
ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ‘ବିଶ୍ବ ମଧୁମେହ (ଡାଇବେଟିସ୍) ଦିବସ ଭାବେ ପାଳନ କରାଯାଉଛି। ଏହା ଦିବସର ମୁଖ୍ୟ ଲକ୍ଷ୍ୟ ହେଉଛି ଶିବିର, ସ୍ବାସ୍ଥ୍ୟ ସମ୍ବନ୍ଧିତ ବାର୍ତ୍ତା, ସଭା ସମେତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜନସଚେତନା ସୃଷ୍ଟି କରିବା। ଏବେ କେବଳ ବୟସ୍କ ନୁହନ୍ତି, ଯୁବ ପିଢ଼ି ମଧ୍ୟ ହେଉଛନ୍ତି ଡାଇବେଟିସ୍ ରୋଗର ଶିକାର। ଯଦି ଉଚ୍ଚ ରକ୍ତ ଶର୍କରାର ଏହି ରୋଗ ଅନିୟନ୍ତ୍ରିତ ହୋଇଯାଏ, ତେବେ ଏହା ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁ ମୁଖକୁ ନେଇପାରେ। ଏକ ସୁସ୍ଥ ଜୀବନଶୈଳୀ ଆପଣାଇ ଡାଇବେଟିସକୁ ଏଡାଯାଇପାରିବ ବୋଲି ଡାକ୍ତରମାନେ କହିଛନ୍ତି। ତେବେ ଡାଇବେଟିସ୍ ହେଲେ ଶରୀରର କେଉଁ ଅଙ୍ଗ ଅଧିକ ପ୍ରଭାବିତ ହୁଏ, ତାହା ଆପଣଙ୍କର ଜାଣିବା ଜରୁରୀ। ଆଜି ଆମେ ଆପଣଙ୍କୁ ସେ ବିଷୟରେ ଅବଗତ କରାଇବୁ।
୧. ଟାଇପ୍-୨ ଡାଇବେଟିସ୍ ହେଲେ ରୋଗୀଙ୍କର ଧୀରେ ଧୀରେ ଦୃଷ୍ଟି ଶକ୍ତି ଚାଲିଯାଇଥାଏ। ମଧୁମେହ ଆପଣଙ୍କ ଆଖିରେ ଥିବା ଛୋଟ ରକ୍ତବାହିକାକୁ ନଷ୍ଟ କରିଦେଇଥାଏ। ଏହା ଦ୍ବାରା ଗ୍ଲୁକୋମା, ମୋତିଆବିନ୍ଦୁ ଏବଂ ଡାଇବେଟିକ ରେଟିନୋପାଥି ହେବାର ଆଶଙ୍କା ବଢ଼ିଯାଇଥାଏ।
୨. ଟାଇପ୍-୨ ଡାଇବେଟିସ୍ ହେବା ଦ୍ବାରା ହାତ ଏବଂ ପାଦ ଉପରେ ଗଭୀର ପ୍ରଭାବ ପଡ଼ିଥାଏ। ହାତରେ ବା ଗୋଡ଼ରେ ଯନ୍ତ୍ରଣା ଅନୁଭବ ହେବା ଭଳି ସମସ୍ୟା ଦେଖାଯାଇଥାଏ।

୩. ଯଦି ଆପଣ ମଧୁମେହକୁ ନିୟନ୍ତ୍ରଣ ନକରନ୍ତି, ତେବେ ଉଚ୍ଚ ରକ୍ତଚାପ ଏବଂ ହୃଦରୋଗ ହେବାର ଆଶଙ୍କା ବଢ଼ିଯାଇଥାଏ। ଯଦି ଆପଣ ଟାଇପ୍-୨ ମଧୁମେହରେ ପୀଡିତ ଅଛନ୍ତି ତେବେ ସୋଡିୟମ୍ କମ ଥିବା ଖାଦ୍ୟ ଖାଆନ୍ତୁ ଏବଂ ନିୟମିତ ଭାବରେ ଆପଣଙ୍କର ରକ୍ତଚାପ ଯାଞ୍ଚ କରନ୍ତୁ।
୪. ରକ୍ତ ସଞ୍ଚାଳନ ଠିକ ନହେଲେ ଗୋଡରେ ଅଲସର ଭଳି ସମସ୍ୟା ଦେଖାଦେଇପାରେ। ପାଦର ଅଲସରରୁ ରକ୍ଷା ପାଇବା ପାଇଁ ମଧୁମେହ ରୋଗୀମାନଙ୍କୁ ସେମାନଙ୍କର ପାଦକୁ ସଫା ଏବଂ ଶୁଖିଲା ରଖିବା ଉଚିତ୍। ଆରାମଦାୟକ ଏବଂ ହାଲୁକା ମୋଜା ପିନ୍ଧିବା ଉଚିତ୍। ଯଦି ଆପଣଙ୍କର ପାଦରେ କୌଣସି ପ୍ରକାରର ଘା’ ହୋଇଛି ତେବେ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ।
୫. ରକ୍ତରେ ଶର୍କରା ସ୍ତର ବୃଦ୍ଧି ହେଲେ ଏହା କିଡନୀକୁ ସିଧାସଳଖ ପ୍ରଭାବିତ କରିଥାଏ। ଏହି କାରଣରୁ, ମଧୁମେହ ରୋଗୀଙ୍କୁ ରକ୍ତରେ ଶର୍କରାସ୍ତର ନିୟନ୍ତ୍ରଣରେ ରଖିବା ଅତ୍ୟନ୍ତ ଜରୁରୀ। ଏଥିପାଇଁ ଆପଣଙ୍କୁ ନିଜର ଡାଏଟ୍ ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ।
୬. ଟାଇପ୍-୨ ଡାଇବେଟିସକୁ ନିୟନ୍ତ୍ରଣରେ ନରଖିଲେ ଦାନ୍ତ ଏବଂ ମାଢ଼ିରେ ସଂକ୍ରମଣ ଦେଖାଯାଇଥାଏ। ସେଥିପାଇଁ ଟାଇପ୍-୨ ଡାଇବେଟିସକୁ ନିୟନ୍ତ୍ରଣରେ ରଖିବା ସହ ପାଟିକୁ ସଫା ରଖିବା ଜରୁରୀ।
The post ଦୃଷ୍ଟିହୀନତା-କିଡନୀ ନଷ୍ଟ ସହ ଏହି ୬ଟି ଅଙ୍ଗକୁ ଅଚଳ କରିଦିଏ ଡାଇବେଟିସ୍ first appeared on Sambad.from ଜୀବନଚର୍ଯ୍ୟା | Sambad https://ift.tt/3HkmYvI
0 Comments