ଟିକା ହେଉଛି କରୋନା ବିରୋଧୀ ସ˚ଗ୍ରାମର ଶେଷ ଅସ୍ତ୍ର। ଏହି ଟିକାର ସଫଳତା ବିଷୟରେ ଜାଣିବା ପାଇଁ ସାରା ଦୁନିଆ ଚାହିଁ ବସିଛି । ବିଭିନ୍ନ ଟିକା ତିଆରି କରୁଥିବା ସ˚ସ୍ଥା କୋଭିଡ୍-୧୯ ବିରୋଧରେ ‘ଆକ୍ବାୟାର୍ଡ ଇମ୍ୟୁନିଟି’ ବା ମା’ ପେଟରୁ ଆଣି ନଥିବା ଅର୍ଥାତ ଜନ୍ମ ପରବର୍ତ୍ତି ପ୍ରତିରୋଧକ ଶକ୍ତି ଆଣିବା ପାଇଁ ଟିକା ପ୍ରସ୍ତୁତ କରିବାରେ ବ୍ୟସ୍ତ। କରୋନା ଭୂତାଣୁ ଦ୍ବାରା ଶ୍ବାସ ପ୍ରକ୍ରିୟା ଜନିତ ରୋଗ ବିରୋଧରେ ଟିକା ତିଆରି କରିବାର ଆଗରୁ ଅଭିଜ୍ଞତା ଥିଲା। କିନ୍ତୁ ଏବେ କରୋନା ମହାମାରୀକୁ ଅଟକାଇବାରେ ସେହି ଟିକା ସମର୍ଥ ନୁହେଁ ବୋଲି ଜଣାପଡ଼ିଲା। ବୈଜ୍ଞାନିକମାନେ ପ୍ରଥମେ କରୋନା ଭୂତାଣୁର ବିଭିନ୍ନ ଅ˚ଶର ଆନାଟୋମି ଓ ସେମାନଙ୍କର କାର୍ଯ୍ୟଦକ୍ଷତା ବିଷୟରେ ଅନୁସନ୍ଧାନ କଲେ। ତାପରେ ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ କରୋନା ସ˚କ୍ରମଣକୁ ନଜରରେ ରଖି ସେହି ଭୂତାଣୁ ସମ୍ପର୍କରେ ଅନେକ ଅନୁସନ୍ଧାନ ଲଗାତାର ଜାରି ରଖିଛନ୍ତି। ୨୦୨୦ ମସିହା ଆରମ୍ଭରୁ କୋଭିଡ୍-୧୯ ଟିକା ପାଇଁ ଉଦ୍ୟମ ଜାରି ରହିଛି। ପ୍ରତ୍ୟେକ ଟିକାର ଦୁଇଟି ତଥ୍ୟ ସମ୍ପର୍କରେ ଧ୍ୟାନ ଦେବାକୁ ପଡ଼ିଥାଏ। ସେଗୁଡ଼ିକ ହେଲା ଟିକାର ରୋଗ ପ୍ରତିରୋଧକ ସାମର୍ଥ୍ୟ ଓ ଦ୍ବିତୀୟଟି ହେଲା ଟିକାର ନିରାପତ୍ତା ଓ ଆଲର୍ଜିକ୍ କରିବାର କ୍ଷମତା। ଟିକାର କାର୍ଯ୍ୟଦକ୍ଷତା ବା ପ୍ରୋଟେନ୍ ସିଲ୍ଡକୁ କେତୋଟି ସ˚ସ୍ଥା ୬୦ ପ୍ରତିଶତ ଦର୍ଶାଉଥିବା ବେଳେ ଆଉ କେତୋଟି ସ˚ସ୍ଥା ୯୦ରୁ ୯୫ ପ୍ରତିଶତ ସୁରକ୍ଷା ମିଳିବାର ଦାବି କରୁଛନ୍ତି। ଅକ୍ଟୋବର ୨୦୨୦ରେ ଏମିତି ସବୁ ପ୍ରତିଯୋଗିତାରେ ୩୨୧ଟି ସ˚ସ୍ଥା ଥିଲା ବେଳେ ନଭେମ୍ବର ମାସରେ ୫୬ଟି ସ˚ସ୍ଥା