ବାଣ ଫୁଟାଉଥିବା ସମୟରେ ଶରୀରର କୌଣସି ସ୍ଥାନରେ ନିଆଁ ଲାଗିଗଲେ ଏପରି ଭାବେ କରନ୍ତୁ ପ୍ରାଥମିକ ଉପଚାର

ନୂଆଦିଲ୍ଲୀ: ଦୀପାବଳିର ପର୍ବ ଅନେକ ସୁଖ, ଆନନ୍ଦ, ଉତ୍ସାହ ଏବଂ ସମୃଦ୍ଧତା ଆଣିଥାଏ । କିନ୍ତୁ ଅନେକ ସମୟରେ ଦୀପାବଳିରେ ବାଣ ଫୁଟାଉଥିବା ବେଳେ ଅଘଟଣ ଘଟୁଥିବା ଖବର ସାମ୍ନାକୁ ଆସିଛି।

ବାଣ ଫୁଟାଉଥିବା ସମୟରେ ଯଦି କୌଣସି ବ୍ୟକ୍ତି ଜଳି ଯାଉଛନ୍ତି ସେହି ସମୟରେ କ’ଣ କରିବା କ’ଣ କରିବା ନାହିଁ ତାହା ବୁଝି ହୋଇ ନଥାଏ। ବିଳମ୍ବ ହୋଇଯିବାରୁ ନିଆଁ ଲାଗିଥିବା ବ୍ୟକ୍ତିଙ୍କ ଅବସ୍ଥା  ଅନେକ ସମୟରେ ଶୋଚନୀୟ ହୋଇପଡ଼ିଥାଏ। ସେଥିପାଇଁ ଏହା ଜାଣିବା ଜରୁରୀ ଯେ ଯଦି କେହି ବାଣରେ ନିଆଁ ଲଗାଉଥିବା ସମୟରେ ଜଳି ଯାଉଛନ୍ତି ତେବେ ସେହି ସମୟରେ କିପରି ଭାବେ ତାଙ୍କର ପ୍ରାଥମିକ ଚିକିତ୍ସା କରିବା।

ବାଣରେ ନିଆଁ ଲଗାଉଥିବା ସମୟରେ ପୋଡି ହୋଇଗଲେ ତୁଳସୀ ପତ୍ର ଆପଣଙ୍କ ପାଇଁ ବହୁତ ଉପଯୋଗୀ ହୋଇପାରେ । ଜଳି ଥିବା ସ୍ଥାନରେ ତୁଳସୀ ପତ୍ରର ପେଷ୍ଟ କରି ଲେପ ଦେଇ ପାରିବେ। ଏହା  ଦ୍ବାରା ପୋଡ଼ା କମ ହୋଇଯିବ। ଏହା ପରେ ଆପଣ ଡାକ୍ତରଙ୍କୁ ଦେଖା ପାରିବେ । ପୋଡିଯାଇଥିବା ସ୍ଥାନରେ ତୁଳସୀ ପତ୍ର ରସ ଲଗାଇଲେ କୌଣସି ଚିହ୍ନ ମଧ୍ୟ ରୁହେ ନାହିଁ।

ଅନ୍ୟପକ୍ଷରେ ଯଦି ବାଣରେ ନିଆଁ ଲଗାଉଥିବା ସମୟରେ ହାତ କିମ୍ବା ପାଦ ଜଳି ଯାଉଛି ତେବେ ତୁରନ୍ତ ତାହାକୁ ପାଣିରେ ବୁଡ଼ାଇ ରଖନ୍ତୁ। ଏହା ପରେ ଡାକ୍ତରଙ୍କ ପାଖକୁ ଯାଆନ୍ତୁ ।

ସେହିପରି ଶରୀରର ଜଳିଯାଇଥିବା ଅଂଶରେ ଆଳୁ ଏବଂ ଗାଜର ରସ ଲଗାଇବା ଦ୍ବାରା ମଧ୍ୟ ବହୁତ ଆରାମ ମିଳି ପାରିବ। ଏହା ବ୍ୟତୀତ ଆପଣ ପୋଡିଯାଇଥିବା ସ୍ଥାନରେ ଗାଜର ଏବଂ ଆଳୁ ପେଷ୍ଟ ମଧ୍ୟ ଲଗାଇ ପାରିବେ ।

The post ବାଣ ଫୁଟାଉଥିବା ସମୟରେ ଶରୀରର କୌଣସି ସ୍ଥାନରେ ନିଆଁ ଲାଗିଗଲେ ଏପରି ଭାବେ କରନ୍ତୁ ପ୍ରାଥମିକ ଉପଚାର first appeared on Sambad.

from ଜୀବନଚର୍ଯ୍ୟା | Sambad https://ift.tt/3whoeL5

Post a Comment

0 Comments