ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କାହାରି ଠାରୁ ଉପହାର ପାଇବେ। ପରିବାରରେ ଆନନ୍ଦ ଉଲ୍ଲାସର ପରିବେଶ ରହିବ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ।

ବୃଷ: ଆପଣଙ୍କ ଭିତରେ ଆତ୍ମବିଶ୍ବାସ ଭରି ରହିବ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ହେବ। ଚାକିରିଆଙ୍କୁ ଉନ୍ନତି ମିଳିପାରେ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

ମିଥୁନ: ବାପା ମାଆଙ୍କ ସହିତ ଧର୍ମସ୍ଥାନକୁ ଯାଇପାରନ୍ତି। ବଡ଼ ସୁଯୋଗ ମିଳିବା ହେତୁ ଧନଲାଭ ହୋଇପାରେ। ଜୀବନସାଥୀଙ୍କ ସହ ସାମଞ୍ଜସ୍ୟ ବଜାୟ ରହିବ।

କର୍କଟ: ପରିବାରରେ ମାଙ୍ଗଳିକ ଆୟୋଜନର ରୂପରେଖ ପ୍ରସ୍ତୁତ କରିବେ। ଲୋକପ୍ରିୟତା ବଢ଼ିବ। କର୍ମଜୀବୀ ମହିଳାଙ୍କର ଦରମା ବଢ଼ିପାରେ।

ସିଂହ: ଦିନଟି ପୂର୍ବ ଅପେକ୍ଷା ଭଲ ହେବ। ଜୀବନସାଥୀଙ୍କ ସହଯୋଗ ମିଳିବା ହେତୁ ଉତ୍ସାହିତ ରହିବେ। ସରକାରୀ କର୍ମଚାରୀଙ୍କୁ ଲାଭ ମିଳିପାରେ।

କନ୍ୟା: ବ୍ୟବସାୟ ସମ୍ବନ୍ଧରେ ଯାତ୍ରା ଯୋଗ ରହିଛି। କାମର ଗତି ମନ୍ଥର ହୋଇପାରେ। ରାଜନୀତିରେ ଆର୍ଥିକ ଲାଭ ହେବ।

ତୁଳା: ଖୋଦକୁ ଶକ୍ତିରେ ପୂର୍ଣ୍ଣ ଅନୁଭବ କରିବେ। ଉନ୍ନତି ପାଇଁ ନୂଆ ରାସ୍ତା ଫିଟିବ। ବନ୍ଧୁ ସହ କୌଣସି କଥାକୁ ନେଇ ତର୍କବିତର୍କ ହୋଇପାରେ।

ବିଛା: ଘରୋଇ କାମ ସମାପ୍ତ କରିବାରେ ସଫଳ ହେବେ। କାର୍ଯ୍ୟକ୍ଷମତା ବଳରେ ଆଗକୁ ବଢ଼ିବେ। ପ୍ରେମିକଙ୍କ ଠାରୁ ଆପଣଙ୍କୁ ସୁଖଦ ଉପହାର ମିଳିବ।

ଧନୁ: ବନ୍ଧୁ ଠାରୁ ଭଲ ପରାମର୍ଶ ପାଇବେ। ଅଜଣା ଲୋକଙ୍କ ଉପରେ ଭରସା କରନ୍ତୁ ନାହିଁ। ଅଭାବୀ ଲୋକଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼ାଇବେ।

ମକର: ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ। କ୍ୟାରିୟରରେ ବଡ଼ ସଫଳତା ହାସଲ ହେବ। ପ୍ରିୟବନ୍ଧୁ ସହ ସମ୍ବନ୍ଧ ମଜଭୁତ ହେବ।

କୁମ୍ଭ: ଚାକିରିଆଙ୍କ ଲାଗି ଦିନଟି ଲାଭକାରୀ ହେବ। କାର୍ଯ୍ୟକ୍ଷେତ୍ରରେ ଆହ୍ବାନର ସାମନା କରିବେ। ଛାତ୍ରଙ୍କ ଲାଗି ଦିନଟି ଭଲ।

ମୀନ: ବନ୍ଧୁ ଠାରୁ ଆର୍ଥିକ ସାହାଯ୍ୟ ପାଇବେ। ସ୍ବାସ୍ଥ୍ୟ ନେଇ ସତର୍କ ରୁହନ୍ତୁ। ସପରିବାର ବଡ଼ ସହରକୁ ବୁଲି ଯିବାର ଯୋଜନା କରିପାରନ୍ତି।

The post ଜାଣନ୍ତୁ ଆସନ୍ତାକାଲିର ରାଶିଫଳ first appeared on Sambad.

from ଜୀବନଚର୍ଯ୍ୟା | Sambad https://ift.tt/2WM7Tjy

Post a Comment

0 Comments