![](https://sambad.in/wp-content/uploads/2021/02/roseday1-723.jpg)
ଭାଲେଣ୍ଟାଇନ୍ସ ଡେ ବା ପ୍ରେମ ଦିବସ ପାଳନ ଏକ ପାଶ୍ଚାତ୍ୟ ସଂସ୍କୃତି ହୋଇଥିଲେ ବି ଆମ ଦେଶରେ ବେଶ୍ କିଛି ବର୍ଷ ହେବ ତାହା ଖୁବ୍ ପ୍ରଭାବ ଜମାଇଛି। ପ୍ରେମୀମାନେ ଏହି ଦିନକୁ ବଡ଼ ଧୁମ୍ଧାମର ସହ ପାଳନ କରିଥାନ୍ତି। ତେବେ, ମଜା କଥାଟି ହେଉଛି ପ୍ରେମ ଦିବସ ସିନା ଗୋଟାଏ ଦିନ ତାହା ପୂର୍ବରୁ ଆହୁରି ୬ଟି ଦିନକୁ ପ୍ରେମୀମାନେ ପାଳନ କରିଥାନ୍ତି। ପୂରା ୭ ଦିନ ଧରି ଏହି ପ୍ରେମ ସପ୍ତାହ ପାଳନ କରାଯାଏ। ତେବେ ଚାଲନ୍ତୁ ଜାଣିବା କେଉଁ ଦିନ କି ଦିବସ ଭାବେ ପାଳନ କରାଯାଏ।
ଫେବ୍ରୁଆରି ୭: ରୋଜ୍ ଡେ(ଗୋଲାପ ଦିବସ): ଏହି ଦିନ ପ୍ରେମୀମାନେ ଗୋଲାପ ଦେଇ ନିଜ ସାଥୀଙ୍କୁ ଶୁଭେଚ୍ଛା ଜଣାଇଥାନ୍ତି।
ଫେବ୍ରୁଆରି ୮: ପ୍ରପୋଜ୍ ଡେ(ପ୍ରେମ ନିବେଦନ ଦିବସ): ଏହି ଦିନ ପ୍ରେମୀମାନେ ନିଜର ସାଥୀଙ୍କୁ ପ୍ରେମ ନିବେଦନ କରନ୍ତି ବା ସେ ତାଙ୍କୁ କେତେ ଭଲପାଆନ୍ତି ଜଣାଇଥାନ୍ତି।
ଫେବ୍ରୁଆରି ୯: ଚକୋଲେଟ୍ ଡେ: ଦିବସର ନାମରୁ ତ ନିଶ୍ଚୟ ବୁଝିସାରିଥିବେ ଆପଣଙ୍କୁ କ’ଣ କରିବାକୁ ହେବ। କିଛି ଚିନ୍ତା ନକରି ସାଥୀଙ୍କୁ ଚକୋଲେଟ୍ ଦେଇ ଖୁସି କରାନ୍ତୁ।
ଫେବ୍ରୁଆରି ୧୦: ଟେଡ୍ଡି ଡେ: ଡେଡ୍ଡି ଝିଅମାନଙ୍କର ଖୁବ୍ ପ୍ରିୟ। ଏହି ଦିବସରେ ପ୍ରେମିକମାନେ ତାଙ୍କ ପ୍ରେମିକାଙ୍କୁ ଟେଡ୍ଡି ଉପହାର ଦେଇଥାନ୍ତି।
ଫେବ୍ରୁଆରି ୧୧: ପ୍ରମିଜ୍ ଡେ(ଶପଥ ଦିବସ): ଏହି ଦିବସରେ ଜୀବନ ସାରା ସାଥୀ ହୋଇ ରହିବାକୁ ପ୍ରେମୀମାନେ ତାଙ୍କ ସାଥୀଙ୍କ ନିକଟରେ ଶପଥ ନେଇଥାନ୍ତି।
ଫେବ୍ରୁଆରି ୧୨: ହଗ୍ ଡେ(ଆଲିଙ୍ଗନ ଦିବସ) ଏହି ଦିନ ପ୍ରେମୀମାନେ ପରସ୍ପରଙ୍କୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଥାନ୍ତି।
ଫେବ୍ରୁଆରି ୧୩: କିସ୍ ଡେ(ଚୁମ୍ବନ ଦିବସ): କିସ୍ ଡେ ଦିନ ପ୍ରେମିକ, ପ୍ରେମିକା ପରସ୍ପରଙ୍କୁ ଚୁମ୍ବନ ଦେଇ ସ୍ନେହ ଯଚାଇଥାନ୍ତି।
ଫେବ୍ରୁଆରି ୧୪: ଭାଲେଣ୍ଟାଇନ୍ସ ଡେ(ପ୍ରେମ ଦିବସ): ଏହା ହେଉଛି ପ୍ରେମ ସପ୍ତାହ ଶେଷ ଦିନ ବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଅନ୍ୟ ସମସ୍ତ ଦିନକୁ କେହି ମାନନ୍ତୁ ବା ନ ମାନନ୍ତୁ ଭାଲେଣ୍ଟାଇନସ୍ ଡେକୁ କିନ୍ତୁ ଅଧିକରୁ ଅଧିକାଂଶ ପ୍ରେମୀ ବଡ଼ ଧୁମ୍ଧାମରେ ପାଳନ କରିଥାନ୍ତି। ଏହି ଦିନ ନିଜ ମନ କଥା ଖୋଲା ଖୋଲି ଭାବେ ସାଥୀଙ୍କୁ କୁହନ୍ତି।
The post ଆଜି ଭ୍ୟାଲେଣ୍ଟାଇନ୍ସ ସପ୍ତାହର ପ୍ରଥମ ଦିନ; ଗୋଲାପରୁ ଆରମ୍ଭ ହେଲା ପ୍ରେମୀଙ୍କ ଉତ୍ସବ first appeared on Sambad.
from ଜୀବନଚର୍ଯ୍ୟା – Sambad https://ift.tt/3rte8CV
0 Comments