ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି ସଞ୍ଜୟ କପୁରଙ୍କ ଝିଅ ସନୟା କପୁର, ସୂଚନା ଦେଲେ କରଣ ଜୋହର

ମୁମ୍ବାଇ: ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି ସଞ୍ଜୟ କପୁର ଓ ମାହୀପ କପୁରଙ୍କ ସୁକନ୍ୟା ସନୟା କପୁର୍‌। ଏ ନେଇ ସିନେ ନିର୍ମାତା କରଣ ଜୋହର ଆଜି ଘୋଷଣା କରିଛନ୍ତି। ସେ ଏକ ଇନ୍‌ଷ୍ଟା ପୋଷ୍ଟ୍‌ରେ ସନୟା କପୁର ଧର୍ମା ପ୍ରଡକ୍ସନରେ ନିଜର ଡେବ୍ୟୁ କରିବାକୁ ଯାଉଛନ୍ତି ବୋଲି ଘୋଷଣା କରିବା ସହ ଚଳଚ୍ଚିତ୍ରର ସୁଟିଂ କାର୍ଯ୍ୟ ଆସନ୍ତା ଜୁଲାଇ ମାସରୁ ଆରମ୍ଭ ହେବାକୁ ଯାଉଛି ବୋଲି ମଧ୍ୟ ସୂଚନା ଦେଇଛନ୍ତି।

 

 

View this post on Instagram

 

A post shared by Karan Johar (@karanjohar)

ସେ ସନୟାଙ୍କ ଫଟୋ ଓ ଭିଡିଓ କୋଲାଜ କରି ଏକ ଚମତ୍କାର ଭିଡିଓ  ପୋଷ୍ଟ୍‌ କରି ଏହି ଖବର ଦେଇଛନ୍ତି। ସନୟା ମଧ୍ୟ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଏ ନେଇ ନିଜର ଖୁସି ବ୍ୟକ୍ତ କରିଛନ୍ତି। ମାଆ ମାହୀପ କପୁର ମଧ୍ୟ ଏହି ଖୁସି ଖବରକୁ ତାଙ୍କ ପ୍ରଶଂସକମାନଙ୍କ ସହ ବାଣ୍ଟିଛନ୍ତି।

 

 

View this post on Instagram

 

A post shared by Shanaya Kapoor 🤎 (@shanayakapoor02)

 

 

View this post on Instagram

 

A post shared by Maheep Kapoor (@maheepkapoor)

The post ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି ସଞ୍ଜୟ କପୁରଙ୍କ ଝିଅ ସନୟା କପୁର, ସୂଚନା ଦେଲେ କରଣ ଜୋହର first appeared on Sambad.

from ଜୀବନଚର୍ଯ୍ୟା | Sambad https://ift.tt/3lDYF1j

Post a Comment

0 Comments