କଟକ: ସାଧାରଣ ଭାବେ ଶୀତ ଦିନରେ ପାଦ ଓ ହାତ ଚମ ଫାଟିଥାଏ। ନିଜର ଠିକ୍ ଭାବେ ଯତ୍ନ ଓ ଭିଟାମିନ୍ ଅଭାବରୁ ମୁଖ୍ୟତଃ ଏହି ସମସ୍ୟାର ଶିକାର ହୋଇଥାନ୍ତି ମହିଳା ମାନେ। ଅଧିକାଂଶ ମହିଳା ଘରୋଇ ଉପଚାରକୁ ଆପଣାଇଥାନ୍ତି। ହେଲେ କୌଣସି ପ୍ରକାରର ଘରୋଇ ଉପଚାର ଆପଣାଇବା ପୂର୍ବରୁ ସେମାନେ ବିୟୁଟିସିଆନ୍ ଅଥବା ଏ ସଂପର୍କରେ ଉପଯୁକ୍ତ ଜ୍ଞାନ ରଖିଥିବା ବ୍ୟକ୍ତିଙ୍କ ପରାମର୍ଶ ନେବା ଉଚିତ୍। ଯଦି କିଏ ଘରୋଇ ଉପଚାର କରିବାକୁ ଚାହୁଁଛନ୍ତି ତେବେ ଘରେ କାମ କରିବା ସମୟରେ ହାତ ଓ ପାଦରେ ଗ୍ଲୋବ୍ସ ବ୍ୟବହାର କରିବା ନିହାତି ଆବଶ୍ୟକ।
ଏହାସହ ରାତିରେ ଶୋଇବା ପୂର୍ବରୁ ଗରମ ପାଣିରେ ଗୋଡ଼ ଓ ହାତକୁ କିଛି ସମୟ ବୁଡ଼ାଇ ପରେ ଭଲ ଭାବେ ଏହାକୁ ପୋଛି ସେଥିରେ ଭେସଲିନ୍ କିମ୍ବା ତେଲ ବ୍ୟବହାର କରିବା ଦ୍ବାରା ଏହା ଚମଡ଼ାକୁ ନରମ ରଖିଥାଏ। ଯାହା ଫଳରେ ହାତ ଅଥବା ପାଦ ଫାଟିବା ବନ୍ଦ ହୋଇଥାଏ। ଏଭଳି ଘରୋଇ ଉପଚାର କରିବା ସହ ମହିଳାମାନେ ନିଜ ବୟୁଟିସିଆନ୍ଙ୍କୁ ଯୋଗାଯୋଗ କରି ଏଥି ପାଇଁ ମେନିକ୍ୟୁୟର, ପେଡ଼ିକ୍ୟୁଅର ମଧ୍ୟ କରାଇ ପାରିବେ। ଫଳରେ ପାଦ ଓ ହାତର ଚର୍ମ ଭଲ ଓ ନରମ ରହିବା ସହ ଏହା ଫାଟିବା ବନ୍ଦ ହୋଇଥାଏ।
-ଶୁଭ୍ରା କାନୁନ୍ଗୋ, ରିଫ୍ଲେକ୍ସନ ସେଲୁନ୍ ଆଣ୍ତ ସ୍ପା
The post ବିୟୁଟି ଟିପ୍ସ: ହାତ ପାଦ ଫାଟିବାର ଘରୋଇ ଉପଚାର first appeared on Sambad.
from ଜୀବନଚର୍ଯ୍ୟା – Sambad https://ift.tt/3gsgX2R
0 Comments