ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କାର୍ଯ୍ୟକ୍ଷେତ୍ରରେ ଧନଲାଭର ନୂଆ ଉତ୍ସ ଖୋଜିବେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ ସୁଯୋଗ ମିଳିବ। ଆପଣ କରିଆସୁଥିବା ଉଦ୍ୟମରେ ସଫଳ ହେବେ।

ବୃଷ: ଜୀବନସାଥୀଙ୍କ ସହଯୋଗରେ ଆଗକୁ ବଢ଼ିବାର ସୁଯୋଗ ପାଇବେ। ନୂଆ ବେପାର ଆରମ୍ଭ କରିବା ପାଇଁ ଭାବିବେ। ଶୀଘ୍ର ଅଫିସ କାମ ସାରିବାର ଯୋଜନା କରିବେ।

ମିଥୁନ: ପୁରୁଣା ବ୍ୟବସାୟ ଚୁକ୍ତିରୁ ଆପଣଙ୍କୁ ଲାଭ ହେବ। ସାମାଜିକ କାମରେ ସହଯୋଗ କରିବେ। କୌଣସି ଶୁଭ କାର୍ଯ୍ୟ ପାଇଁ ପରିବାର ଲୋକଙ୍କ ସହ କଥା ହେବେ।

କର୍କଟ: ବ୍ୟବସାୟ ଚୁକ୍ତି କରିବାକୁ ଯାଉଥିଲେ ଅଭିଜ୍ଞ ବ୍ୟକ୍ତିଙ୍କ ସାହାଯ୍ୟ ନିଅନ୍ତୁ। ସରକାରୀ କାମ ପୂରା କରିବାକୁ ଅଧିକ ସମୟ ଲାଗିପାରେ।

ସିଂହ: ଯାହା ବି କାମ ଆରମ୍ଭ କରିବେ ସେଥିରେ ସଫଳତା ପାଇବେ। ବଡ଼ କଂପାନିରୁ ଚାକିରି ପାଇଁ ଡାକରା ଆସିବ। ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ଭଲ।

କନ୍ୟା: ଲୋକଙ୍କୁ ପ୍ରଭାବିତ କରିବାରେ ସଫଳ ହେବେ। ରାଜନୀତି କ୍ଷେତ୍ରରେ ଥିବା ଲୋକ ସଫଳତା ଓ ମାନ ସମ୍ମାନ ପାଇବେ। ନୂଆ ଲୋକ ବନ୍ଧୁତାର ହାତ ବଢ଼ାଇବେ।

ତୁଳା: ଆପଣଙ୍କ ବ୍ୟବହାରରେ ଲୋକମାନେ ପ୍ରଭାବିତ ହେବେ। ଚାକିରି ଖୋଜୁଥିବା ବ୍ୟକ୍ତି ଶୁଭ ଖବର ପାଇବେ। ସନ୍ତାନଙ୍କୁ କ୍ୟାରିୟରରେ ବଡ଼ ସଫଳତା ମିଳିବ।

ବିଛା: ସାମାଜିକ ଗଣମାଧ୍ୟମରେ ଯାହାଙ୍କୁ ବନ୍ଧୁ ଭାବେ ଗ୍ରହଣ କରିବେ ତାଙ୍କ ସହ ବନ୍ଧୁତା ଦୀର୍ଘସ୍ଥାୟୀ ହେବ। ସରକାରୀ ଚାକିରିଆଙ୍କୁ କୌଣସି କାମ ପାଇଁ ପ୍ରୋତ୍ସାହନ ମିଳିବ।

ଧନୁ: ବନ୍ଧୁଙ୍କ ଠାରୁ ଭଲ ପରାମର୍ଶ ପାଇବେ। ବ୍ୟବସାୟରେ ବାକି ପଡ଼ିଥିବା ଅର୍ଥ ମିଳିବ। ଦାମ୍ପତ୍ୟ ଜୀବନ ଭଲ କରିବା ପାଇଁ ଜୀବନସାଥୀଙ୍କ ସହ କଥା ହେବେ।

ମକର: ନିର୍ଦ୍ଧାରିତ ସମୟରେ କାମ ସଂପୂର୍ଣ୍ଣ କଲେ ଆପଣଙ୍କୁ ଲାଭ ମିଳିବ। ନୂଆ କାମ କରିବା ପୂର୍ବରୁ ବରିଷ୍ଠଙ୍କ ପରାମର୍ଶ ନିଅନ୍ତୁ। ଚାକିରିଆ ନିଜର ଭାଷା ଉପରେ ଧ୍ୟାନ ଦିଅନ୍ତୁ।

କୁମ୍ଭ: ପ୍ରତିଟି କାମ ମନୋଯୋଗରେ କଲେ ସଫଳତା ପାଇବେ। ଜୀବନସାଥୀଙ୍କ ବିଚାରକୁ ବୁଝିବାକୁ ଚେଷ୍ଟା କରିବେ। ବିଦ୍ୟାର୍ଥୀ ପ୍ରତିଯୋଗିତା ପରୀକ୍ଷା ପାଇଁ ଫର୍ମ ଭରିବେ।

ମୀନ: ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ସବୁ କାମ ସହଜରେ ପୂରା ହୋଇଯିବ। ଏମିତି ବ୍ୟକ୍ତିଙ୍କ ସହ ମିଶିବେ ଯିଏ ଆପଣଙ୍କ ନୂଆ କାମରେ ସାହାଯ୍ୟ କରିବେ।

The post ଜାଣନ୍ତୁ ଆସନ୍ତାକାଲିର ରାଶିଫଳ first appeared on Sambad.

from ଜୀବନଚର୍ଯ୍ୟା | Sambad https://ift.tt/3yivN53

Post a Comment

0 Comments