ଏହି ୧୨ଟି ରୋଗକୁ ଦୂର କରିବାରେ ସହାୟକ ହୁଏ ଗାଈ କ୍ଷୀର

ବୁଢ଼ୀ ମା’ମାନେ ସବୁବେଳେ ନିଜ ନାତିନାତୁଣୀଙ୍କୁ ଗାଈକ୍ଷୀର ପିଇବାକୁ କହି ଥାଆନ୍ତି। ଏପରିକି ଯେଉଁ ପିଲାମାନେ ଗାଈକ୍ଷୀରକୁ ପିଇବାକୁ ପସନ୍ଦ କରନ୍ତି ନାହିଁ, ସେମାନଙ୍କୁ ମା’ମାନେ ବିଭିନ୍ନ ଉପାୟରେ ଗାଈ କ୍ଷୀରକୁ ପିଇବାକୁ ଚେଷ୍ଟା କରାଇ ଥାଆନ୍ତି। କାରଣ ଗାଇକ୍ଷୀର ୧୨ ଟି ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ। ତେବେ ଆସନ୍ତୁ ଗାଇ କ୍ଷୀରରେ କେଉଁ କେଉଁ ରୋଗକୁ ଦୂର କରାଯାଇପାରିବ ସେ ବିଷୟରେ ଜାଣିବା ।

୧ . ବୌଦ୍ଧିକ ବିକାଶ ତଥା ମସ୍ତିଷ୍କର ବିକାଶ ପାଇଁ ଗାଈକ୍ଷୀର ଖୁବ୍ ଲାଭଦାୟକ । ଉଭୟ ବ୍ୟକ୍ତି ଏବଂ ପିଲାଙ୍କ ପାଇଁ ଏହି କ୍ଷୀର ଲାଭଦାୟକ ହୁଏ ।
୨ . ଗାଈର କ୍ଷୀର ହଜମକ୍ରିୟା ପାଇଁ ଖୁବ୍ ଲାଭଦାୟକ ହୋଇଥାଏ । ଖାଦ୍ୟକୁ ହଜମ କରିବା ପାଇଁ କ୍ଷୀର ପିଇବା ନିତାନ୍ତ ଆବଶ୍ୟକ । ପାଚନପ୍ରକ୍ରିୟାକୁ ସୁସ୍ଥ ରଖିଥାଏ ଗାଇକ୍ଷୀର ।

World Milk Day: Know Benefits Of Drinking Milk Other Than Optimum Calcium Intake
୩. ନିକଟରେ ହୋଇଥିବା ସର୍ଭେ ଅନୁସାରେ କ୍ଷୀରରୁ ବାହାରୁଥିବା କ୍ରିମକୁ ପ୍ରତିଦିନ ସେବନ କଲେ ଏଡସ୍ ରୋଗରୁ ମଣିଷକୁ ବଞ୍ଚାଇବା ପାଇଁ ସହାୟକ ହୋଇଥାଏ । ମେଲବର୍ଣ୍ଣର ଗର୍ଭବତୀ ଗାଈଙ୍କ ଠାରେ ଏହି ରୋଗକୁ ନିୟନ୍ତ୍ରଣ କରିବାର ନମୁନା ଦେଖାଦେଇଥିଲା ।
୪ . ପୁରୁଷଙ୍କ ଶୁକ୍ରାଣୁରେ କମ୍ ମାତ୍ରା ଦେଖାଦେଉଥିଲେ ଗାଈକ୍ଷୀରର ସେବନ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହାଦ୍ୱାରା ଶରୀରରେ ଉର୍ଜା ବଢିବା ସହ ବଳ ମିଳିଥାଏ ଏବଂ ଶୁକ୍ରାଣୁ ସଂଖ୍ୟା ବୃଦ୍ଧି ହୋଇଥାଏ ।
୫ . ପ୍ରତିଦିନ ଗାଈକ୍ଷୀର ପିଇବା ଯକ୍ଷ୍ମା ରୋଗୀଙ୍କ ପାଇଁ ଫଳପ୍ରଦ ହୋଇଥାଏ । ଏହାଦ୍ୱାରା ଯକ୍ଷ୍ମା ରୋଗର ନିୟନ୍ତ୍ରଣ ହୋଇଥାଏ । ରାତିରେ ବୟୋଜ୍ୟେଷ୍ଠ କ୍ଷୀର ପିଇ ଶୋଇଲେ ଶରୀରକୁ ବଳ ମିଳିଥାଏ ।
୬ . ପିତ୍ତ ସମ୍ବନ୍ଧ ସମସ୍ୟାକୁ ଦୂରେଇବା ପାଇଁ ପ୍ରତିଦିନ ଗାଈକ୍ଷୀର ପିଇବା ଆବଶ୍ୟକ । ଏହାଦ୍ୱାରା ଗ୍ୟାସ୍ ସମସ୍ୟା ମଧ୍ୟ ଦୂର ହୋଇଥାଏ ।
୭ . ପିଲାଙ୍କ ମଧ୍ୟରେ ରିକେଟସ୍ କିମ୍ବା ଶୁଖିଲା ରୋଗ ଦେଖାଗଲେ ଗାଈକ୍ଷୀରକୁ ବାଦାମରେ ମିଶାଇ ପିଅନ୍ତୁ । ଏହା ମେଡିସିନ୍ ଭଳି କାମ କରିବ । ରକ୍ତ କୋଶିକା ବୃଦ୍ଧି କରିବାରେ ଏହା ସହାୟକ ହେବ ।

