ମେଷ: ବାପାଙ୍କର ସ୍ନେହ ପାଇବେ। କୌଣସି କାମରେ ଆପଣଙ୍କ ସମ୍ମୁଖକୁ ବଡ଼ ଚ୍ୟାଲେଞ୍ଜ ଆସିବ। ସାମାଜିକ କାର୍ଯ୍ୟ ଲାଗି ଆପଣଙ୍କୁ ସମ୍ମାନିତ କରାଯିବ।
ବୃଷ: ସଂଚାର କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। କାନୁନ ମାମଲାରେ ଆପଣଙ୍କୁ ଆରାମ ମିଳିବ। ବ୍ୟବସାୟୀ ନିଜର ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସମ୍ଭାଳି କରି ରଖନ୍ତୁ।
ମିଥୁନ: ଓକିଲଙ୍କ ଲାଗି ଦିନଟି ମହତ୍ତ୍ବପୂର୍ଣ୍ଣ। ବନ୍ଧୁ ସହ ଫୋନରେ କଥା ହେବେ। ଧାର ଦେଇଥିବା ପଇସା ଫେରସ୍ତ ପାଇବେ। ଜୀବନସାଥୀଙ୍କ ସହ ଘରେ ସିନେମା ଦେଖିବେ।
କର୍କଟ: ଜମି କିଣିବା ପୂର୍ବରୁ ଦଲିଲକୁ ଭଲଭାବେ ଯାଞ୍ଚ କରି ନିଅନ୍ତୁ। ଅଜଣା ବ୍ୟକ୍ତିଙ୍କ ସହ କଥା ହେବାବେଳେ ଠିକ୍ ଭାଷା ପ୍ରୟୋଗ କରନ୍ତୁ। ପ୍ରେମୀ ଯୁଗଳଙ୍କ ଲାଗି ଭଲ ଦିନଟିଏ।
ସିଂହ: ପେସାଦାର ବ୍ୟବସାୟୀ ଭଲ ଜାଗାରେ ନିବେଶ ଲାଗି ସୁଯୋଗ ପାଇବେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ବିବାହ ଲାଗି ଘର ଲୋକଙ୍କ ସହ କଥା ହେବେ।
କନ୍ୟା: ଆପଣ ଆଜି ଲୋକଙ୍କ ସହ ପ୍ରେମପୂର୍ବକ କଥା ହେବେ। ତରବରିଆ ଭାବେ କାମ କଲେ ଭୁଲ୍ ହୋଇପାରେ। ଇଲେକ୍ଟ୍ରୋନିକ୍ସ ବ୍ୟବସାୟୀଙ୍କୁ ଧନଲାଭ ହେବ।
ତୁଳା: ଆପଣଙ୍କ ଲାଗି ଯେଉଁ ଜିନିଷ ମହତ୍ତ୍ବପୂର୍ଣ୍ଣ ତା’ ଉପରେ ଗୁରୁତ୍ବ ଦିଅନ୍ତୁ। ବନ୍ଧୁ ଓ କାମ ମଧ୍ୟରେ ଭାରସାମ୍ୟ ବଜାୟ ରଖନ୍ତୁ। ପାରିବାରିକ ଜୀବନ ଆନନ୍ଦମୟ ହେବ।
ବିଛା: କୌଣସି ବନ୍ଧୁଙ୍କୁ ମନର କଥା କହିବେ। ପୂର୍ବ ବିଚାରକୁ ଛାଡ଼ି ନୂଆ ବିଚାର ଗ୍ରହଣ କରିବେ। କାରବାର ବୃଦ୍ଧି ଲାଗି ଦିନଟି ଶୁଭ। ଜୀବନସାଥୀଙ୍କ ସହ ସମ୍ବନ୍ଧ ମଧୁର ହେବ।
ଧନୁ: ନିବେଶ ଲାଗି ଭଲ ଦିନଟିଏ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଘରୋଇ କଂପାନିରେ ଚାକିରି ଲାଗି ଡାକରା ଆସିବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।
ମକର: ଅଧ୍ୟାପକଙ୍କ ଲାଗି ଦିନଟି ଭଲ। କୌଣସି କଲେଜରେ ବକ୍ତୃତା ଦେବା ଲାଗି ଡାକରା ଆସିବ। ବାପା ମାଆଙ୍କ ଆଶୀର୍ବାଦ ନିଅନ୍ତୁ ସଫଳତା ପାଇବେ।
କୁମ୍ଭ: ଭାବିଥିବା କାମ ସଂପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ। ବନ୍ଧୁ ସହିତ ଲାଗି ରହିଥିବା ମତଭେଦ ଦୂର ହୋଇଯିବ। ପାରିବାରିକ ଜୀବନ ସୁଖକର ହେବ।
ମୀନ: ଚାକିରି ବୃତ୍ତିରେ ଆଶାଜନକ ଫଳ ପାଇବେ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ। ବାହନ କିଣିବାର ଆଶା ବଢ଼ିବ।
The post ଜାଣନ୍ତୁ ଆଜିର ରାଶିଫଳ first appeared on Sambad.from ଜୀବନଚର୍ଯ୍ୟା | Sambad https://ift.tt/3kxHijJ
0 Comments