ଆପଣଙ୍କର ଉଚ୍ଚ ରକ୍ତଚାପ ଅଛି କି? ଏହି ସବୁ ଉପାୟରେ ନିଜକୁ ସୁସ୍ଥ ରଖନ୍ତୁ

ରକ୍ତଚାପ ଆଜିକାଲି ଏକ ସାଧାରଣ ସମସ୍ୟା ପାଲଟିଗଲାଣି। ବିଶେଷ କରି ମସଲାଯୁକ୍ତ ଖାଦ୍ୟ, କାମ ଚାପ ଓ ମୋଟାପଣ ଏହାର ପ୍ରମୁଖ କାରଣ ହୋଇଥାଏ। ଉଚ୍ଚ ରକ୍ତଚାପର ଲୋକଙ୍କୁ ଧ୍ୟାନ କରିବା ଉଚିତ ବୋଲି ଆମେ ସମସ୍ତେ ଜାଣନ୍ତି। ଧ୍ୟାନ କରିବା ଦ୍ୱାରା ରକ୍ତଚାପକୁ ଆୟତ୍ତରେ ରଖାଯାଇ ପାରେ ବୋଲି ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ନିକଟରେ ହୋଇଥିବା ସର୍ଭେରୁ ଜାଣିବାକୁ ମିଳିଛି ଯେ ଧ୍ୟାନ ଅପେକ୍ଷା ବ୍ୟାୟାମ କଲେ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ବେଶି ଫଳପ୍ରଦ ହୋଇଥାଏ।

ଉଚ୍ଚ ରକ୍ତଚାପ ଥିବା ରୋଗୀମାନଙ୍କୁ ଦିଆଯାଉଥିବା ଔଷଧ ଯେତିକି ଫଳପ୍ରଦ ହୋଇଥାଏ ବ୍ୟାୟାମ ପୂରା ସମାନ ପ୍ରଭାବ ଦେଇଥାଏ ବୋଲି ଗବେଷକମାନେ ଗଷେବଷଣା କରି ଜାଣିବାକୁ ପାଇଛନ୍ତି। ନିୟମିତ ବ୍ୟାୟାମ କରିବା ଦ୍ୱାରା ଉଚ୍ଚ ରକ୍ତଚାପ ରୋଗୀମାନେ ସୁରକ୍ଷିତ ସ୍ଥରକୁ ସହଜରେ ଆସିପାରିବେ ବୋଲି ସୂଚନା ରହିଛି। କେତେକ ଆରୋବିକ୍ସ ବ୍ୟାୟାମ ଯେମିତିକି ଚାଲିବା, ସାଇକେଲ ଚଳାଇବା, ପାଣିରେ ସନ୍ତରଣ କରିବା କିମ୍ବା ନାଚିବା ଆଦି ମଧ୍ୟ ରକ୍ତଚାପକୁ ନିୟନ୍ତ୍ରଣରେ ରଖେ। ଏହିପରି ବ୍ୟାୟାମ ରୀତିମତ ଭାବେ ଅଭ୍ୟାସ କରି କରିଲେ ରକ୍ତଚାପକୁ ଚୁଟ୍‌କିରେ ନିୟନ୍ତ୍ରଣରେ ରଖା ଯାଇପାରେ ବୋଲି ଜାଣିବାକୁ ମିଳିଛି।

ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ପାଇଁ ମସ୍ତିଷ୍କକୁ ସ୍ଥିର ରଖିବା ନିତାନ୍ତ ଆବଶ୍ୟକ। ସେଥିପାଇଁ ସଂଗୀତ ପ୍ରତି ରୁଚି ରଖିବା ଖୁବ୍ ଭଲ। ଗୀତ ଶୁଣିଲେ ମନ ଯେତିକି ସ୍ଥିର ରହିଥାଏ ତାହା ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ ଯଥେଷ୍ଟ।

The post ଆପଣଙ୍କର ଉଚ୍ଚ ରକ୍ତଚାପ ଅଛି କି? ଏହି ସବୁ ଉପାୟରେ ନିଜକୁ ସୁସ୍ଥ ରଖନ୍ତୁ first appeared on Sambad.



from ଜୀବନଚର୍ଯ୍ୟା – Sambad https://ift.tt/2HkgN0e

Post a Comment

0 Comments