Why did humans start drinking cow milk

୮ . କଞ୍ଚା ଗାଈକ୍ଷୀରକୁ ତ୍ୱଚାରେ ମାଲିସ୍ କରାଯାଇପାରେ । ଏହା ଏକ ଭଲ ବିୟୁଟି କେୟାର୍ ହେବ । ଚେହେରାକୁ ଗୋରା,ଦାଗହୀନ ଏବଂ କୋମଳ କରିବା ପାଇଁ ଆପଣ ମଧ୍ୟ କଞ୍ଚା ଗାଇକ୍ଷୀରର ବ୍ୟବହାର କରନ୍ତୁ ।
୯ . ଗାଈକ୍ଷୀରର ହଳଦିଆ ଅଂଶ ଆଖି ପାଇଁ ଖୁବ୍ ଲାଭଦାୟକ ହୋଇଥାଏ । ଏହାକୁ କେରୋଟିନ୍ କୁହାଯାଏ । ଏହା ଆଖିକୁ ସୁନ୍ଦର କରିବା ସହ ଆଖିର ରୋଷନୀକୁ ମଧ୍ୟ ବଢାଇଥାଏ ।
୧୦ . କ୍ୟାନ୍ସର ,ଟିଭି, ହଇଜା ଭଳି ଅନେକ ରୋଗ ପାଇଁ ଗାଈକ୍ଷୀର ମହୋଷଧିର କାମ କରେ । ଏହା ଅମୃତ ଭଳି କାମ କରିଥାଏ । ଏକାକି ହିଁ କ୍ଷୀର ଛୁଆଙ୍କୁ ପୋଷଣ ଦେବାରେ ସକ୍ଷମ ହୋଇଥାଏ ।
୧୧ . ମେଡିସିନ୍ ତଥା ଅନ୍ୟ କ୍ୟାମିକାଲ୍ ପଦାର୍ଥରୁ ଶରୀରକୁ ବଞ୍ଚାଇବା ପାଇଁ ଗାଈକ୍ଷୀର ବହୁତ ଭଲ ହୋଇଥାଏ ।
୧୨ . ଏଥିରେ ଭିଟାମିନ୍ – ଏ ର ପରିମାଣ ଅଧିକ ଥାଏ । ପୁରୁଣା ରୋଗ,ମାନସିକ ରୋଗ,ପେଟ ରୋଗ , ଗୁପ୍ତ ରୋଗ ଏବଂ ହୃଦୟ ରୋଗକୁ କମ୍ କରିଥାଏ ଗାଈକ୍ଷୀର ।

The post ଏହି ୧୨ଟି ରୋଗକୁ ଦୂର କରିବାରେ ସହାୟକ ହୁଏ ଗାଈ କ୍ଷୀର first appeared on Sambad.

from ଜୀବନଚର୍ଯ୍ୟା | Sambad https://ift.tt/3DseNu3

Post a Comment

0 Comments