ମେଷ: ଖୋଦକୁ ଲୋକଙ୍କ ନଜରରେ ଭଲ ପ୍ରମାଣିତ କରିପାରିବେ। କୌଣସି କାମରେ ଯଥେଷ୍ଟ ଲାଭ ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।
ବୃଷ: କାର୍ଯ୍ୟକ୍ଷେତ୍ରରେ ଏଭଳି ସୁଯୋଗ ପାଇବେ ଯାହା ଦ୍ବାରା ଭବିଷ୍ୟତ ଉଜ୍ଜ୍ବଳ ହେବ। ଘରୋଇ ଜୀବନ ସୁଖଦ ହେବ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।
ମିଥୁନ: ପ୍ରତ୍ୟେକ କାମରେ ମନ ଲାଗିବ। ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ତୁଲାଇବେ। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ।
କର୍କଟ: ବିରୋଧୀମାନେ କ୍ଷତି ପହଞ୍ଚାଇବା ପାଇଁ ବିଫଳ ପ୍ରୟାସ କରିବେ। ଅଫିସ କାମରେ ଚିନ୍ତା କମ୍ ରହିବ। ନୂଆ ସଂପର୍କ ଗଢ଼ିବା ପାଇଁ ଦିନଟି ଭଲ।
ସିଂହ: କାର୍ଯ୍ୟ ବୃଦ୍ଧି ଲାଗି ଦିନଟି ଉତ୍ତମ। କଳା ସଙ୍ଗୀତ କ୍ଷେତ୍ରରେ ଥିବା ଲୋକମାନେ ଭଲ ପ୍ରଦର୍ଶନ କରିବେ। ଜୀବନସାଥୀଙ୍କ ବ୍ୟବହାରରେ ଆପଣଙ୍କୁ ଖୁସି ମିଳିବ।
କନ୍ୟା: ନୂଆ କାମ କରିବା ପାଇଁ ଦିନଟି ଉପଯୁକ୍ତ। ଘରୋଇ କାମରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ଛାତ୍ରଛାତ୍ରୀଙ୍କର ଅଧ୍ୟୟନରେ ମନ ଲାଗିବ।
ତୁଳା: ବ୍ୟବସାୟୀ କିଛି ନୂଆ ଯୋଜନା ତିଆରି କରିବେ। ଚାକିରିଜୀବୀଙ୍କ ଲାଗି ଦିନଟି ଭଲ। କର୍ତ୍ତୃପକ୍ଷ ଆପଣଙ୍କ ଦରମା ବୃଦ୍ଧି ପାଇଁ ନିଷ୍ପତ୍ତି ନେଇପାରନ୍ତି।
ବିଛା: ମସ୍ତିଷ୍କରୁ ଓଲଟପାଲଟ ଚିନ୍ତାଧାରା ସମାପ୍ତ ହୋଇଯିବ। ଶୁଭ ଖବର ମିଳିବା ଯୋଗ ରହିଛି। ଆୟରେ ବୃଦ୍ଧି ହେବ। ଅଫିସରେ ସମସ୍ତେ ଆପଣଙ୍କୁ ସହଯୋଗ କରିବେ।
ଧନୁ: ବ୍ୟବସାୟରେ ତୁରନ୍ତ ଫଇସଲା ଲାଭପ୍ରଦ ହେବ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ବାର୍ତ୍ତାଳାପ କରିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।
ମକର: କାମର ବୋଝ ବଢ଼ିପାରେ। ଆପଣଙ୍କୁ ନେଇ ପରିବାର ଲୋକଙ୍କର ବହୁତ ଆଶା ଆକାଂକ୍ଷା ରହିବ। ସ୍ବାସ୍ଥ୍ୟଲାଭ ପାଇଁ ଖର୍ଚ୍ଚ କରିବେ।
କୁମ୍ଭ: ଧୈର୍ଯ୍ୟଧରି କାମ କରନ୍ତୁ, ସଫଳ ହେବେ। ଅଫିସରେ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ଠିକ୍ କରିବେ। ମହିଳାଙ୍କୁ ଘର କାମରେ ପତିଙ୍କ ସହଯୋଗ ମିଳିବ।
ମୀନ: ଗମ୍ଭୀରତାର ସହ ପ୍ରୟାସ କରନ୍ତୁ, ସଫଳ ହେବେ। ବନ୍ଧୁବର୍ଗଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ସ୍ବାସ୍ଥ୍ୟ ଭଲ ରହିବ। ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ।
The post ଜାଣନ୍ତୁ ଆସନ୍ତାକାଲିର ରାଶିଫଳ first appeared on Sambad.from ଜୀବନଚର୍ଯ୍ୟା | Sambad https://ift.tt/3fQ8xmd
0 Comments