ଟିକା ତିଆରି କରିବାରେ ବହୁ ବାଟ ଆଗେଇ ଯାଇଥିଲେ। କିଛିଦିନ ପରେ ୩୬ଟି ସ˚ସ୍ଥା ଫେଜ୍-୧ ଟ୍ରାଏଲ କରିଥିଲେ ଏବ˚ ୫ଟି ସ˚ସ୍ଥା ଫେଜ୍-୨ ଟ୍ରାଏଲ୍ କରିଥିଲେ। ନିକଟରେ ୧୦ରୁ ୧୫ ସ˚ସ୍ଥା ଫେଜ୍-୩ ଟ୍ରାଏଲ୍ ବି କରିଛନ୍ତି।
ପ୍ରତ୍ୟେକ ଟିକାର ଦୁଇ ପ୍ରକାରର କ୍ରିୟା ଓ ପ୍ରତିକ୍ରିୟା ଥାଏ। ଗୋଟିଏ ହେଲା ଭାକ୍ସିନୋଜେନିକ୍ ବା ଇମ୍ୟୁନୋ ଜେନିକ ଓ ଦ୍ବିତୀୟଟି ହେଲା ଟକ୍ସିଜେନିକ ବା ଇସୋକ୍ରିୟା ଜନିତ ପ୍ରତିକ୍ରିୟା। ଫେଜ୍-୧ ଟ୍ରାଏଲ ଯାଏ ବା ସ୍ତର ଯାଏ ସେମାନେ ଏହି ଦୁଇଟି ପ୍ରତିକ୍ରିୟାର ପରିମାଣ ବିଷୟରେ ଅବଗତ ହୁଅନ୍ତି। ଫେଜ୍-୨ ଟ୍ରାଏଲ୍ରେ ସବୁଠୁ ଭଲ ଭ୍ୟାକ୍ସିନୋଜନିକ୍ ଗୁଣ ଥିବା ଟିକାକୁ ଚୟନ କରନ୍ତି ଓ ତାକୁ ପଶୁ ପକ୍ଷୀମାନଙ୍କୁ ଦେଇ ପରୀକ୍ଷା ନିରୀକ୍ଷା କରନ୍ତି। ଏହି ଟ୍ରାଏଲ୍ ଫଳପ୍ରଦ ହେଲେ ସେମାନେ ମନୁଷ୍ୟ ଦେହରେ ଟିକାର ଦକ୍ଷତା ଓ ପ୍ରତିକ୍ରିୟା ସମ୍ପର୍କରେ ଅନୁସନ୍ଧାନ କରିବାକୁ ଯାଆନ୍ତି। ଫେଜ୍-୩ ଟ୍ରାଏଲ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ।
ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ ଓ ଗେଷ୍ଟ ଫାଉଣ୍ତେସନ୍ ଭଳି କେତୋଟି ସ˚ସ୍ଥା ଟିକା ଅନୁସନ୍ଧାନରେ ଅର୍ଥ ବିନିଯୋଗ କରୁଛନ୍ତି। ଯେକୌଣସି ଟିକା ପ୍ରସ୍ତୁତ ହେବା ପାଇଁ ବହୁତ ବର୍ଷ ସମୟ ଲାଗିଥାଏ। କିନ୍ତୁ ଗୋଟିଏ ବର୍ଷ ମଧ୍ୟରେ କରୋନା ଟିକା ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। କିନ୍ତୁ ଟିକା ନେବା ପୂର୍ବରୁ ଏହାର ସଚେତନତା ଆଉ ପ୍ରତିକ୍ରିୟା ସଂପର୍କରେ ବି ଜାଣି ରଖିବା ଉଚିତ। ଟିକା ନେବା ପୂର୍ବରୁ ଭଲକରି ଗାଧୋଇ ଚର୍ମକୁ ଟିକା ଦେବା ସ୍ଥାନକୁ ପରିଷ୍କାର ରଖିବା