ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବ୍ୟବସାୟରେ ଲାଭ ହେବ। କାହାରି ପରାମର୍ଶ ଆପଣଙ୍କର କ୍ୟାରିୟରର ଦିଶା ବଦଳାଇ ଦେଇପାରେ। ଜୀବନସାଥୀଙ୍କ ସହ ସମ୍ବନ୍ଧ ମଧୁର ହେବ।

ବୃଷ: ଆଜି ଅଧିକ ପରିଶ୍ରମ କରିବାକୁ ପଡ଼ିଲେ ବି ଦିନଟି ଭଲ। ବଡ଼ ଭାଇଙ୍କ ସହିତ ମତଭେଦ ହୋଇପାରେ। ଛାତ୍ରଙ୍କୁ ଲେଖାପଢ଼ାରେ ଅଧିକ ପରିଶ୍ରମ କରିବାକୁ ହେବ।

ମିଥୁନ: ଘରର କୌଣସି ମାମଲାରେ ଆପଣଙ୍କୁ ବଡ଼ ନିଷ୍ପତ୍ତି ନେବାକୁ ହେବ। କାମ ଧନ୍ଦା କ୍ଷେତ୍ରରେ ଆହ୍ବାନ ଆସିବ। ପରିବାରରେ ପରସ୍ପର ପ୍ରତି ବିଶ୍ବାସ ବଢ଼ିବ।

କର୍କଟ: ପାରିବାରିକ ଜୀବନ ସୁଖମୟ ହେବ। ବ୍ୟବସାୟରେ ସଂପୂର୍ଣ୍ଣ ହେବାକୁ ଯାଉଥିବା କାମରେ ବାଧା ଉପୁଜିବ। ପ୍ରେମୀ ଯୁଗଳ ଏକାନ୍ତରେ ସମୟ ଅତିବାହିତ କରିବେ।

ସିଂହ: ପୂର୍ବ କଥାକୁ ନେଇ ଚିନ୍ତିତ ରହିବେ। ଖୁସି ଖବର ପାଇବେ। ନିଜର କାମ ଶୀଘ୍ର ସମାପ୍ତ କରିବାକୁ ଚେଷ୍ଟା କରିବେ। ନୂଆ କାମ ପାଇଁ ଦୂର ଯାତ୍ରା କରିପାରନ୍ତି।

କନ୍ୟା: ଦୈନିକ କାର୍ଯ୍ୟରେ ଆପଣ ପୂର୍ଣ୍ଣ ସଫଳତା ପାଇବେ। ଆପଣଙ୍କର ନୂଆ ବନ୍ଧୁ ହୋଇପାରନ୍ତି। ସମାଜରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

ତୁଳା: ଲୋକେ ଆପଣଙ୍କ ବ୍ୟବହାରରେ ପ୍ରଭାବିତ ହେବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। କୌଣସି ସାକ୍ଷାତକାର ପାଇଁ ଡାକର ଆସିବ। ପ୍ରେମ ପ୍ରସଙ୍ଗରେ ସଫଳତା ମିଳିପାରେ।

ବିଛା: ଏକ ତରଫା ଚିନ୍ତା ଆପଣଙ୍କୁ ଅଡୁଆରେ ପକାଇପାରେ। ଆପଣ ବନ୍ଧୁଙ୍କ ସାହାଯ୍ୟ ନେଇପାରନ୍ତି। ରାଜନେତାଙ୍କୁ ପରିଶ୍ରମର ଫଳ ମିଳିବ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

ଧନୁ: ଆପଣଙ୍କର ବିଚାର ଶକ୍ତି ଉନ୍ନତ ହେବ। ଅନ୍ତରଙ୍ଗ ବନ୍ଧୁ ସହ କଥା ହୋଇପାରନ୍ତି। ସାମାଜିକ କ୍ଷେତ୍ରରେ ଆପଣଙ୍କର ସକ୍ରିୟତା ବଢ଼ିବ। ପରିବାରରେ ଖୁସି ବଢ଼ିବ।

ମକର: କିଛି ମାମଲାରେ ଭାବପ୍ରବଣ ହୋଇପାରନ୍ତି। ବ୍ୟବସାୟରେ ଧନଲାଭ ହେବ। ବିବାହିତଙ୍କ ଲାଗି ଦିନଟି ଭଲ। ଛାତ୍ରଙ୍କୁ ଶିକ୍ଷକଙ୍କ ସାହାଯ୍ୟ ମିଳିବ।

କୁମ୍ଭ: ସ୍ବାସ୍ଥ୍ୟ ସତେଜ ରହିବ। ଯେଉଁ କାମ କରିବାକୁ ଭାବିବେ ସେହି କାମ ଆରାମରେ ପୂରା ହୋଇଯିବ। ଚାକିରିଆଙ୍କୁ ଭଲ ସୁଯୋଗ ମିଳିବ। ପରିବାରରେ ଖୁସିର ଆଗମନ ହେବ।

ମୀନ: କାମର ବୋଝ ଅଧିକ ହୋଇପାରେ। ଭାଇଙ୍କ ସାହାଯ୍ୟରେ କୌଣସି ବଡ଼ କାମ ପୂରା ହୋଇଯିବ। ଭ୍ରମଣ ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କର ଭଲ ଆୟ ହେବ।

The post ଜାଣନ୍ତୁ ଆସନ୍ତାକାଲିର ରାଶିଫଳ first appeared on Sambad.

from ଜୀବନଚର୍ଯ୍ୟା | Sambad https://ift.tt/3KdY2Hy

Post a Comment

0 Comments