ଗର୍ଭଧାରଣ ସମୟରେ ମହିଳାମ‌ାନେ ଖାଆନ୍ତୁ ଏହି ସବୁ ଖାଦ୍ୟ

ମହିଳାମାନେ ଗର୍ଭବତୀ ସମୟରେ ଅଧିକରୁ ଅଧିକ ସତର୍କ ରହିବା ଉଚିତ ବୋଲି ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ବିଶେଷ କରି ଏହି ସମୟରେ ମହିଳାମାନେ ନିଜର ଖାଦ୍ୟ ଉପରେ ଅଧିକ ଗୁରୁତ୍ୱାରୋପ କରିବା ଜରୁରୀ ହୋଇଥାଏ। ଭର୍ଗବତୀ ଥିବା ସମୟରେ ଅରୁଚି ହେଉଥିବା ହେତୁ ମହିଳାମାନେ ଖାଇବାକୁ ନେଇ ଅନେକ କଟକଣା ଲଗାଇଥାଆନ୍ତି। ମାତ୍ର ଗର୍ଭ କାଳରେ କେଉଁ ସବୁ ଖାଦ୍ୟ ଖାଇବା ଜରୁରୀ ଆସନ୍ତୁ ସେ ବିଷୟରେ ଆଲୋଚନା କରିବା।

ଗର୍ଭ ସମୟରେ ଯେତେ ସବୁ ଫଳ ଖାଇଲେ କୌଣସି ଅସୁବିଧା ନାହିଁ। ମାତ୍ର ଯେଉଁ ଗୋଟାଏ ଫଳ ସେ ସମୟରେ ମହିଳାଙ୍କୁ ଖାଇବାକୁ ବାରଣ କରାଯାଇଛି ତାହା ହେଉଛି ପଣସ।

ଏ ସମୟରେ ଯେତେ ଶାଗ ଖାଇଲେ ଭଲ। ସାଗରୁ ବିଭିନ୍ନ ଧରଣର ଭିଟାମିନ ମିଳିବା ସହ ପିଲାର କେଶ ଘନ ହୋଇଥାଏ।

ଗର୍ଭବତୀ ରହିବା ସମୟରେ ପ୍ରୋଟିନ୍‌ ଜାତୀୟ ଖାଦ୍ୟ ଖାଇବା ଭଲ। ଦୈନନ୍ଦିନ ଖିର ପିଇବା ସହ ସେଥିରେ କେଶର ମିଶାଇ ପିଇଲେ ପିଲାର ରଂଗ ଭଲ ହୋଇଥାଏ।

ଏହି ସମୟରେ କାଜୁ, ବାଦାମ ଓ ଆଲମଣ୍ଡ ଖାଇବା ଭଲ। ପିଲାର ମସ୍ତିଷ୍କ ତୀକ୍ଷ୍ଣ ହୋଇଥାଏ ଏପରି ଖାଦ୍ୟ ଖାଇବା ଦ୍ୱାରା।

ଦହି, କାକୁଡ଼ି ଆଦି ପ୍ରଚୁର ପରିମାଣରେ ଖାଇବା ଉଚିତ। ପିଲାର ମସ୍ତିଷ୍କ ଥଣ୍ଡା ହେବା ସହ ସୁସ୍ଥ ପିଲା ଜନ୍ମ ନେଇଥାଏ ମାଆ ଏପରି ଖାଦ୍ୟ ଖାଇଲେ।

ଏସିଡିଟି ଦୂର କରିବା ପାଇଁ ଗର୍ଭବତୀମାନଙ୍କୁ ଏହି ସମୟରେ ପଇଡ଼ ପାଣି, ମିସିରି ପାଣି ପିଇବା ଉଚିତ।

The post ଗର୍ଭଧାରଣ ସମୟରେ ମହିଳାମ‌ାନେ ଖାଆନ୍ତୁ ଏହି ସବୁ ଖାଦ୍ୟ first appeared on Sambad.



from ଜୀବନଚର୍ଯ୍ୟା – Sambad https://ift.tt/3alTzD2

Post a Comment

0 Comments