ଉଚିତ୍। ଟିକା ଦେବା ପରେ ସେହି ସ୍ଥାନରେ ଡାକ୍ତରଙ୍କ ଉପସ୍ଥିତିରେ କିଛି ସମୟ ରହିବା ଉଚିତ୍। କାରଣ କୌଣସି ଆଲର୍ଜିକ ଜନିତ ପାର୍ଶ୍ବ ପ୍ରତିକ୍ରିୟା ହେବାର ସମ୍ଭାବନା ରହିଛି। ସେହି ପାର୍ଶ୍ବପ୍ରତିକ୍ରିୟାଗୁଡ଼ିକ ହେଲା ମୁଣ୍ତ ବୁଲାଇବା, ହଠାତ୍ ରକ୍ତଚାପ କମିଯାଇ ପଡ଼ିଯିବା, ଝାଳ ବୋହିବା, ବାନ୍ତି ଲାଗିବା, ଦେହରେ ରାସ ହୋଇଯିବା କିମ୍ବା ଦେହସାରା ବହୁତ ସ˚ଖ୍ୟାରେ ଚର୍ମରେ ରାସ ହୋଇ ମୁହଁ, ନାକ, ଆଖି, ଓଠ ଇତ୍ୟାଦି ସ୍ଥାନରେ ଘା’ ହୋଇଯିବା ଭଳି ଲକ୍ଷଣ ମଧ୍ୟ ଦେଖାଯାଇପାରେ। ହାତ, ଗୋଡ଼ ଅଚଳ ବା ପାରାଲିସିସ୍ ହେବା, ଅପସ୍ମାର ବାତ ଓ ଅଚେତ୍ ଇତ୍ୟାଦି ହୋଇପାରେ। ଏହିସବୁ ପାର୍ଶ୍ବ ପ୍ରତିକ୍ରିୟା ଖୁବ୍ କମ୍ କ୍ଷେତ୍ରରେ ଦେଖାଦେଇଥାଏ। କିନ୍ତୁ ଏସ˚ପର୍କରେ ଆମକୁ ସାବଧାନ ରହିବାକୁ ପଡ଼ିବ। ତତ୍କ୍ଷଣ ଚିକିତ୍ସା ଦ୍ବାରା ରୋଗୀ ସୁସ୍ଥ ହୋଇଯାଏ। ବୟସ୍କ ଲୋକମାନଙ୍କୁ ଉଚ୍ଚ ରକ୍ତଚାପ ଓ ବହୁମୂତ୍ର ଡାଇବେଟିସ୍ ଜ୍ବର ବା ଯେକୌଣସି ସ˚କ୍ରମଣ ଜନିତ ରୋଗ ଥିଲେ, ସେଗୁଡ଼ିକ ପରୀକ୍ଷା ନିରୀକ୍ଷା କରାଇ ଓ ତାର ଚିକିତ୍ସା କରାଇ ନିୟନ୍ତ୍ରଣକୁ ଆସିଲେ ଟିକା ନେବା ଉଚିତ୍। ଟିକା ଗ୍ରହଣ କରିଥିବା ବ୍ୟକ୍ତି ଡାକ୍ତର ଓ ଡାକ୍ତରଖାନାର ଫୋନ୍ ନମ୍ବର ରଖି ତାଙ୍କ ସାଙ୍ଗରେ କୌଣସି ଅସୁବିଧା ପାଇଁ ପରାମର୍ଶ ଗ୍ରହଣ କରିବା ଉଚିତ୍।
ଜରାରୋଗ (ଜେରିଆଟ୍ରିକ) ବିଭାଗୀୟ ମୁଖ୍ୟ
ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ
The post ସ୍ୱାସ୍ଥ୍ୟ ସମ୍ବାଦ : କରୋନା ବିରୋଧୀ ସ˚ଗ୍ରାମର ଶେଷ ଅସ୍ତ୍ର ‘ଟିକା’ first appeared on Sambad.
from ଜୀବନଚର୍ଯ୍ୟା – Sambad https://ift.tt/2HJf4lC
0 Comments