ସବୁଦିନ ଯୁବା ଦିଶିବାକୁ ଚାହାନ୍ତି କି? ଆପଣାନ୍ତୁ ଏହି ସବୁ ଉପାୟ

ମୁଖମଣ୍ଡଳରେ ବାର୍ଦ୍ଧକ୍ୟର ଛାପ ଦିଶିଲେ ଅଧା ସୌନ୍ଦର୍ଯ୍ୟ ସେଇଟି କମିଯାଏ। ଏପରି ପରିସ୍ଥିତିରେ ଅଧିକାଂଶ ଲୋକ ସଂକୋଚ ଅନୁୁଭବ କରିଥାନ୍ତି। ଆପଣଙ୍କ ଚର୍ମର ରଙ୍ଗ ଯାହା ହେଉ ପଛେ ତାହା ଆଦୌ ଗୁରୁତ୍ୱପୂର୍ଣ୍ଣ ନୁହେଁ, ଆପଣ କେତେ ଆକର୍ଷଣୀୟ ଭାବେ ନିଜକୁ ଉପସ୍ଥାପିତ କରୁଛନ୍ତି ତାହା ହିଁ ଗୁରୁତ୍ୱପୂର୍ଣ୍ଣ। ନିମ୍ନରେ ସେ ସଂପର୍କରେ ଉଲ୍ଳେଖ କରାଯାଇଛି। ଏହି ସବୁ ଦିଗକୁ ଧ୍ୟାନ ଦେଲେ ଆପଣ ବି ଦିଶିବେ ଚୀର ସବୁଜ।

ଡାକ୍ତରଙ୍କଠାରୁ ଆରମ୍ଭ କରି ଯୋଗ ଗୁରୁ, ସେଲିବ୍ରେଟି ଏବଂ ସବୁ ଧରଣର ବିୟୁଟିସିଆନ୍‌ମାନେ ମତ ଦିଅନ୍ତିି ଯେ ପାଣି ପିଇବା ଉତ୍ତମ ତ୍ୱଚା ପାଇଁ ସବୁଠାରୁ ଅଧିକ ଜରୁରୀ। ଯିଏ ତେତେ ପରିମାଣରେ ପାଣି ପିଅନ୍ତି ତାଙ୍କ ତ୍ୱଚା ସେତେ ଚିକ୍କଣ ଦିଶେ। ବ୍ରଣ ସମସ୍ୟା ମଧ୍ୟ ପାଖ ପଶେ ନାହିଁ।

ଫଳ, ପରିବା, ଦୁଗ୍ଧ ଜାତୀୟ ଖାଦ୍ୟ ନିଶ୍ଚୟ ଖାଆନ୍ତୁ। ଫଳରେ ତ୍ୱଚା ତେଲିଆ ଦିଶେ। ଦୂରରୁ ମଧ୍ୟ ଆପଣଙ୍କ ଚେହେରା ଚକମକ କରିବ। ପାରୁଛନ୍ତି ଯଦି କଲରା, ଲାଉ ଏବଂ ଗାଜର ରସ ପିଅନ୍ତୁ।

Khas Khabar

ଚା, କଫି କିମ୍ବା ଫାଷ୍ଟ୍‍ଫୁଡ୍‌ରୁ ନିଜକୁ ଦୂରେଇ ରଖନ୍ତୁ। ମନେ ରଖନ୍ତୁ ଫାଷ୍ଟ୍‍ଫୁଡ୍‌ ପ୍ରିୟ ଲୋକଙ୍କ ମଧ୍ୟରେ ଖୁବ୍‌ କମ୍‌ ବୟସରେ ବାର୍ଦ୍ଧକ୍ୟର ଛାପ ସ୍ପଷ୍ଟ ବାରି ହୋଇପଡ଼େ।

ମଝିରେ ମଝିରେ ମୁହଁରେ ଅମୃତଭଣ୍ଡା, କଦଳୀ, ଆଳୁ, ବିଲାତି ବାଇଗଣ କିମ୍ବା ମହୁ କୌଣସିରୁ ଗୋଟାଏ ଲେପ ଦିଅନ୍ତୁ। ଏହା ଦ୍ୱାରା ତ୍ୱଚା ନରମ ହୋଇଥାଏ।

ଅଧିକରୁ ଅଧିକ ଥର ମୁହଁ ଧୁଅନ୍ତୁ। ଥଣ୍ଡା ପାଣିରେ ମୁହଁ ଧୋଇଲେ ବେଶି ଭଲ। ବ୍ରଣ, ଦାଗ କିମ୍ବା ଛଉ ଆଦି ସମସ୍ୟା ପାଖ ପଶେ ନାହିଁ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରାତିରେ ଜଲ୍‌ଦି ଶୋଇ ଜଲ୍‌ଦି ଉଠନ୍ତୁ। ବିଳମ୍ବିତ ରାତିରେ ଶୋଇବା ତ୍ୱଚା ପାଇଁ ଆଦୌ ଶୁଭଙ୍କର ନୁହେଁ।



from ଜୀବନଚର୍ଯ୍ୟା – Sambad https://ift.tt/3lxOr1p

Post a Comment

0 Comments