ଜାଣନ୍ତୁ ଆଜିର ରାଶିଫଳ

ମେଷ: କାମରେ ଏକାଗ୍ରତା ଅଧିକ ରହିବ। ଧନଲାଭ ସହିତ ଖୁସିର ଆଗମନ ହେବ। ବିବାହିତ ଲୋକଙ୍କ ଲାଗି ଦିନଟି ଭଲ। ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ।

 

ବୃଷ: ଆପଣ ନିଜର ସଫଳତା ନେଇ ଆଶ୍ବସ୍ତ ରହିବେ। ବ୍ୟବସାୟରେ ନୂଆ କାମ ଆରମ୍ଭ କରିପାରନ୍ତି। ପ୍ରିୟତମଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ।

 

ମିଥୁନ: ପ୍ରଭାବଶାଳୀ ଲୋକଙ୍କ ସହଯୋଗ ଆପଣଙ୍କର ଉତ୍ସାହ ବଢ଼ାଇବ। ନୂଆ କାମ ଆରମ୍ଭ କରିପାରନ୍ତି। ପ୍ରେମ ସ˚ପର୍କ ନିବିଡ଼ ହେବ।

 

କର୍କଟ: ଚାକିରି ବୃତ୍ତି ଲାଗି ସମୟ ଭଲ। କାମ ସ˚ପୂର୍ଣ୍ଣ କରିବା ଲାଗି ନୂଆ ଉପାୟ ବାହାର କରିବେ। ବିବାହ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି।

 

ସି˚ହ: ପୂଜାର୍ଚ୍ଚନାରେ ସମୟ କଟିବ। ଆପଣଙ୍କ ମନରେ ନୂଆ ଆଉ ଭଲ ବିଚାର ଜନ୍ମିବ। ପରିଶ୍ରମର ସୁଫଳ ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।

 

କନ୍ୟା: ଆପଣଙ୍କ ମନ ଧର୍ମ କାର୍ଯ୍ୟରେ ଅଧିକ ଲାଗି ରହିବ। ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହ ସାକ୍ଷାତ୍‌ ହେବ। ଅର୍ଥ ମାମଲାରେ ବହୁତ ବୁଦ୍ଧି ଲଗାଇ ନିଷ୍ପତ୍ତି ନିଅନ୍ତୁ।

 

ତୁଳା: ପୂର୍ବରୁ କରିଥିବା କାମର ଲାଭ ପାଇବେ। ଉଜ୍ଜ୍ବଳ ଭବିଷ୍ୟତ ପାଇଁ ନୂଆ ପଦକ୍ଷେପ ନେବେ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

 

ବିଛା: ଭାଗ୍ୟର ସହଯୋଗ ମିଳିବ। ଶତ୍ରୁଙ୍କୁ ପରାସ୍ତ କରିବେ। ବେପାରରେ ଲାଭ ହେବ। ଭ୍ରମଣ ଓ ମନୋର˚ଜନ କାର୍ଯ୍ୟରେ ସମୟ ବ୍ୟୟ କରିବେ।

 

ଧନୁ: ଧର୍ମ କାର୍ଯ୍ୟରେ ସହଯୋଗ କରିବେ। କାର୍ଯ୍ୟ କ୍ଷେତ୍ରରେ ଗତିରୋଧରୁ କିଛି ଶିଖିବାକୁ ମିଳିବ। ବିବାହିତଙ୍କ ଲାଗି ଦିନଟି ବହୁତ ଭଲ।

 

ମକର: ଯେଉଁ କାମ ଆରମ୍ଭ କରିବେ ତାକୁ ସ˚ପୂର୍ଣ୍ଣ କରିନେବେ। ଆର୍ଥିକ ସ୍ଥିତି ଠିକ୍‌ ରହିବ। କୌଣସି ନୂଆ ବ୍ୟକ୍ତିଙ୍କ ସହିତ ସ˚ପର୍କ ହୋଇପାରେ।

 

କୁମ୍ଭ: ତରବରିଆ ଭାବେ କୌଣସି କାମ କରନ୍ତୁ ନାହିଁ। ନୂଆ ଜମି ପାଇଁ ଟଙ୍କା ଦେବା ପୂର୍ବରୁ ଦଲିଲକୁ ଭଲଭାବେ ଯାଞ୍ଚ କରିନିଅନ୍ତୁ। ବ୍ୟବସାୟୀଙ୍କ ଲାଗି ଦିନଟି ଶୁଭ।

 

ମୀନ: ପରିଶ୍ରମ ଅଧିକ କରିବା ହେତୁ କ୍ଳାନ୍ତି ଅନୁଭବ କରିବେ। ଅଚାନକ ଧନଲାଭ ହେବ। ପ୍ରିୟତମଙ୍କ ସହିତ ସମୟ ଅତିବାହିତ କରିବା ପାଇଁ ଯୋଜନା କରିବେ।



from ଜୀବନଚର୍ଯ୍ୟା – Sambad https://ift.tt/3itEZtW

Post a Comment

0 Comments