ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଭାବିଥିବା କାମ ସଂପୂର୍ଣ୍ଣ ହୋଇଯିବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାତ୍ରା କରିବେ। ମହିଳାମାନେ ରୋଷେଇ କରୁଥିବା ସମୟରେ ସାବଧାନ ରୁହନ୍ତୁ।

ବୃଷ: ଅର୍ଥ ସମ୍ବନ୍ଧରେ ଗମ୍ଭୀରତାର ସହ ବିଚାର କରିବେ। ପଡ଼ୋଶୀ ସହିତ ମତଭେଦ ହେବାର ଆଶଙ୍କା ରହିଛି। ବିଦେଶରେ ପଢୁଥିବା ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଶୁଭ।

ମିଥୁନ: ନିଜର ସମସ୍ୟା କାହାରିକୁ କୁହନ୍ତୁ ନାହିଁ। ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କଲେ କ୍ଷତି ହୋଇପାରେ। ଦାମ୍ପତ୍ୟ ଜୀବନରେ ମଧୁରତା ରହିବ।

କର୍କଟ: ଅନ୍ୟମାନଙ୍କ ଉପରେ ଭଲ ପ୍ରଭାବ ପକାଇବା ପାଇଁ ଚେଷ୍ଟା କରିବେ। ଚାକିରି ଖୋଜୁଥିବା ଲୋକଙ୍କ ଲାଗି ଦିନଟି ଶୁଭ। ପରିବାରରେ ଦାୟିତ୍ବ ବଢ଼ିବ।

ସିଂହ: ଜୀବନରେ କୌଣସି କ୍ଷେତ୍ରରେ ସୁଧାର ହେବ। ବେପାର ମାମଲାରେ ନୂଆ ନୂଆ ବିଚାର ଆସିବ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ।

କନ୍ୟା: ଘରୋଇ କାମରେ ବ୍ୟସ୍ତ ରହିବା ହେତୁ ବ୍ୟବସାୟରେ ଧ୍ୟାନ ଦେଇପାରିବେ ନାହିଁ। ଜୀବନସାଥୀ କିଛି ଭଲ ଚିଜ ଖାଇବାକୁ ଦେବେ। ଛାତ୍ରଙ୍କ ଲାଗି ଦିନଟି ଭଲ।

ତୁଳା: ଆପଣଙ୍କ ବ୍ୟବହାର ସକାରାତ୍ମକ ରହିବ। ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ। ପ୍ରସାଧନ ବ୍ୟବସାୟୀ ସାବଧାନତା ଅବଲମ୍ବନ କରନ୍ତୁ।

ବିଛା: ସଫଳତା ପାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ଅଧ୍ୟାପକଙ୍କ ଲାଗି ଭଲ ଦିନଟିଏ। ଜମି କିଣି ପାରନ୍ତି। କଳା ଛାତ୍ରଙ୍କ ଲାଗି ଦିନଟି ଭଲ।

ଧନୁ: ଧାର୍ମିକ କାର୍ଯ୍ୟରେ ଆପଣଙ୍କ ମନ ଲାଗିବ। ଇଂଜିନିୟରଙ୍କୁ ନୂଆ ପ୍ରକଳ୍ପରେ କାମ ମିଳିବ। ବିବାହିତଙ୍କୁ ସନ୍ତାନ ସୁଖ ପ୍ରାପ୍ତି ହେବ।

ମକର: ଦୈନନ୍ଦିନ କାର୍ଯ୍ୟସୂଚୀରେ ପରିବର୍ତ୍ତନ ଆଣିବେ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ଓକିଲଙ୍କ ଲାଗି ଦିନଟି ବହୁତ ଭଲ। ଘରକୁ ନୂଆ ବନ୍ଧୁଙ୍କ ଆଗମନ ହେବ।

କୁମ୍ଭ: ନିଜର ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଚେଷ୍ଟା କରିବେ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ। କୌଣସି କାଠ ସାମଗ୍ରୀ କିଣିବେ।

ମୀନ: କୌଣସି ଶୁଭ ସମାଚାର ପାଇବେ। ପୁଞ୍ଜି ବଜାରରେ ନିବେଶ ଲାଗି ଦିନଟି ଶୁଭ। ଅଫିସର ପରିବେଶ ଟିକେ ଅଲଗା ରହିବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ।

The post ଜାଣନ୍ତୁ ଆସନ୍ତାକାଲିର ରାଶିଫଳ first appeared on Sambad.

from ଜୀବନଚର୍ଯ୍ୟା | Sambad https://ift.tt/2PsSnp2

Post a Comment

0 Comments