ଦୈନନ୍ଦିନ ଖାଦ୍ୟରେ ଏହି ସବୁ ସାମଗ୍ରୀ ଆଦୌ ବ୍ୟବହାର କରନ୍ତୁ ନାହିଁ

ଆମେ ଦୈନନ୍ଦିନ ରୋଷେଇରେ ବ୍ୟବହାର କରୁଥିବା ଏମିତି ଅନେକ ଖାଦ୍ୟ ପ୍ରସ୍ତୁତି ଉପକରଣ ରହିଛି ଯାହା ଶରୀର ପାଇଁ ଆଦୌ ସୁସ୍ଥକର ନୁହେଁ। ପ୍ରାରମ୍ଭରୁ ସେସବୁ ବ୍ୟବହାର ହେଉଥିବାର ଦେଖିଥିବା ହେତୁ ହେଉ କିମ୍ବା ନିଜେ ବ୍ୟବହାର କରିଥିବା ହେତୁ ହେଉ ସେଗୁଡ଼ିକର ଖରାପ ଗୁଣ ବିଷୟରେ ଚିନ୍ତା କରନ୍ତି ନାହିଁ। ମାତ୍ର ଏପରି ଅନେକ ଜିନିଷ ରହିଛି ଯାହାକୁ ଖାଦ୍ୟରେ ବ୍ୟବହାର କରିବା ଅନୁଚିତ।

ବଜାରରେ ମିଳୁଥିବା ଶସ୍ତା ଖୋଲା ତୈଳ ଆଦୌ ବି ଦେହ ପାଇଁ ଭଲ ହୋଇନଥାଏ। ତେଲ ପଛେ ଖୁବ କମ୍‌ ବ୍ୟବହର କରନ୍ତୁ ମାତ୍ର ଶସ୍ତା ତେଲ ରୋଷେଇରେ ବ୍ୟବହାର କରି ରୋଗକୁ ନିମନ୍ତ୍ରଣ କରନ୍ତୁ ନାହିଁ।

ପୂରା ବାହାର ଖାଇବାର ସ୍ୱାଦ ପାଇବା ପାଇଁ ଆମେ ଖାଦ୍ୟରେ ଯେଉଁ ସବୁ କ୍ରିମ୍‌ ବ୍ୟବହାର କରିଥାନ୍ତି ତାହା ଦେହ ପାଇଁ ନିହାତି ଅସୁସ୍ଥକର। ପାରୁଛନ୍ତି ଯଦି ସେହି କ୍ରିମ୍‌ ବ୍ୟବହାର କରିବା ଛାଡ଼ି ଦିଅନ୍ତୁ।

ଖାଦ୍ୟର ରଂଗ ଭଲ କରିବା ପାଇଁ ଆଜିକାଳି ବଜାରରେ ନାନା ପ୍ରକାରର ଫୁଡ୍‌ କଲରିଂ ଉପଲବ୍ଧ ହେଉଛି। ମାତ୍ର ମନେ ରଖନ୍ତୁ ତାହା ଦେହ ପାଇଁ ଆଦୌ ସୁସ୍ଥକର ନୁହେଁ।

ଆଖିକୁ ଭଲ ଦିଶିଥାଏ ବୋଲି ଆମେ ଅଧିକାଂଶ ସମୟରେ ଧଳା ଚାଉଳ ଖାଇବାକୁ ପସନ୍ଦ କରିଥାନ୍ତି। ମାତ୍ର ମନେ ରଖନ୍ତୁ ଧୂଷର ରଂଗର ଚାଉଳ ଦେହ ପାଇଁ ଭଲ ହୋଇଥାଏ।

ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ଆମେ ଅଧିକାଂଶ ଖାଦ୍ୟରେ ଚିନି ବ୍ୟବହାର କରିଥାନ୍ତି। ମାତ୍ର ଯେତେ ପାରୁଛନ୍ତି ଏହାକୁ କମ୍‌ ବ୍ୟବହାର କରନ୍ତୁ। ଏହା ଦେହ ଖରାପ କରାଇବାରେ ମୁଖ୍ୟ ଭୁମିକା ଗ୍ରହଣ କରିଥାଏ।

The post ଦୈନନ୍ଦିନ ଖାଦ୍ୟରେ ଏହି ସବୁ ସାମଗ୍ରୀ ଆଦୌ ବ୍ୟବହାର କରନ୍ତୁ ନାହିଁ first appeared on Sambad.



from ଜୀବନଚର୍ଯ୍ୟା – Sambad https://ift.tt/3mrKiML

Post a Comment

0 Comments