ଅତ୍ୟଧିକ ସାନିଟାଇଜର ବ୍ୟବହାର କରୁଛନ୍ତି କି, ହୋଇଯାଆନ୍ତୁ ସାବଧାନ!

ନୂଆଦିଲ୍ଲୀ: କରୋନା ସଂକ୍ରମଣ ପୂରା ବିଶ୍ବରେ ବ୍ୟାପି ଯାଇଛି। ଦେଶରେ ଏବେ କରୋନାର ଦ୍ବିତୀୟ ଲହର ଧୀରେଧୀରେ ହ୍ରାସ ପାଉଥିବା ବେଳେ ତୃତୀୟ ଲହରକୁ ନେଇ ସରକାର ଲୋକମାନଙ୍କୁ ସଚେତନ ରହିବାକୁ କହିବା ସହିତ ପୂର୍ବ ଗାଇଡଲାଇନ ଭଳି ସାମାଜିକ ଦୂରତା ଓ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରିଛନ୍ତି। ଏଥିସହିତ ବରାମ୍ବାର ହାତ ଧୋଇବାକୁ ବି ପରାମର୍ଶ ଦେଇଛନ୍ତି। ତେବେ ନିକଟରେ ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ହାତକୁ ପରିସ୍କାର କରିବା ସମୟରେ ସାନିଟାଇଜରର ଅତ୍ୟଧିକ ବ୍ୟବହାରକୁ ବାରଣ କରିଛନ୍ତି।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଲୋକଙ୍କୁ ସଚେତନ କରି କହିଛି

FDA Says Avoid These 9 Hand Sanitizers That Contain Toxic Methanol

୧. ଯେତେ କମ ହେବ ସାନିଟାଇଜର ବ୍ୟବହାର କରନ୍ତୁ।
୨. ଘରେ ରହୁଥିବା ସମୟରେ ସାନିଟାଇଜର ପରିବର୍ତେ ସାବୁନରେ ହାତ ଧୁଅନ୍ତୁ।
୩. କାରଣ ସାନିଟାଇଜର ଅତ୍ୟଧିକ ବ୍ୟବହାର ସ୍ବାପସ୍ଥ୍ୟପକ୍ଷେ କ୍ଷତିକାରକ।
୪. ପ୍ରତିଦିନ ଅତ୍ୟଧିକ ସାନିଟାଇଜର ବ୍ୟବହାର କରିବା ଦ୍ବାରା ଚର୍ମ ନଷ୍ଟ ହେବାର ସମ୍ଭାବନା ରହିଛି।
୫. କେତେ କ୍ଷେତ୍ରରେ ଦେଖାଯାଇଛି ଅତ୍ୟଧିକ ସାନିଟାଇଜର ବ୍ୟବହାର କରିବା ଦ୍ବାରା ଲୋକଙ୍କୁ ହାତରୁ ଚର୍ମ ଛାଡ଼ିଲା ଭଳି ସମସ୍ୟା ହୋଇଛି।

The post ଅତ୍ୟଧିକ ସାନିଟାଇଜର ବ୍ୟବହାର କରୁଛନ୍ତି କି, ହୋଇଯାଆନ୍ତୁ ସାବଧାନ! first appeared on Sambad.

from ଜୀବନଚର୍ଯ୍ୟା | Sambad https://ift.tt/3rwQHKg

Post a Comment

0 Comments