ବିନା ଔଷଧରେ ଏଡ଼ସକୁ ହରାଇଲେ ଏହି ମହିଳା, ଚିକିତ୍ସା ଜଗତ ପାଇଁ ଦେଖାଦେଲା ନୂଆ ଆଶା

ନୂଆଦିଲ୍ଲୀ: ଏଡସ୍ ଏବଂ କର୍କଟ ଏମିତି ଦୁଇଟି ରୋଗ ଯାହା ବାବଦରେ ଜାଣିବା ପରେ ଜଣେ ରୋଗୀ ଭୟଭୀତ ହୋଇଯାନ୍ତି | ଲୋକଙ୍କ ମଧ୍ୟରେ ଏକ ଅନ୍ଧବିଶ୍ୱାସ ଅଛି ଯେ ଯେଉଁମାନଙ୍କୁ ଏହି ରୋଗ ହୋଇଥାଏ, ସେମାନଙ୍କ ମୃତ୍ୟୁ ଶୀଘ୍ର ହୋଇଯାଇଥାଏ | ତେବେ ବର୍ତ୍ତମାନ ଏଡସ୍ ଉପରେ କରାଯାଇଥିବା ଅନୁସନ୍ଧାନ ଏକ ନୂତନ ଆଶା ଦେଇଛି | ଅନୁସନ୍ଧାନରୁ ଜଣାପଡିଛି ଯେ ଆର୍ଜେଣ୍ଟିନାର ଏସର୍ପାନଜା ସହରରେ ରହୁଥିବା ୩୦ ବର୍ଷ ବୟସ୍କା ମହିଳା ନିଜର ଶରୀରର ପ୍ରତିରୋଧକ ଶକ୍ତି ଦ୍ୱାରା ଏଡ୍ସକୁ ପରାସ୍ତ କରିଛନ୍ତି। ଏହି ମହିଳାଙ୍କ ପରିଚୟ ଲୁଚାଇବାକୁ ଡାକ୍ତରମାନେ ତାଙ୍କ ନାମ ‘ଏସର୍ପାନଜା ପେସେଣ୍ଟ’ ରଖିଛନ୍ତି। ସୂଚନା ମୁତାବକ ଏହି ଯୁବତୀ ଜଣକ ତାଙ୍କ ପ୍ରେମିକଙ୍କ ସହିତ ଲିଭ-ଇନ୍ ରିଲେସନରେ ରହୁଥିଲେ |

ଏହି ସମୟ ମଧ୍ୟରେ, ୨୦୧୩ ମସିହାରେ, ସେ ତାଙ୍କ ଶରୀରରେ ଏଡସ୍ ଥିବା ବିଷୟରେ ସୂଚନା ପାଇଥିଲେ | କିଛି ବର୍ଷ ପରେ ତାଙ୍କ ପ୍ରେମିକଙ୍କର ମୃତ୍ୟୁ ହୋଇଥିଲା। ଡେଲି ମେଲର ରିପୋର୍ଟ ଅନୁଯାୟୀ, ପ୍ରେମିକଙ୍କ ମୃତ୍ୟୁ ପୂର୍ବରୁ ମହିଳା ଜଣକ ଗର୍ଭବତୀ ହୋଇଥିଲେ। ଏହା ପରେ ସେ ଏକ ସୁସ୍ଥ ସନ୍ତାନ ଜନ୍ମ ଦେଲେ | ଡାକ୍ତରଙ୍କ କହିବାନୁସାରେ, ଶିଶୁଟି ଜନ୍ମ ହେବାର ୬ ମାସ ବ୍ୟତୀତ ମହିଳା କୌଣସି ପ୍ରକାରର ଔଷଧ ଖାଇନଥିଲେ | ଏହା ସତ୍ତ୍ୱେ, ତାଙ୍କର ଦୃଢ ପ୍ରତିରୋଧକ ଶକ୍ତି ଓ ଦୃଢ ଆତ୍ମବିଶ୍ୱାସ ବଳରେ ସେ ୮ ବର୍ଷ ପରେ ଏଚ୍.ଆଇ.ଭି ଏଡସ୍ ପରି ରୋଗକୁ ପରାସ୍ତ କରିବାରେ ସମ୍ପୂର୍ଣ୍ଣ ସଫଳ ହୋଇଥିଲେ | ବ୍ରିଟେନର ହାର୍ଭାର୍ଡରେ କାର୍ଯ୍ୟ କରୁଥିବା ଡାକ୍ତରଙ୍କ ଏକ ଗୋଷ୍ଠୀ ଚଳିତ ବର୍ଷ ମାର୍ଚ୍ଚରେ ଆୟୋଜିତ ହୋଇଥିବା ଏକ ଆନ୍ତର୍ଜାତୀୟ ସମ୍ମିଳନୀରେ ଏହି ଅନୁସନ୍ଧାନ ବାବଦରେ ଘୋଷଣା କରିଥିଲେ ।

ଅନୁସନ୍ଧାନକାରୀ ଆଶା ପ୍ରକଟ କରିଛନ୍ତି ଯେ ଏହି ଆବିଷ୍କାର ସାରା ବିଶ୍ୱରେ ଏଡ୍ସରେ ପୀଡିତ ୩୮ ନିୟୁତ ଲୋକଙ୍କ ଚିକିତ୍ସା ପାଇଁ ନୂତନ ଆଶା ଦେଇପାରେ । ବିଶେଷଜ୍ଞଙ୍କ ଅନୁଯାୟୀ, ଯେତେବେଳେ ବି ଜଣେ ବ୍ୟକ୍ତି ଏଚ୍.ଆଇ.ଭି ସଂକ୍ରମିତ ହୁଏ, ଏଚଆଇଭି ଭୂତାଣୁ ପ୍ରତିଷେଧକ କୋଷର ଡିଏନଏ ସହିତ ସଂଲଗ୍ନ ହୁଏ ଏବଂ ତା’ପରେ ସେଠାରୁ ପ୍ରଜନନ ଜାରି ରଖେ | ଏପରି ପରିସ୍ଥିତିରେ ସେହି ଭାଇରସକୁ ଅଗ୍ରଗତି ନକରିବା ପାଇଁ ଆଣ୍ଟି-ରିଟ୍ରୋଭାଇରାଲ୍ ଥେରାପି ଦିଆଯାଏ | ଏହି ଥେରାପି ଏହି ଭୂତାଣୁକୁ ସଂପୂର୍ଣ୍ଣଭାବେ ବିଲୋପ କରେ ନାହିଁ କିନ୍ତୁ ଏହା ଶରୀରରେ ଏହାର ବିସ୍ତାରର ଗତିକୁ ହ୍ରାସ କରିଥାଏ |

The post ବିନା ଔଷଧରେ ଏଡ଼ସକୁ ହରାଇଲେ ଏହି ମହିଳା, ଚିକିତ୍ସା ଜଗତ ପାଇଁ ଦେଖାଦେଲା ନୂଆ ଆଶା first appeared on Sambad.

from ଜୀବନଚର୍ଯ୍ୟା | Sambad https://ift.tt/3r5nGHs

Post a Comment

0 Comments