ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କର ଇଚ୍ଛା ପୂରଣ ହେବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ।

ବୃଷ: ଜନକଲ୍ୟାଣ କାର୍ଯ୍ୟରେ ସମୟ ଦେବେ। ଜମିରେ ପୁଞ୍ଜି ନିବେଶ ଲାଗି ଦିନଟି ଭଲ। ପିଲାମାନେ ଆପଣଙ୍କ ବ୍ୟବସାୟରେ ସହଯୋଗ କରିବେ।

ମିଥୁନ: ବହୁ ଦିନର ସ୍ବପ୍ନ ସାକାର ହେବ। ପ୍ରସାଧନ ସାମଗ୍ରୀ ବିକ୍ରି କରୁଥିବା ଦୋକାନୀଙ୍କୁ ଲାଭ ମିଳିବ। ପ୍ରେମ ସମ୍ପର୍କ ଆହୁରି ଘନିଷ୍ଠ ହେବ।

କକର୍ଟ: ଲୁଗା ବ୍ୟବସାୟୀ ସତର୍କ ରୁହନ୍ତୁ। ଇଂଜିନିୟରମାନଙ୍କ ଲାଗି ଦିନଟି ଲାଭପ୍ରଦ। ପିଲାମାନଙ୍କ କ୍ୟାରିୟର ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି।

ସିଂହ: ନୂଆ କାମରେ ରୁଚି ବଢ଼ିବ। ସରକାରୀ କର୍ମଚାରୀଙ୍କୁ ପଦୋନ୍ନତି ମିଳିପାରେ। ଛାତ୍ରଛାତ୍ରୀଙ୍କୁ କୌଣସି ଭଲ ଖବର ମିଳିବ।

କନ୍ୟା: ପ୍ରୋତ୍ସାହିତ କରୁଥିବା ଲୋକଙ୍କ ସହ ସମୟ ଅତିବାହିତ କରନ୍ତୁ। ଅଫିସ୍‌ରେ ଅଧିକ ସମୟ କାମ କରିବାକୁ ପଡ଼ିପାରେ। ଦାମ୍ପତ୍ୟ ସମ୍ପର୍କ ମଧୁର ହେବ।

ତୁଳା: ପୁରୁଣା ସମସ୍ୟା ଦୂର ହେବ। କିଛି ଭଲ ଖବର ମିଳିପାରେ। ରାଜନୀତିରେ ଥିବା ଲୋକେ ସକ୍ରିୟ ଭୂମିକା ନିର୍ବାହ କରିବେ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

ବିଛା: ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ। ରୋଜଗାର ଖୋଜୁଥିବା ଯୁବକଙ୍କୁ ଉପାର୍ଜନ ମିଳିବ। ପାରିବାରିକ ଜୀବନ ସୁଖମୟ ହେବ।

ଧନୁ: ଅଧିକ ସମୟ ପୂଜାପାଠରେ ବିତିବ। ପଡ଼ୋଶୀ ତିକ୍ତତା ଭୁଲି ବନ୍ଧୁତା ବଢ଼ାଇବେ। ପୂର୍ବରୁ କିଣିଥିବା ଜମି ଭଲ ଦାମରେ ବିକିପାରିବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଆନନ୍ଦମୟ।

ମକର: ଚ୍ୟାଲେଞ୍ଜକୁ ଦୃଢ଼ ଭାବେ ମୁକାବିଲା କରନ୍ତୁ। ଚାକିରିରେ କିଛି ପରିବର୍ତ୍ତନ ଆସିପାରେ କିମ୍ବା ବଦଳି ହୋଇପାରେ। ବେପାରରେ ଲାଭ ହେବ।

କୁମ୍ଭ: କାମରେ ସଫଳତା ମିଳିବ। ଅନ୍ୟମାନଙ୍କ କାମରେ ମତାମତ ଦେବାରୁ ନିବୃତ୍ତ ରୁହନ୍ତୁ। ଘରକୁ କୌଣସି ନୂଆ ବନ୍ଧୁ ଆସିପାରନ୍ତି। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।

ମୀନ: କୌଣସି ପୂର୍ବ କଥାକୁ ନେଇ ଚିନ୍ତିତ ରହିବେ। ପାରିବାରିକ କାମରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ଉପାର୍ଜନ ଲାଗି ଭଲ ସୁଯୋଗ ପାଇବେ। ମହିଳାଙ୍କ ଲାଗି ଦିନଟି ଭଲ।

The post ଜାଣନ୍ତୁ ଆସନ୍ତାକାଲିର ରାଶିଫଳ first appeared on Sambad.

from ଜୀବନଚର୍ଯ୍ୟା | Sambad https://ift.tt/3hxyed5

Post a Comment

0 Comments