ସମାନ।

: ନିଜକୁ ସୁସ୍ଥ ରଖିବା ପାଇଁ ସକାଳୁ ସକାଳୁ ଆପଣ ଲେମ୍ବୁ ପାଣି ପିଇପାରିବେ। ଲେମ୍ବୁରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଶରୀର ପାଇଁ ଖୁବ୍ ଭଲ ହୋଇଥାଏ। ଅଳ୍ପ ଉଷୁମ ଗରମ ପାଣିରେ ସାମାନ୍ୟ ଲୁଣ ମିଶାଇ ସେଥିରେ ଏକ ଚତୁର୍ଥାଂଶ ଲେମ୍ବୁ ଚିପୁଡ଼ି ପିଅନ୍ତୁ। ଚର୍ବି କମ୍‌ ହେବା ସହ ଶରୀର ମଧ୍ୟ ସୁସ୍ଥ ରହିବ।

ndtv

: ସକାଳ ସମୟରେ ପଇଡ଼ ପିଇବା ଖୁବ୍ ଭଲ ହୋଇଥ‌ାଏ। ପଇଡ଼ ପାଣି ଦେହ ପାଇଁ ଭାରି ଉପକାରୀ। ଏହାକୁ ପିଇବା ଦ୍ବାରା ପେଟ ଜନିତ ସମସ୍ୟା କମ୍‌ ହେବା ସହ ଅନେକ ରୋଗ ଦୂର ହୋଇଥାଏ।

: ସବୁଜ ଚା ବା ଗ୍ରୀନ ଟି ମଧ୍ୟ ଅନ୍ୟତମ ଉପକାରୀ ପାନୀୟ। ଯଦି ଆପଣଙ୍କର କିଛି ଗରମ ପାନୀୟ ପିଇବା ଅଭ୍ୟାସ ଅଛି ତେବେ ସକାଳୁ ଗ୍ରୀନ ଟି ପିଇପାରନ୍ତି।

: ଜିରା ମିଶ୍ରିତ ଗରମ ପାଣି ପିିଇବା ପି ପେଟ ପାଇଁ ଖୁବ୍ ଭଲ ହୋଇଥାଏ। ସକାଳୁ ସକାଳୁ ଜିରା ପାଣି ପିଇଲେ ଗ୍ୟାସ୍‌ଷ୍ଟ୍ରିକ୍‌ ସମସ୍ୟା ଦୂର ହୋଇଥାଏ।

 



from ଜୀବନଚର୍ଯ୍ୟା – Sambad https://ift.tt/2Zihmxw

Post a Comment

0 Comments