୨୦୨୧ରେ ପ୍ରତି ମିନିଟ୍‌ରେ ୧୧୫ ଚିକେନ୍‌ ବିରିୟାନୀ ବରାଦ ଦେଇଛନ୍ତି ଆମ ଦେଶର ଖାଦ୍ୟପ୍ରେମୀ

ନୂଆଦିଲ୍ଲୀ: ‘ଚିକେନ୍‌ ବିରିୟାନୀ’ ଭଲ ନା, ‘ପରିବା ବିରିୟାନୀ’ ଭଲ: ଏ ବିଷୟରେ ବିତର୍କ ଚାଲିଥିବା ବେଳେ ‘ସ୍ବିଗି’ର ଷଷ୍ଠ ବାର୍ଷିକ ‘ପରିସଂଖ୍ୟାନ’ ରିପୋର୍ଟ ଦର୍ଶାଇଛି ଯେ, ୨୦୨୧ରେ ଦେଶର ଖାଦ୍ୟରସିକମାନେ ମିନିଟ୍‌କୁ ୧୧୫ଟି ବିରିୟାନୀ ବରାଦ ଦେଇଛନ୍ତି।

Image Courtesy of India Today

ଏହାଛଡ଼ା, ନିରୋଳା ପରିବା ବିରିୟାନୀ ଅପେକ୍ଷା ‘ଚିକେନ୍‌ ବିରିୟାନୀ’ର ବରାଦ ୪.୩ ଗୁଣ ଅଧିକ ଥିବା କଥା ଉକ୍ତ ରିପୋର୍ଟରେ ପ୍ରକାଶ ପାଇଛି। ଚେନ୍ନାଇ, କୋଲ୍‌କାତା, ଲକ୍ଷ୍ନୌ ଏବଂ ହାଇଦ୍ରାବାଦରେ ଚିକେନ୍‌ ବିରିୟାନୀ ସର୍ବାଗ୍ରେ ଥିଲା।

Image Courtesy of India Today

୪.୨୫ ଲକ୍ଷରୁ ଅଧିକ ନୂତନ ‘ସ୍ବିଗି’ ବ୍ୟବହାରକାରୀ ସେମାନଙ୍କ ପ୍ରଥମ ଅର୍ଡର୍‌ରେ ‘ଚିକେନ୍‌ ବିରିୟାନୀ’ ବରାଦ କରିଥିଲେ। ବିରିୟାନୀ ପ୍ରତି ଏମିତି ମୋହ ଯେ, କୋଲ୍‌କାତାର ଜଣେ ଯୁବତୀଙ୍କ ଘରକୁ ତାଙ୍କ ପସନ୍ଦର ‘ମଟନ୍‌ ବିରିୟାନୀ’ ଆଣିବା ଲାଗି ଜଣେ ‘ସ୍ବିଗି ଜିନ୍‌’ଙ୍କୁ (ସ୍ବିଗି ଖାଦ୍ୟବାହକ) ୩୯.୩ କିଲୋମିଟର୍‌ ଦୂର ଯିବାକୁ ପଡ଼ିଥିଲା।

Image Courtesy of India Today

ଚଳିତ ବର୍ଷର ସବୁଠୁ ଅଧିକ ଖିଆଯାଇଥିବା ଜଳଖିଆ ଥିଲା ଶିଙ୍ଗଡ଼ା। ଶିଙ୍ଗଡ଼ା ପାଇଁ ‘ସ୍ବିଗି’କୁ ମିଳିଥିଲା ୫ ନିୟୁତ ବରାଦ। ଚିକେନ୍‌ ଠାରୁ ଏହି ବରାଦ ପ୍ରାୟ ୬ ଗୁଣରୁ ଅଧିକ। ଏହା ପଛକୁ ଥିଲା, ପାଓଭାଜି। ଏଥିପାଇଁ ‘ସ୍ବିଗି’ ପାଇଥିଲା ୨.୧ ନିୟୁତ ବରାଦ।

The post ୨୦୨୧ରେ ପ୍ରତି ମିନିଟ୍‌ରେ ୧୧୫ ଚିକେନ୍‌ ବିରିୟାନୀ ବରାଦ ଦେଇଛନ୍ତି ଆମ ଦେଶର ଖାଦ୍ୟପ୍ରେମୀ first appeared on Sambad.

from ଜୀବନଚର୍ଯ୍ୟା | Sambad https://ift.tt/33DKX9F

Post a Comment

0 Comments