କରୋନା କାଳରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବ ରସୁଣ-ତେନ୍ତୁଳି ରସମ୍, ଜାଣନ୍ତୁ କେମିତି ପ୍ରସ୍ତୁତ କରିବେ

ମହାମାରୀ କରୋନା ଭାଇରସର ଦ୍ୱିତୀୟ ଲହର ସହିତ ସାରା ଦେଶ ଯୁଦ୍ଧ କରୁଥିବା ବେଳେ ଲୋକମାନେ ଏହି ମାରାତ୍ମକ ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହିତ ସୁଖାଦ୍ୟ ଖାଇବା ହେଉଛି ଅନ୍ୟତମ ଉପାୟ, ଯାହା ଫଳରେ କରୋନାକୁ ହରାଇ ‌ହେବ।

ଏହି ସମୟରେ ଆପଣ ରସୁଣ ଓ ତେନ୍ତୁଳିରେ ତିଆରି  ରସମ କରି ଖାଇବା ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବେ ସମର୍ଥ ହେବେ। ଏହି ରସମ ବନାଇବା ପାଇଁ ଆପଣଙ୍କୁ ଦରକାର-

ଟମାଟୋ – ୧ (କଟା)

ଭ୍ରୁଷଙ୍ଗ ପତ୍ର – ୧୦-୧୨

ମରିଚ ଗୁଣ୍ଡ – ୧-୨  ଚାମଚ

ରସୁଣ- ୪ ପାଖୁଡ଼ା

ହଳଦୀ- ଅଧା  ଚାମଚ

ସୋରିଷ – ୧ ଚାମଚ

ଜିରା- ୧ ଚାମଚ

ହେଙ୍ଗୁ- ସାମାନ୍ୟ

ଶୁଖିଲା ଲଙ୍କା, ହଳଦୀ, ଜିରା , ରସୁଣ, ମରିଚ ଗୁଣ୍ଡ ଏବଂ କିଛି ଭ୍ରୁଷଙ୍ଗ ପତ୍ରକୁ ମିଶାଇ ଗ୍ରାଇଣ୍ଡିଂ କରନ୍ତୁ। ଏହି ମିଶ୍ରଣକୁ ଏକତ୍ର ରଖନ୍ତୁ।  ଏକ କଡେଇ ନେଇ ତେଲ ଗରମ କରି କଟା ଟମାଟୋ, ବାକି ଭ୍ରୁଷଙ୍ଗ ପତ୍ର, ହଳଦୀ ଏବଂ କିଛି ଲୁଣ ପକାଇ ୩-୪ ମିନିଟ୍ ପାଇଁ ରାନ୍ଧନ୍ତୁ। ସେଥିରେ ତେନ୍ତୁଳି ଏବଂ ୨ କପ୍ ପାଣି ମିଶାନ୍ତୁ। ତା’ପରେ ଢାଙ୍କୁଣୀ ବନ୍ଦ କରନ୍ତୁ ଏବଂ ଏହାକୁ ଅତି କମରେ ୧୦ ମିନିଟ୍ ପାଇଁ ଫୁଟାନ୍ତୁ। ଅନ୍ୟ ଏକ ପ୍ୟାନରେ କିଛି ତେଲ (କିମ୍ବା ଘଅ)ପକାନ୍ତୁ। ତେଲ ଗରମ ହେବା ପରେ ସୋରିଷ, ଲାଲ୍ ଲଙ୍କା ଗୁଣ୍ଡ ଓ ଟିକେ ହେଙ୍ଗୁ ମିଶାନ୍ତୁ। ଏବେ କଡେଇରେ ପୂର୍ବ ପ୍ରସ୍ତୁତ ମସଲା ମିଶାନ୍ତୁ। ନିଆଁକୁ ବନ୍ଦ କରନ୍ତୁ ଏବଂ ସତେଜ କଟା ଧନିଆ ପତ୍ର ପକାଇ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ରସମ୍।

The post କରୋନା କାଳରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବ ରସୁଣ-ତେନ୍ତୁଳି ରସମ୍, ଜାଣନ୍ତୁ କେମିତି ପ୍ରସ୍ତୁତ କରିବେ first appeared on Sambad.

from ଜୀବନଚର୍ଯ୍ୟା | Sambad https://ift.tt/3CEuaR7

Post a Comment

0 Comments