ମେଥି ଶାଗରେ ରହିଛି ଅନେକ ଉପକାରୀ ଗୁଣ, ଏହାକୁ ଖାଇ ଗୁଡ଼ାଏ ରୋଗକୁ ଦୂରେଇ ଦିଅନ୍ତୁ

ଫଳ, ପରିବା ଅନ୍ୟ ସମସ୍ତ ସର୍ବୋତ୍ତମ ଆହରଠାରୁ ଶାଗରେ ଯଥେଷ୍ଟ ପରିମାଣରେ ଅଧିକ ଭିଟାମିନ୍‌ ରହିଛି। ତାହା ଆପଣ ଜାଣିଥିବେ ନିଶ୍ଚୟ। ତେବେ ପ୍ରତ୍ୟେକ ଶାଗରେ ଭିନ୍ନ ଭିଟାମିନ୍‌ ରହିଥାଏ। ସେହିପରି ଏକ ଶାଗ ହେଉଛି ମେଥି ଶାଗ।

ବିଶେଷ କରି ଏହି ଶାଗ ପେଟ ସମ୍ବନ୍ଧିତ ସମସ୍ୟାକୁ ଦୂର କରିଥାଏ। ଗ୍ୟାସ୍‌ଷ୍ଟ୍ରିକ୍‌ରୁ ନେଇ ପେଟ ସମ୍ବନ୍ଧିତ ଯେତେ ସବୁ ଯନ୍ତ୍ରଣାକୁ ମେଥି ଶାଗ ଖାଇ ଦୂରେଇ ଦେଇ ହୁଏ।

ଏହା କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣରେ ରଖେ। ତେଣୁ, ଆପଣ ଦୈନନ୍ଦିନ ଖାଦ୍ୟରେ ମେଥି ଶାଗକୁ ସାମିଲ୍‌ କରାଇପାରନ୍ତି।

ଏହା ରକ୍ତରେ ଶର୍କରା ଭାଗକୁ ବି ନିୟନ୍ତ୍ରଣରେ ରଖେ। ଏହା ଏକ ଆଣ୍ଟି-ବାୟୋଟିକ୍‌ ଉପାଦାନ ପରି କାମ କରିଥାଏ। ଏହା ବିଶେଷ କରି ଟାଇପ୍‌-୨ ମଧୁମେହ ରୋଗୀଙ୍କ ପାଇଁ ଔଷଧ ପରି କାମ କରେ।

ରକ୍ତ ଚାପକୁ ନିୟନ୍ତ୍ରଣରେ ରଖିବା ପାଇଁ ମଧ୍ୟ ମେଥି ଶାଗ ଖୁବ୍‌ ଭଲ। ଏହା ବ୍ୟତୀତ ତ୍ୱଚା, କେଶ, ଅଣ୍ଟା ବିନ୍ଧା ଆଦି ପାଇଁ ମେଥି ଶାଗ ଖାଇବା ନିତାନ୍ତ ଜରୁରୀ।

କେବଳ ଶାଗ କାହିଁକି ପ୍ରତ୍ୟେକ ପରିବାରର ରୋଷେଇ ଘରେ ମେଥି ନିଶ୍ଚୟ ରହିଥାଏ। କେବଳ ରୋଷଇ ଘରେ କାହିଁକି, ଠାକୁର ଘରେ ବି ରହିଥାଏ। ଏହାର ପ୍ରୟୋଗରେ ମୁଣ୍ଡବିନ୍ଧା, କୋଲେଷ୍ଟ୍ରଲ୍‌, ଉଚ୍ଚ ରକ୍ତଚାପ, ମଧୁମେହ ଆଦି ରୋଗର ନିରାକରଣ ହୋଇଥାଏ। ଆପଣ ଯଦି ସବୁବେଳେ ମେଥି ପ୍ରୟୋଗ କରିପାରୁନାହାନ୍ତି ତେବେ ମେଥି ଶାଗ ଖାଇବା ଦ୍ୱାରା ଏସବୁ ସମସ୍ୟାକୁ ଦୂରେଇ ଦେଇ ପାରିବେ।

The post ମେଥି ଶାଗରେ ରହିଛି ଅନେକ ଉପକାରୀ ଗୁଣ, ଏହାକୁ ଖାଇ ଗୁଡ଼ାଏ ରୋଗକୁ ଦୂରେଇ ଦିଅନ୍ତୁ first appeared on Sambad.

from ଜୀବନଚର୍ଯ୍ୟା | Sambad https://ift.tt/3lwcMpk

Post a Comment

0 Comments