ଜାଣନ୍ତୁ ଆଜିର ରାଶିଫଳ

ମେଷ: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଆପଣଙ୍କ ଯୋଜନା ସଫଳ ହେବ। ଅଫିସରେ ଉପରିସ୍ଥ କର୍ମଚାରୀଙ୍କର ସହଯୋଗ ପାଇବେ।

ବୃଷ: କ୍ୟାରିୟର ଲାଗି ଦିନଟି ଅନୁକୂଳ ରହିବ। ପରିଶ୍ରମର ସୁଫଳ ପାଇବେ। ସାଥୀ ସହ ଆପଣଙ୍କ ସମ୍ବନ୍ଧ ମଜଭୁତ ହେବ। ବ୍ୟବସାୟୀଙ୍କୁ ଧନଲାଭ ହେବ।

ମିଥୁନ: ସବୁ କାମରେ ଆପଣ ସଫଳ ରହିବେ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ଆହୁରି ସୁଦୃଢ଼ ହେବ। ପାରିବାରିକ ଜୀବନ ସୁଖକର ହେବ। ଛାତ୍ରଛାତ୍ରୀଙ୍କୁ ସକାରାତ୍ମକ ଫଳ ମିଳିବ।

କର୍କଟ: ଆପଣଙ୍କର ସବୁ କାମ ସିଦ୍ଧ ହେବ। ପତି ପତ୍ନୀଙ୍କ ମଧ୍ୟରେ ସମ୍ବନ୍ଧ ମଧୁର ରହିବ। ବ୍ୟବସାୟରେ ବିଶେଷ ସଫଳତା ହାସଲ ହେବ। ଆପଣଙ୍କର କାମ ପ୍ରଶଂସିତ ହେବ।

ସିଂହ: ଆପଣଙ୍କ ମନ ସାମାଜିକ କାର୍ଯ୍ୟ ଆଡ଼କୁ ରହିବ। ଆର୍ଥିକ ଲାଭ ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ବାହନ ଚଳାଚଳରେ ସାବଧାନତା ଅବଲମ୍ବନ କରନ୍ତୁ।

କନ୍ୟ‌ା: କୌଣସି ଜରୁରୀ କାମରେ ଆପଣ ବନ୍ଧୁଙ୍କ ସାହାଯ୍ୟ ପାଇପାରିବେ। ଆର୍ଥିକ ସ୍ଥିତିରେ ସ୍ଥିରତା ବଜାୟ ରହିବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ପରିଣାମ ନେଇ ଆସିବ।

ତୁଳା: ଭାବିଥିବା କାମର ଗତି ସୁଦୃଢ଼ ହେବ। ଆଖପାଖର ଲୋକ ଆପଣଙ୍କ ବ୍ୟକ୍ତିତ୍ବରେ ଖୁସି ହେବେ। ପ୍ରିୟଜନଙ୍କ ସହ ଦିନଟି ଭଲରେ ବିତିବ।

ବିଛା: ବ୍ୟବସାୟରେ ଆପଣଙ୍କୁ ଲାଭ ମିଳିପାରେ। କାହାରି ସହିତ ବାଦବିବାଦ କରନ୍ତୁ ନାହିଁ। ସନ୍ଧ୍ୟାରେ ପରିବାରର ସହ କୌଣସି ମହତ୍ତ୍ବପୂର୍ଣ୍ଣ ବିଷୟରେ ଆଲୋଚନା କରିବେ।

ଧନୁ: କାମ ସଂପୂର୍ଣ୍ଣ କରିବାରେ ପରିବାରର ସବୁ ଲୋକଙ୍କ ସହଯୋଗ ପାଇବେ। ସହପାଠୀ ଆପଣଙ୍କ ଠାରୁ ସାହାଯ୍ୟ ମାଗିପାରନ୍ତି। ଅବିବାହିତଙ୍କ ଲାଗି ଭଲ ବିବାହ ପ୍ରସ୍ତାବ ଆସିବ।

ମକର: ଦିନଟି ଗହନ ଚିନ୍ତନରେ ବିତିବ। ଅଫିସରେ ଉପରିସ୍ଥ କର୍ମଚାରୀମାନେ ଆପଣଙ୍କ କାମରେ ପ୍ରସନ୍ନ ହେବେ। କିଛି ନୂଆ ଲୋକଙ୍କ ସହିତ ଆପଣଙ୍କର ସାକ୍ଷାତ ହୋଇପାରେ।

କୁମ୍ଭ: ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। କଳାତ୍ମକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ। ଆର୍ଥିକ ମାମଲାରେ କିଛି ଲୋକ ସାହାଯ୍ୟ କରିବେ।

ମୀନ: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। କାହାରି ସହିତ ତର୍କବିତର୍କ କରନ୍ତୁ ନାହିଁ। ଆୟ ବୃଦ୍ଧି ହେବାର ସମ୍ଭାବନା ଅଛି। ପାରିବାରିକ ଜୀବନ ଶାନ୍ତିଦାୟକ ରହିବ।

The post ଜାଣନ୍ତୁ ଆଜିର ରାଶିଫଳ first appeared on Sambad.

from ଜୀବନଚର୍ଯ୍ୟା | Sambad https://ift.tt/3A6WAkj

Post a Comment

0 Comments