
ମେଷ: ଆପଣଙ୍କ କାମ ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ। ଆପଣଙ୍କ କଥାକୁ ଲୋକେ ଗୁରୁତ୍ବ ଦେଇ ଶୁଣିବେ। ପ୍ରିୟତମଙ୍କ ସହ ସମ୍ବନ୍ଧ ଭଲ ହେବ।
ବୃଷ: କୌଣସି କାମରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ବନ୍ଧୁ ଠାରୁ କିଛି ଭଲ ଶିକ୍ଷାଲାଭ କରିବେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ବାହନ କିଣିବା ଲାଗି ଆଗ୍ରହ ବଢ଼ିବ।
ମିଥୁନ: କ୍ୟାରିୟର ସମ୍ବନ୍ଧରେ ବଡ଼ ସଫଳତା ପାଇବେ। ଅନ୍ୟମାନଙ୍କ ସହ ଆପଣଙ୍କର ତାଳମେଳ ରହିବ। ବେପାରରେ ଆଶାଠୁଁ ଅଧିକ ଲାଭ ପାଇବେ।
କର୍କଟ: କିଛି ନୂଆ କରିବାର ଇଚ୍ଛା ଆପଣଙ୍କ ମନରେ ରହିବ। କୌଣସି ବନ୍ଧୁଙ୍କ ସଂପୂର୍ଣ୍ଣ ସାହାଯ୍ୟ ପାଇବେ। ଦାମ୍ପତ୍ୟ ଜୀବନ ମଧୁରତାରେ ପୂର୍ଣ୍ଣ ରହିବ।
ସିଂହ: ଆପଣ ନିଜର ଦୋଷ ତ୍ରୁଟି ସ୍ବୀକାର କରିବେ। ବ୍ୟବସାୟରେ ନୂଆ ଗତି ଦେବାକୁ ଚେଷ୍ଟା କରିବେ। ସନ୍ତାନ ଠାରୁ ଭଲ ଖବର ପାଇବେ।
କନ୍ୟା: କାହାରିକୁ କୌଣସି କଥା ବୁଝାଇବାରେ ତ୍ରୁଟି ହୋଇପାରେ। ବେପାର ବିଷୟରେ ନୂଆ ନୂଆ ବିଚାର ଆସିବ। ଖାଦ୍ୟ ପାନୀୟ ପ୍ରତି ସଚେତ ରୁହନ୍ତୁ।
ତୁଳା: ବହୁ ଦିନର ଅପେକ୍ଷା ପରେ ଭଲ ସୁଯୋଗ ମିଳିପାରେ। ଚାକିରିଆଙ୍କର ଉନ୍ନତି ହେବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ବନ୍ଧୁ ସହ ବୁଲିଯିବା ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବେ।
ବିଛା: କାରବାର ବୃଦ୍ଧି ପାଇଁ ଭଲ ସୁଯୋଗ ପାଇବେ। ଆପଣଙ୍କ ବ୍ୟବହାରରେ ସକାରାତ୍ମକତା ଆସିବ। ଫିଲ୍ମ ଉଦ୍ୟୋଗ କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ ସୁଯୋଗ ମିଳିବ।
ଧନୁ: ସକାରାତ୍ମକ ବିଚାର କ୍ୟାରିୟରକୁ ନୂଆ ଦିଶା ଦେବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ପାଇବେ। ଛାତ୍ରମାନେ ଲେଖାପଢ଼ା ବ୍ୟତୀତ ଖେଳକୁଦରେ ଭାଗ ନେବେ।
ମକର: କୌଣସି ବିଶେଷ କାମରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ରାଜନୀତିରେ ମନ ଚାହୁଁଥିବା ପଦ ପାଇବେ। ସରକାରୀ ଚାକିରିଆଙ୍କୁ ଲାଭ ମିଳିପାରେ।

କୁମ୍ଭ: ଆପଣଙ୍କ ଲାଗି ବହୁତ ଜିନିଷ ଲାଭପ୍ରଦ ହେବ। ଜୀବନସାଥୀଙ୍କ ପୂରା ସହଯୋଗ ପାଇବେ। ଘରୋଇ ଚାକିରି କରୁଥିବା ଲୋକଙ୍କୁ ନୂଆ ପ୍ରୋଜେକ୍ଟ ମିଳିବ।
ମୀନ: ନିଜର ବ୍ୟକ୍ତିତ୍ବକୁ ବିକଶିତ କରିବାକୁ ଚେଷ୍ଟା କରିବେ। ଅଫିସରେ ନିଜର ମତ ରଖିବାରେ ସଫଳ ହେବେ। ଶିକ୍ଷାର୍ଥୀଙ୍କୁ କ୍ୟାରିୟର ସମ୍ବନ୍ଧରେ ଶୁଭ ସୂଚନା ମିଳିବ।
from ଜୀବନଚର୍ଯ୍ୟା | Sambad https://ift.tt/3rjJKMN
0 Comments