ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ କଳ୍ପନାଶକ୍ତି ଲକ୍ଷ୍ୟ ପ୍ରାପ୍ତିରେ ସହାୟକ ହେବ। ଯାହା ବି କାମ କରିବେ କମ୍ ସମୟରେ ପୂରା ହୋଇଯିବ। କିଣାବିକା ଲାଗି ଭଲ ଦିନଟିଏ।

ବୃଷ: କାମ ଧନ୍ଦ‌ା ସମ୍ବନ୍ଧରେ କିଛି ଭଲ ଖବର ପାଇବେ। ଆପଣ ଭାବିଥିବା କାମ ସଂପୂର୍ଣ୍ଣ ହେବ। କାରବାର ସମ୍ବନ୍ଧରେ ଅନ୍ୟମାନଙ୍କ ଠାରୁ ଭଲ ପରାମର୍ଶ ପାଇବେ।

ମିଥୁନ: ଦିନଟି ପୂର୍ବ ଅପେକ୍ଷା ଭଲ ରହିବ। ଜୀବନସାଥୀଙ୍କ ସହ କୌଣସି ପ୍ରସଙ୍ଗରେ ଦୀର୍ଘ ସମୟ କଥାବାର୍ତ୍ତା କରିବେ। କୌଣସି କାର୍ଯ୍ୟର ଯୋଜନା ପ୍ରସ୍ତୁତ କରିବେ।

କର୍କଟ: ଦିନଟି ଖୁସି ଭରା ରହିବ। କ୍ୟାରିୟରରେ ସଫଳତା ହାସଲ କରିବେ। ବିବାହିତଙ୍କ ଲାଗି ଦିନଟି ଭଲ। ଜରୁରୀ କାମ ସଂପୂର୍ଣ୍ଣ କରିବା ଉଦ୍ୟମରେ ସଫଳ ହେବେ।

ସିଂହ: ମନରେ ଉତ୍ସାହ ବଜାୟ ରହିବ। ଅବିବାହିତ ଲୋକଙ୍କ ଭାଗ୍ୟ ଉଜ୍ଜ୍ବଳ ହେବ। ଛାତ୍ରଙ୍କୁ ପ୍ରତିଯୋଗୀ ପରୀକ୍ଷାରେ ଭଲ ପରିଣାମ ପ୍ରାପ୍ତ ହେବ।

କନ୍ୟା: ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ଭାଗୀଦାରି କାରବାରରେ ଲାଭ ପାଇବେ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହ ସମୟ ଅତିବାହିତ କରି ଆନନ୍ଦ ପାଇବେ।

ତୁଳା: ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କୁ ଧନଲାଭ ହେବ। ଦୀର୍ଘ ଦିନର ସ୍ଥଗିତ କାମ ପୂରା ହେବ। ପରିଶ୍ରମର ସନ୍ତୋଷଜନକ ଫଳ ପାଇବେ।

ବିଛା: ଏକାଗ୍ରତାର ସହ କରୁଥିବା କାମରେ ସଫଳ ହେବେ। ନୂଆ କାମ କରିବା ଲାଗି ଯୋଜନା କରିବେ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ। କ୍ଷୁଦ୍ର ଉଦ୍ୟୋଗୀଙ୍କୁ ଯଥେଷ୍ଟ ଲାଭ ହେବ।

ଧନୁ: ଆର୍ଥିକ ମାମଲାରେ ଅନ୍ୟ ଉପରେ ଅଧିକ ଭରସା କରନ୍ତୁ ନାହିଁ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଜୀବନସାଥୀଙ୍କ ସହ କୌଣସି ଧର୍ମାନୁଷ୍ଠାନକୁ ଯିବେ।

ମକର: ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ସମସ୍ତଙ୍କ ଦୃଷ୍ଟିରେ ଭଲ ହୋଇ ରହିବେ। ପରିବାରରେ ଧାର୍ମିକ ଅନୁଷ୍ଠାନ କରିବା ଲାଗି ଯୋଜନା କରିବେ।

କୁମ୍ଭ: ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। ଅଜଣା ବ୍ୟକ୍ତିଙ୍କ ମାଧ୍ୟମରେ ଲାଭ ପାଇବେ। ମାଆ ଆପଣଙ୍କର ମନ ପସନ୍ଦର ବ୍ୟଞ୍ଜନ ତିଆରି କରି ଖୁଆଇବେ।

ମୀନ: ଅଫିସରେ କୌଣସି କାମ ନେଇ ସହକର୍ମୀଙ୍କ ସହ ବିଚାର ବିମର୍ଶ କରିବେ। ବେପାରରେ ଯଥେଷ୍ଟ ଲାଭ ପାଇବେ। ଛାତ୍ରଙ୍କର ବନ୍ଧୁମାନଙ୍କ ସହ ମିଳାମିଶା ବଢ଼ିବ।

The post ଜାଣନ୍ତୁ ଆସନ୍ତାକାଲିର ରାଶିଫଳ first appeared on Sambad.

from ଜୀବନଚର୍ଯ୍ୟା | Sambad https://ift.tt/3p06AJL

Post a Comment

0 Comments