
ମେଷ: ଆପଣଙ୍କ କଳ୍ପନା ଶକ୍ତି ଆଶା ପୂରା କରିବାରେ ସହାୟକ ହେବ। ବ୍ୟବସାୟରେ ବଡ଼ ସଫଳତା ମିଳିପାରେ। ଆପଣଙ୍କୁ କୌଣସି ନୂଆ ସଂପର୍କରୁ ଧନଲାଭ ହେବ।
ବୃଷ: ଯୋଜନା ଆଗକୁ ବଢ଼ାଇବା ପାଇଁ ଚିନ୍ତା କରିବେ। କୌଣସି କାମରେ ଆପଣଙ୍କୁ ଯଥେଷ୍ଟ ଲାଭ ହେବ। ଧାର ଦେଲେ ଠିକଣା ସମୟରେ ଫେରସ୍ତ ପାଇବାର ଆଶା କମ୍।
ମିଥୁନ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ସବୁ କାମ ଆପଣଙ୍କ ମନ ମୁତାବକ ସଂପୂର୍ଣ୍ଣ ହେବ। ଘରର ବାତାବରଣ ଠିକ୍ ରହିବ। ମହିଳାଙ୍କୁ ଅଚାନକ ଧନଲାଭ ହେବ।
କର୍କଟ: ଆତ୍ମବିଶ୍ବାସ ସହ କାମ କରନ୍ତୁ, ସଫଳତା ନିଶ୍ଚୟ ପାଇବେ। ଭାଷା ଉପରେ ନିୟନ୍ତ୍ରଣ ରଖନ୍ତୁ। ଅନ୍ତରଙ୍ଗ ବନ୍ଧୁ କୌଣସି ଉପହାର ଦେଇପାରନ୍ତି।
ସିଂହ: ପୂର୍ବ କଥା ମନେ ପଡ଼ିବା ହେତୁ ମନ ପ୍ରସନ୍ନ ହୋଇଯିବ। ବ୍ୟବସାୟରେ ବଡ଼ ଡିଲ୍ କରିପାରନ୍ତି। ଆପଣଙ୍କର ନିଃସ୍ବାର୍ଥ ସେବା ପାଇଁ ପ୍ରତିଷ୍ଠା ବଢ଼ିବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।
କନ୍ୟା: ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ସ୍ଥଗିତ କାମରେ କେହି ସାହାଯ୍ୟ କରିବେ। ମହିଳାଙ୍କୁ ଘର କାମରେ ସ୍ବାମୀଙ୍କ ସହଯୋଗ ମିଳିବ।
ତୁଳା: ପୂର୍ବ କଥାକୁ ପାସୋରି ନୂଆ କାମ କରନ୍ତୁ। ସାମାଜିକ ଜୀବନରେ ଆନନ୍ଦ ଉପଭୋଗ କରିବେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।
ବିଛା: କୌଣସି କାମ ଆରମ୍ଭ କରିବା ଲାଗି ସମୟ ଭଲ। ବନ୍ଧୁ ସାହାଯ୍ୟ ସହଯୋଗର ହାତ ବଢ଼ାଇବେ। ଅଧ୍ୟାପକଙ୍କୁ ଘରୋଇ କଲେଜରୁ ଭଲ ପ୍ରସ୍ତାବ ମିଳିବ।
ଧନୁ: ଆପଣଙ୍କ ଭିତରେ ନୂଆ ଶକ୍ତି ସଂଚାର ହେବ। ବ୍ୟବସାୟ ବୃଦ୍ଧି ପାଇଁ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ଶିକ୍ଷାର୍ଥୀଙ୍କୁ କମ୍ ପରିଶ୍ରମର ଭଲ ଫଳ ମିଳିବ।
ମକର: ବ୍ୟବସାୟରେ ଶୀଘ୍ର ନିଷ୍ପତ୍ତି ନିଅନ୍ତୁ ଲାଭ ପାଇବେ। ବାହନ କିଣିବା ପାଇଁ ଦିନଟି ଶୁଭ। ଅଫିସରେ କାମ ସଂପୂର୍ଣ୍ଣ କରିବା ପାଇଁ ବାଧାର ସମ୍ମୁଖୀନ ହୋଇପାରନ୍ତି।
କୁମ୍ଭ: କୌଣସି ମାମଲାରେ ବ୍ୟସ୍ତ ରହିବେ। ବ୍ୟବସାୟରେ ବିପଦଜନକ ପଦକ୍ଷେପ ନିଅନ୍ତୁ ନାହିଁ। କଳାକାରଙ୍କ ଲାଗି ଦିନଟି ଲାଭପ୍ରଦ।
ମୀନ: ପରିବାରରେ କୌଣସି ନୂଆ ଦାୟିତ୍ବ ଆପଣଙ୍କୁ ମିଳିପାରେ। ଆପଣଙ୍କ ଯୋଜନା ଉତ୍ତମ ପ୍ରମାଣିତ ହେବ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ।
from ଜୀବନଚର୍ଯ୍ୟା | Sambad https://ift.tt/3qJbB8v
0 Comments