ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦିନଟି ଉତ୍ସାହ ଭରା ରହିବ। ଭଲ କ˚ପାନିରେ ଇଣ୍ଟର୍‍ଭ୍ୟୁ ପାଇଁ ଖବର ଆସିବ। କୌଣସି ବନ୍ଧୁ ଆପଣଙ୍କର ସହାୟତା କରିପାରନ୍ତି।

ବୃଷ: ରାଜନୀତି କ୍ଷେତ୍ରରେ ପରିସର ବଢ଼ିବ। ବନ୍ଧୁଙ୍କ ଘରକୁ ଯିବା ପାଇଁ ଯୋଜନା କରିବେ। ଚାକିରିଜୀବୀଙ୍କୁ ସୁବର୍ଣ୍ଣ ସୁଯୋଗ ମିଳିବ। ବ୍ୟବସାୟରେ ପରିବର୍ତ୍ତନ ଆଣିବେ।

ମିଥୁନ: କର୍ମକ୍ଷେତ୍ରରେ ଭଲ ନୀତି ଅନୁସରଣ କରି କାମ କରିବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ପାରିବାରିକ ଜୀବନ ସୁଖମୟ ହେବ। ଛାତ୍ରଙ୍କୁ ଶିକ୍ଷକଙ୍କ ସାହାଯ୍ୟ ମିଳିବ।

କର୍କଟ: ବ୍ୟବସାୟ ପାଇଁ ଦିନଟି ଲାଭଦାୟକ। ନୂଆ ଲୋକଙ୍କ ସହିତ ବନ୍ଧୁତା ହେବ। ରୋଜଗାର ଖୋଜୁଥିବା ଯୁବକଙ୍କୁ ଉପାର୍ଜନ ମିଳିବ।

ସି˚ହ: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ପୁରୁଣା ବନ୍ଧୁଙ୍କ ସହିତ ମିଶିବା ପାଇଁ ଇଚ୍ଛା ହେବ। ପୂର୍ବରୁ କିଣିଥିବା ଜମି ଭଲ ଦାମ୍‌ରେ ବିକ୍ରି କରିବେ।

କନ୍ୟା: ଆତ୍ମସମୀକ୍ଷାରେ ସମୟ ବିତିବ। ଆପଣଙ୍କ ସହିତ ବିଶ୍ବାସଘାତ କରିଥିବା ବ୍ୟକ୍ତିଙ୍କୁ କ୍ଷମା କରି ଦିଅନ୍ତୁ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ।

ତୁଳା: ନିଜର ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଭଲ ଦିନଟିଏ। ଠିକାଦାରଙ୍କୁ ଧନଲାଭ ହେବ। ଜୀବନସାଥୀଙ୍କ ଠାରୁ ଢେର‌୍‌ ପ୍ରେମ ପାଇବେ।

ବିଛା: ଧର୍ମ କାର୍ଯ୍ୟରେ ଆପଣଙ୍କର ଆସ୍ଥା ବଢ଼ିବ। ମନକୁ ଶାନ୍ତ ରଖି ବିବାଦର ସମାଧାନ କରନ୍ତୁ। ଭୂସ˚ପତ୍ତି କିଣିବା ଯୋଗ ରହିଛି।

ଧନୁ: ସକାରାତ୍ମକ ଭାବନା ଓ ଶକ୍ତିକୁ ପ୍ରୟୋଗ କରନ୍ତୁ। କୋର୍ଟ କଚେରି ମାମଲାରେ ଜିତିବେ। ବ୍ୟାବସାୟିକ ସଉଦା ପାଇଁ ରାଜ୍ୟ ବାହାରକୁ ଯିବେ।

ମକର: କ୍ୟାରିୟର ସମ୍ବନ୍ଧରେ ବିଚାର ବିମର୍ଶ କରିବେ। ନୂଆ ସ୍ରୋତରୁ ଧନଲାଭ ହେବ। ପ୍ରିୟ ବନ୍ଧୁ ସହିତ ମିଳନର ଯୋଗ ରହିଛି। ବାହନ କିଣିବା ଲାଗି ଇଚ୍ଛା ହେବ।

କୁମ୍ଭ: କୌଣସି କାର୍ଯ୍ୟ ସ˚ପୂର୍ଣ୍ଣ ହେବା ଯୋଗୁଁ ଲୋକେ ଅଭିନନ୍ଦନ ଜଣାଇବେ। ବନ୍ଧୁ ସହିତ ସମ୍ବନ୍ଧରେ ସୁଧାର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।

ମୀନ: ଅନ୍ୟମାନଙ୍କ ସହିତ କଥା କହିବା ବେଳେ ଠିକ୍‌ ଭାଷା ପ୍ରୟୋଗ କରନ୍ତୁ। ପୂର୍ବରୁ କିଣିଥିବା ଜମି ବିକିଲେ ଯଥେଷ୍ଟ ଲାଭ ହେବ। ପ୍ରେମ ଜୀବନ ଭଲ ରହିବ।

The post ଜାଣନ୍ତୁ ଆଜିର ରାଶିଫଳ first appeared on Sambad.



from ଜୀବନଚର୍ଯ୍ୟା – Sambad https://ift.tt/3bddjrt

Post a Comment

0 Comments