ମଧୁମେହ, ରକ୍ତଚାପ, କିଡ୍‌ନି ଓ ହୃଦ୍‌ରୋଗୀଙ୍କ ପାଇଁ ଏହି ପାନୀୟ କୌଣସି ଔଷଧଠାରୁ କମ୍‌ ନୁହେଁ

ଆପଣ ପଇଡ଼ ପାଣି ପିଇବାର ଅଭ୍ୟାସ ରଖିଛନ୍ତି ତ? ଯଦି ରଖିନାହାନ୍ତି ତେବେ ତୁରନ୍ତ ଅଭ୍ୟାସ କରନ୍ତୁ। ସଂସାରରେ ଯେତେ ପ୍ରକାରର ପାନୀୟ ରହିଛି ସବୁଠାରୁ ଉତ୍ତମ ହେଉଛି ପଇଡ଼ପାଣି। ଏହାକୁ ପିଇବା ଦ୍ୱାରା ପେଟ ରୋଗ ଜନୀତ ଅନେକ ସମସ୍ୟାର ସମାଧାନ କରାଯାଇପାରେ। ଗୋଟିଏ ପଇଡ଼ରେ ମାତ୍ର ୪ ପ୍ରତିଶତ ଫଳ ଓ ୯୪ ପ୍ରତିଶତ ଜଳ ଭାଗ ଥାଏ। ଏଥିରେ କାର୍ବସ, ଫାଇବର୍‌, ପ୍ରୋଟିନ୍‌, ଭିଟାମିନ୍‌, ମ୍ୟାଗ୍‌ନେସିୟମ୍‌, ମାଗାନିଜ୍‌, ପଟ୍ଟାସିୟମ, ସୋଡିୟମ୍‌ ଓ କ୍ୟାଲ୍‌ସିୟମ୍‌ ରହିଛି। ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ୍‌ ବି ରହିଛି।

ପଇଡ଼ରେ ମଧୁମେହ ରୋଗ ସହ ଲଢ଼ିପାରିବାର ଶକ୍ତି ରହିଛି। ରୀତିମତ ପଇଡ଼ ପାଣି ପିଇଲେ ମଧୁମେହକୁ ଆୟତ୍ତରେ ରଖାଯାଇ ପାରେ। ଏହା ରକ୍ତରେ ଶର୍କରା ଭାଗକୁ ଆୟତ୍ତରେ ରଖେ। କେବଳ ମଧୁମେହ ନୁହେଁ, କିଡନିଜନୀତ ରୋଗ ପାଇଁ ମଧ୍ୟ ଏହା ଖୁବ୍‌ ଉପକାରୀ। ନିୟମିତ ପଇଡ଼ ପିଇଲେ କିଡ୍‌ନି ସୁସ୍ଥ ରହେ ବୋଲି ଡାକ୍ତରମାନେ ପରାମର୍ଶ ଦେଇଥାନ୍ତିି। ହୃଦ୍‌ରୋଗୀମାନଙ୍କ ପାଇଁ ମଧ୍ୟ ପଇଡ଼ ପାଣି ଖୁବ୍‌ ଉପକାରୀ। ପଇଡ଼ ପିଇଲେ ହୃଦ୍‌ଘାତ ହେବାର ସମ୍ଭାବନା କମ୍‌ ରହିଥାଏ। ରକ୍ତଚାପ ପାଇଁ ମଧ୍ୟ ପଇଡ଼ ପାଣି ଅବ୍ୟର୍ଥ ଔଷଧ ଭାବେ କାର୍ଯ୍ୟ କରେ। ବିପି ରୋଗୀ ନିୟମିତ ପଇଡ଼ ପାଣି ପିଇଲେ ଭଲ। ପରିସ୍ରା ସଂକ୍ରମଣ, ପେଟ ଗରମ, କାଶ ଆଦି ଅନେକ ରୋଗକୁ ପଇଡ଼ ପାଣି ପିଇବା ଦ୍ୱାରା ଆୟତ୍ତ କରାଯାଇ ପାରେ। ତେବେ ଆପଣ ଏଭଳି ଉପକାରୀ ପାନୀୟକୁ ନିଶ୍ଚୟ ପିଅନ୍ତୁ।

The post ମଧୁମେହ, ରକ୍ତଚାପ, କିଡ୍‌ନି ଓ ହୃଦ୍‌ରୋଗୀଙ୍କ ପାଇଁ ଏହି ପାନୀୟ କୌଣସି ଔଷଧଠାରୁ କମ୍‌ ନୁହେଁ first appeared on Sambad.

from ଜୀବନଚର୍ଯ୍ୟା | Sambad https://ift.tt/3sK4LPA

Post a Comment

0 Comments