ଏଭଳି କାମ କରୁଥିଲେ, ଚକ୍ଷୁ ସଂକ୍ରମଣର ଶିକାର ହୋଇପାରନ୍ତି!

ଆଜିକାଲି ଅନେକ ଲୋକ ଚଷମା ବଦଳରେ କଣ୍ଟାକ୍ଟ ଲେନ୍‌ସ ବ୍ୟବହାର କରୁଛନ୍ତି। ଏମାନଙ୍କ ଭିତରେ ଅଧିକସଂଖ୍ୟକ ଯୁବକ ଯୁବତୀ ଥିବା ଜଣାଯାଇଛି। ଏମାନେ ମନେ କରନ୍ତି ଯେ କଣ୍ଟାକ୍ଟ ଲେନ୍‌ସ କଲେ ଦୃଷ୍ଟିଶକ୍ତିଜନିତ ସମସ୍ୟା ରହିଛି ବୋଲି କେହି ଜାଣିପାରିବେ ନାହିଁ।  ତେବେ ସେ ଯାହା ହେଉନା କାହିଁକି, ଯଦି  ଚଷମା ବଦଳରେ କଣ୍ଟାକ୍ଟ ଲେନ୍‌ସ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କୁ ଯଥେଷ୍ଟ ସତର୍କ ରହିବାକୁ ପଡ଼ିବ। ବିଶେଷ କରି ଶୋଇବାବେଳେ ଆପଣ ଭୁଲରେ ମଧ୍ୟ କଣ୍ଟାକ୍ଟ ଲେନ୍‌ସ ପିନ୍ଧନ୍ତୁ ନାହିଁ। ତା’ ନ ହେଲେ ଆପଣ ଚକ୍ଷୁ ସଂକ୍ରମଣର ଶିକାର ହୋଇପାରନ୍ତି।

image source-.downtowneyes.com

ଖାଲି ସେତିକି ନୁହେଁ, ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ ଯଦି ଆପଣ କଣ୍ଟାକ୍ଟ ଲେନ୍‌ସ ଲଗାଇ ଶୁଅନ୍ତି, ତେବେ ଆପଣ ସଂପୂର୍ଣ୍ଣ ରୂପେ ଦୃଷ୍ଟିହୀନ ବି ହେବାର ଆଶଙ୍କା ରହିଛି। ଆମେରିକାର ୟୁନିଭର୍ସିଟି ଅଫ୍‌ ମେକ୍‌ସିକୋର ସହକାରୀ ପ୍ରଫେସର ଜନ୍‌ ଫେମଲିଙ୍ଗ କହିଛନ୍ତି କି ଶୋଇବା ବେଳେ କଣ୍ଟାକ୍ଟ ଲେନ୍‌ସ ପିନ୍ଧିଥିଲେ, କେବଳ ଚକ୍ଷୁ ସଂକ୍ରମଣ ନୁହେଁ ,ବରଂ କୌଣସି ପ୍ରକାରର ସ୍ଥାୟୀ ରୋଗର ଶିକାର ବି ହୋଇପାରନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କି ସପ୍ତାହରେ ୩/୪ ଦିନ ଲଗାତାର କଣ୍ଟାକ୍ଟ ଲେନ୍‌ସ ପିନ୍ଧି ଶୋଇଲେ ପ୍ରତ୍ୟାରୋପଣ ବି କରାଯିବାର ଆବଶ୍ୟକତା ପଡ଼ିପାରେ। ଏଣୁ ଶୋଇବାପୂର୍ବରୁ କଣ୍ଟାକ୍ଟ ଲେନ୍‌ସ ନ ପିନ୍ଧିବା ଭଲ ବୋଲି ସେ ମତ ଦେଇଛନ୍ତି। ଏନେଇ ସେ ଏକାଧିକ ଗବେଷଣା କରିଥିବା କୁହାଯାଉଛି।

 



from ଜୀବନଚର୍ଯ୍ୟା – Sambad https://ift.tt/2StFCc9

Post a Comment

0 Comments