ପତଳା ହେବାକୁ ଚାହାଁନ୍ତି ତ, ଆପଣାନ୍ତୁ ଏହି ସହଜ ଉପାୟ

ଆଜିକାଲି ଅନେକ ଲୋକ କହୁଛନ୍ତି ଯେ ସେମାନେ ଘରେ ବସିବସି ମୋଟା ହୋଇଗଲେଣି। ସେମାନଙ୍କର ଓଜନ ବି ବଢିଯାଉଥିବା କହନ୍ତି। ଏଥିରୁ ରକ୍ଷା ପାଇବା ଲାଗି କେହିକେହି ଅନେକ ଉପାୟ ବି ଅବଲମ୍ବନ କରୁଛନ୍ତି।

ଯଦି କେହି ଆପଣଙ୍କୁ ଓଜନ କମ୍‌ କରିବାକୁ ପରାମର୍ଶ ଦେବେ, ତେବେ ଦୌଡ଼ିବାକୁ, ଜଗିଂ କରିବାକୁ, ବ୍ୟାୟାମ କରିବାକୁ ବା ଡାଏଟିଂ କରିବାକୁ କହିବେ। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ କେବଳ ଶୋଇ କରି ବି ଓଜନ କମ୍‌ କରି ହେବ। ଆମେ ଯେତେବେଳେ ଶୋଇଥାଉ, ସେତେବେଳେ ଶରୀରର ସଂପୂର୍ଣ୍ଣ ରୂପେ ମରାମତି ହୋଇଥାଏ। ଯେଉଁମାନେ ଠିକ୍‌ ଭାବେ ଶୋଇ ନ ଥାନ୍ତି, ସେମାନଙ୍କ ଶରୀରର ଅବସ୍ଥା ସଂପୂର୍ଣ୍ଣ ବଦଳିଯାଇଥାଏ।

image source–the telegraph

ନିକଟରେ ଆମେରିକାନ୍‌ ଜର୍ଣ୍ଣାଲ୍‌ ଅଫ୍‌ କ୍ଲିନିକାଲ୍‌ ନ୍ୟୁଟ୍ରିସନ୍‌ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଯେଉଁମାନେ ଭଲଭାବେ ଶୋଇଥାନ୍ତି, ସେମାନଙ୍କର କମ୍‌ ଶୋଉଥିବା ଲୋକଙ୍କ ତୁଳନାରେ ୨୦ ପ୍ରତିଶତ ଅଧିକ କ୍ୟାଲୋରି ବର୍ଣ୍ଣ ହୋଇଥାଏ। ଏହି ଗବେଷଣାରେ ଆହୁରି ମଧ୍ୟ କୁହାଯାଇଛି ଯେ, ଯଦି ଆପଣ ନିର୍ବସ୍ତ୍ର ହୋଇ ଶୁଅନ୍ତି, ତେବେ ଆପଣଙ୍କ ଶରୀର ଥଣ୍ଡା ରହିଥାଏ। ଏହା ଫ୍ୟାଟ୍‌ ବର୍ଣ୍ଣ କରି ଦେଇଥାଏ ଏବଂ ଏହା ଫଳରେ ଓଜନ ହ୍ରାସ ପାଇବାର ସମ୍ଭାବନା ଅଧିକ ହୋଇଥାଏ। ଯଦି ଆପଣ ପତଳା ହେବାକୁ ଚାହାଁନ୍ତି ବା ନିଜର ଓଜନ୍‌ କମ୍‌ କରିବାକୁ ଚାହାଁନ୍ତି, ତେବେ ଶୀଘ୍ର ଶୋଇ ଯାଆନ୍ତୁ ଓ ବିଳମ୍ବିତ ରାତ୍ରିରେ ଭୋଜନ କରିବାରୁ ନିବୃତ୍ତ ହୁଅନ୍ତୁ।



from ଜୀବନଚର୍ଯ୍ୟା – Sambad https://ift.tt/3iPTjwM

Post a Comment

0 Comments