ଜାଣନ୍ତୁ ଆଜିର ରାଶିଫଳ

ମେଷ: ଘରକୁ ବନ୍ଧୁ ବା ସଂପର୍କୀୟ ଆସିବେ। ଆପଣଙ୍କୁ ନୂଆ କାମ ମିଳିବ। ଜମି ଦଲାଲଙ୍କ ଲାଗି ଦିନଟି ଭଲ। ଦାମ୍ପତ୍ୟ ଜୀବନରେ ଖୁସି ଖବର ପାଇବେ।

ବୃଷ: ବ୍ୟକ୍ତିଗତ ସମସ୍ୟାର ସମାଧାନ ହୋଇଯିବ। ଘର ଓ ଅଫିସର ପରିବେଶ ଆନନ୍ଦମୟ ରହିବ। କୌଣସି ବିଷୟରେ ଗହନ ଚିନ୍ତନ କରିବେ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ।

ମିଥୁନ: ନୂଆ କାମ କରିବା ପାଇଁ ସ୍ଥିର କରିବେ। ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକ ଖବର ସଂଗ୍ରହ ପାଇଁ ଅଧିକ ଯା’ଆସ କରିବେ। ପ୍ରେମ ଜୀବନ ଭଲ ରହିବ।

କର୍କଟ: କାର୍ଯ୍ୟ ପୂରା କରିବା ଲାଗି ପିଲାମାନଙ୍କ ସାହାଯ୍ୟ ନେବେ। ଅଚାନକ ଧନଲାଭର ଉତ୍ସ ପାଇବେ। ଅଫିସ କାମ ପୂରା କରିବା ପାଇଁ ବରିଷ୍ଠଙ୍କ ସାହାଯ୍ୟ ପାଇବେ।

ସିଂହ: ଆପଣଙ୍କ ଧ୍ୟାନ ଧର୍ମକାର୍ଯ୍ୟରେ ଲାଗି ରହିବ। ବ୍ୟବସାୟ ବା ଚାକିରିରେ ଲାଗି ରହିଥିବା ଅଶାନ୍ତି ସମାପ୍ତ ହୋଇଯିବ। ସାମ୍ବାଦିକ ଆଗକୁ ବଢ଼ିବାର ସୁଯୋଗ ପାଇବେ।

କନ୍ୟା: ଆପଣଙ୍କ ସମୟ ପିଲାମାନଙ୍କ ସହ ବିତିବ। ସ୍ବାସ୍ଥ୍ୟ ସଂପର୍କିତ ସମସ୍ୟାରୁ ମୁକ୍ତି ପାଇବେ। କିଛି ନୂଆ ଓ ସକାରାତ୍ମକ କରିବାକୁ ଭାବିବେ।

ତୁଳା: ପରିବାରରେ ଲାଗି ରହିଥିବା ଅଶାନ୍ତି ସମାପ୍ତ ହେବ। କଳାକ୍ଷେତ୍ରରେ ଥିବା ଲୋକଙ୍କୁ ସମ୍ମାନ ମିଳିବ। ବିନା କାରଣରେ କାହାରି କଥାରେ ଦଖଲ ଦିଅନ୍ତୁ ନାହିଁ।

ବିଛା: ସ୍ଥଗିତ କାମ ପୂରା ହୋଇଯିବ। ଅନ୍‍ଲାଇନ୍ ବ୍ୟବସାୟୀଙ୍କୁ ବଡ଼ ଅର୍ଡର୍ ମିଳିବ। ଛାତ୍ରଙ୍କ ଲାଗି ଭଲ ଦିନଟିଏ। ସୁସମ୍ବାଦ ପାଇବେ।

ଧନୁ: କାର୍ଯ୍ୟକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ କିଛି ନୂଆ କରିବେ। କ୍ଷୁଦ୍ର ଉଦ୍ୟୋଗୀଙ୍କୁ ଯଥେଷ୍ଟ ଲାଭ ହେବ। ସାମାଜିକ କାର୍ଯ୍ୟରେ ସହଯୋଗ ଦିଅନ୍ତୁ, ମାନ ସମ୍ମାନ ବଢ଼ିବ।

ମକର: ବ୍ୟବସାୟରେ ପ୍ରଗତି ଲାଗି ଭଲ ଦିନଟିଏ। ଧନଲାଭ ହେବାର ଯୋଗ ଅଛି। କାର୍ଯ୍ୟରେ ସଫଳତା ପାଇବେ। ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ।

କୁମ୍ଭ: କାମ ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ। ଜୀବନସାଥୀଙ୍କ ପରାମର୍ଶ କାମରେ ଆସିବ। ଇଂଜିନିୟର ଠିକ୍ ଦିଶାରେ ନିଜର ଅଭିଜ୍ଞତା ପ୍ରୟୋଗ କରିବେ।

ମୀନ: ପୂର୍ବ ବିବାଦର ଫଇସଲା ଆପଣଙ୍କ ପକ୍ଷରେ ଆସିବ। ଆପଣଙ୍କର ଆତ୍ମବିଶ୍ବାସ ବୃଦ୍ଧି ପାଇବ। ପରିବାର ଲୋକଙ୍କ ସହଯୋଗରେ ସ୍ଥଗିତ କାମ ପୂରା କରିବେ।

The post ଜାଣନ୍ତୁ ଆଜିର ରାଶିଫଳ first appeared on Sambad.

from ଜୀବନଚର୍ଯ୍ୟା | Sambad https://ift.tt/3yuYXhA

Post a Comment

0 Comments