ଆପଣ ଜାଣିଥିବେ ନିଶ୍ଚୟ ଯେ ପନିପରିବା ପରି ଫଳମୂଳ ମଧ୍ୟ ଶରୀର ପାଇଁ ବେଶ୍ ଉପକାରୀ ହୋଇଥାଏ। ସବୁ ଫଳ ଭିତରେ ଅଲଗା ଅଲଗା ବିଶେଷତ୍ବ ରହିିଛି। ଆପଣ ଜାଣନ୍ତି କି? କମଳା ହେଉଛି ଔଷଧୀୟ ଗୁଣରେ ଭରପୂର ସବୁଠାରୁ ଉପକାରୀ ଫଳ। ଏହାକୁ ସିଧା ଖାଆନ୍ତୁ କିମ୍ବା ରସ କରି ପିଅନ୍ତୁ, ଏହାର ପ୍ରଭାବରେ ଅନେକ ଶାରୀରିକ ସମସ୍ୟା ଦୂର ହୋଇଥାଏ। ଏହା ଏକ ଆଣ୍ଟି ଅକ୍ସିଡେଣ୍ଟ ଓ ଶକ୍ତିକାରୀ ଫଳ। କେବଳ ଏହାର ରସ ନୁହେଁ, ଚୋପା କି ଉପକାରୀ।
ଦୈନଦିନ କମଳା ରସ ପିଉଥିଲେ କିଡ୍ନିରେ ଷ୍ଟୋନ୍ ହେବାର ସମ୍ଭାବନା କମ ରହିଥାଏ। ଏପରିକି ଯେଉଁମାନଙ୍କ କିଡନିରେ ଷ୍ଟୋନ୍ ହୋଇଥାଏ ଚିକିତ୍ସକମାନେ ତାଙ୍କୁ କମଳା ରସ ପିଇବା ପାଇଁ ପରାମର୍ଶ ଦେଇଥାନ୍ତି।
ଆଜିକାଲି ଅନେକ ଜଣଙ୍କ ଭିତରେ ଭୋକ ନ ହେବା ସମସ୍ୟା ରହିଛି। କମଳା ରସ ପିଇଲେ ଭୋକ ହୋଇଥାଏ ବୋଲି ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି।
ଏହା ବ୍ୟତୀତ କଫ ନ ହେବା, କାସ କମ୍ କରିବା ପାଇଁ କମଳା ଅବ୍ୟର୍ଥ ଔଷଧ ପରି କାମ କରେ। ଆପଣଙ୍କର ଏହି ସବୁ ସମସ୍ୟା ଥିଲେ କମଳା ଦୈନିକ ଖାଆନ୍ତୁ।
କମଳାର ଚୋପାରେ କର୍କଟ ଚିକିତ୍ସା ହୋଇଥାଏ। ଏହି ଚେପା କର୍କଟର ଘାଆକୁ କମ୍ କରିପାରେ ବୋଲି ବିଶେଷଜ୍ଞମାନେ ଦାବି କରିଛନ୍ତି।
କମଳା ଚୋପରୁ ତିଆରି ହେଉଥିବା ତୈଳ ମଧ୍ୟ ଖୁବ୍ ଭଲ। କୋଲେଷ୍ଟ୍ରଲ୍, ଉଚ୍ଚ ରକ୍ତଚାପ, କର୍କଟ ଆଦିର ଚିକିତ୍ସା ଏହା ଦ୍ୱାରା କରାଯାଇ ପାରେ।
The post କମଳାରେ ଅଛି ଏହି ସବୁ ଉପକାରୀ ଗୁଣ, ଚୋପା ବି ଆସିଥାଏ ଅନେକ କାମରେ first appeared on Sambad.
from ଜୀବନଚର୍ଯ୍ୟା – Sambad https://ift.tt/3q3O1CB
0 Comments