ଦୈନନ୍ଦିନ ସକାଳୁ ପିଅନ୍ତୁ ଏହି ପାନୀୟ, ମିଳିବ ଅନେକ ସୁଫଳ

ଉଷୁମ ପାଣିରେ ଲେମ୍ବୁ ମିଶାଇ ପିଇବା ଦ୍ବାରା ଶରୀରର ଅତିରିକ୍ତ ଚର୍ବି କମ୍‌ ହୋଇଥାଏ ବୋଲି ଆମେ ସମେସ୍ତ ଜାଣନ୍ତି। ମାତ୍ର ଚର୍ବି ଖସାଇବାର ଏହା ଏକମାତ୍ର ଉପାୟ ନୁହେଁ। ଆହୁରି ବି ଅନେକ ଉପାୟ ରହିଛି।

ଯଦି ଆପଣ ଏହି ଉଷୁମ ପାଣୀ, ଲେମ୍ବୁ ମିଶ୍ରଣରେ ଟିକେ ହଳଦୀ ମିଶାଇ ପିଇବା ଆରମ୍ଭ କରିବେ, ତେବେ ଆପଣଙ୍କ ଶରୀରରେ ରହିଥିବା ଅନେକ ବଡ଼ ବଡ଼ ସମସ୍ୟାର ସମାଧାନ ଖୁବ୍‌ ସହଜରେ ହୋଇଯିବ । ଗୋଟେ ଗ୍ଲାସ୍‌ରେ ଅଧା ଲେମ୍ବୁ ଚିପୁଡ଼ି ସେଥିରେ ହଳଦୀ ଏବଂ ଉଷୁମ ପାଣି ମିଶାନ୍ତୁ । ଏହା ପରେ ସେଥିରେ ୧/୪ ଟି ଚାମଚ‌ ମହୁ ମିଶାନ୍ତୁ । ତପରେ ଏହାକୁ ପିଅନ୍ତୁ । ପ୍ରତିଦିନ ଏପରି କରିବା ଦ୍ୱାରା ଆପଣଙ୍କ ଶରୀରକୁ କ’ଣ ସବୁ ଫାଇଦା ମିଳିବ ଆସନ୍ତୁ ଜାଣିବା ।

:ହଳଦୀ ମସ୍ତିଷ୍କ ପାଇଁ ଲାଭଦାୟକ ହୋଇଥାଏ । ଯଦି ସକାଳୁ ଉଠି ଆପଣମାନେ ହଳଦୀ, ଲେମ୍ବୁ ଏବଂ ମହୁକୁ ଉଷୁମ ପାଣିରେ ମିଶାଇ ପିଉଛନ୍ତି, ତେବେ ଅପଣଙ୍କ ମସ୍ତିଷ୍କ ଶାନ୍ତ ଏବଂ ସକ୍ରିୟ ହୋଇ ଯାଇଥାଏ । ଯଦି ଆପଣଙ୍କର ସ୍ମରଣ ଶକ୍ତି ହ୍ରାସ ସମସ୍ୟା ରହିଛି, ତେବେ ଏହି ମିଶ୍ରଣକୁ ପିଇବା ଆରମ୍ଭ କରନ୍ତୁ ।

Image result for turmeric warm water

: ଏହି ମିଶ୍ରଣକୁ ପିଇବା ଦ୍ୱାରା ଯକୃତ ସୁସ୍ଥ ମଧ୍ୟ ରହିଥାଏ ।

: ନିୟମିତ ଭାବରେ ଏହି ମିଶ୍ରଣକୁ ସେବନ କରିବା ଦ୍ୱାରା ପେଟଜନିତ ସମସ୍ୟା ଦୂର ହେବା ସହ ପାଚନକ୍ରିୟା ସୁସ୍ଥ ରହିଥାଏ।

: ହଳଦୀରେ କର୍‌କ୍ୟୁରିନ୍‌ ନାମକ କେମିକାଲ ରହିଥାଏ, ଯାହା କର୍କଟ ରୋଗ ସୃଷ୍ଟିକାରୀ କୋଷିକାଗୁଡ଼ିକ ସହ ଲଢ଼ିଥାଏ ।

The post ଦୈନନ୍ଦିନ ସକାଳୁ ପିଅନ୍ତୁ ଏହି ପାନୀୟ, ମିଳିବ ଅନେକ ସୁଫଳ first appeared on Sambad.



from ଜୀବନଚର୍ଯ୍ୟା – Sambad https://ift.tt/3koO8oy

Post a Comment

0 Comments