ବର୍ଷା କାଳରେ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ, ହୋଇପାରେ ଶରୀର ଅସୁସ୍ଥ

ବାତ୍ୟା ୟାସ୍‌ ପାଇଁ ଚାରିଆଡ଼େ ଖାଲି ବର୍ଷା, ପବନ ଓ ସନ୍ତସନ୍ତିଆ ପାଗ। ବର୍ଷା କାଳିଆ ପବନ ଦେହ ପାଇଁ ଖୁବ୍‌ ଭଲ ହୋଇଥାଏ। ବର୍ଷା ହୋଇ ବାୟୁମଣ୍ଡଳର ଧୂଳିକଣା ଧୋଇ ହୋଇ ଯାଇଥିବା ହେତୁ ଆମକୁ ସ୍ୱଚ୍ଛ ପବନ ମିଳିଥାଏ। ହେଲେ ଏହା ସବୁ ଦିଗରୁ ମଙ୍ଗଳମୟ ନୁହେଁ। ଏହି ଋତୁରେ ଶରୀର ଅସୁସ୍ଥ ହେବାର ଅନେକଗୁଡ଼ିଏ କାରଣ ରହିଛି। ତେବେ, ଚାଲନ୍ତୁ ଜାଣିବା କ’ଣ ସବୁ ଏହି ଦିନେ ନଖାଇବା ଦ୍ୱାରା ଆମେ ଆମ ସ୍ୱାସ୍ଥ୍ୟକୁ ନିୟନ୍ତ୍ରଣରେ ରଖିପାରିବା।

ବର୍ଷା କାଳରେ ରାସ୍ତାକଡ଼ ଖାଦ୍ୟ ଖାଆନ୍ତୁ ନାହିଁ। ବିଶେଷ କରି ରାସ୍ତା କଡ଼ରେ ମିଳୁଥିବା ଦୋକାନମାନଙ୍କରେ ତେଲଭାଜି ଖାଇବା ଦ୍ୱାରା ଶରୀର ଅସୁସ୍ଥ ହେବାର ବହୁ ସମ୍ଭାବନା ରହିଛି।

ଏହି ସମୟରେ ବନ୍ଧା କୋବି ଆଦୌ ଖାଆନ୍ତୁ ନାହିଁ। ବନ୍ଧା କୋବିର ପତ୍ରରେ ବହୁ କୁନି କୁନି ପୋକ ସବୁ ଲାଗି କରି ରହିଥାନ୍ତି। ଏହା ପେଟକୁ ଗଲେ ଖାଦ୍ୟକୁ ବିଷାକ୍ତ କରିପକାନ୍ତି।

ଅତିରିକ୍ତ ଖଟା କିମ୍ବା ଆଚାର ଖାଇବା ଆଦୌ ଦେହ ପକ୍ଷେ ସୁସ୍ଥକର ନୁହେଁ। ଏସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖିଲେ ଭଲ।

କୌଣସି ବି ପରିବା କିମ୍ବା ଫଳ କାଟିକି ରଖି ପରବର୍ତ୍ତୀ ମୁହୂର୍ତ୍ତରେ ଖାଆନ୍ତୁ ନାହିଁ। କଟା ଫଳ କିମ୍ବା ପରିବା ବର୍ଷା ଦିନେ କିଛି କ୍ଷଣ ବାହାରେ ରହିବା ପରେ ବିଷାକ୍ତ ହୋଇଯାଏ।

The post ବର୍ଷା କାଳରେ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ, ହୋଇପାରେ ଶରୀର ଅସୁସ୍ଥ first appeared on Sambad.

from ଜୀବନଚର୍ଯ୍ୟା | Sambad https://ift.tt/3bW73Wi

Post a Comment

0 Comments