ଭାଇରାଲ୍‌ ହେଉଛି ସୁର ରାଉତରାୟଙ୍କ ‘ତୋ ପ୍ରେମରେ ପଡ଼ିଗଲିକି’

ଖଣ୍ଡଗିରି: ‘ନିଦ ଚୋରି କଲୁ, ନିଦ ଚୋରି କଲୁ ଏମିତି କେମିତି …, ଆଲୋ ଆଖି ମାରିଦେଇ ମନ ନେଇଗଲୁ ଏମିତି କେମିତି…’। ୟୁଟ୍ୟୁବ୍‌ରେ ସଦ୍ୟ ରିଲିଜ୍‌ ହୋଇଥିବା ଏହି ଗୀତଟି ଏବେ ଜୋର୍‌ଦାର୍‌ ଭାଇରାଲ୍‌ ହେଉଛି। ଅର୍ମାନ୍‌ ମ୍ୟୁଜିକ୍‌ ବ୍ୟାନର୍‌ରେ ମୁକ୍ତିଲାଭ କରିଥିବା ଏହି ଭିଡିଓକୁ ଅଦ୍ୟାବଧି ୫୦ହଜାର ଦର୍ଶକ ଦେଖିସାରିଥିବା ବେଳେ ୫୬୧ଜଣ ପ୍ରତିକ୍ରିୟା ଦେଇଛନ୍ତି। ବଡ଼ କଥା ହେଉଛି, ଗୀତରେ ଅଭିନୟ କରିଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତରାୟ ଓ ତାଙ୍କ ସହଧର୍ମିଣୀ ମାନି। ଦୁଇଜଣଙ୍କ ମଜାଳିଆ ଅଭିନୟ ଦର୍ଶକମାନଙ୍କ ମନ କିଣି‌ନେଇଛି। ଏହି ଗୀତ ପାଇଁ କଣ୍ଠଦାନ କରିଛନ୍ତି ଅଭିଜିତ ଭଟ୍ଟାଚାର୍ଯ୍ୟ ଓ ଜ୍ୟୋତିର୍ମୟୀ ନାୟକ। ତପୁ ନାୟକ ଗୀତ ରଚନା କରିଛନ୍ତି। ନିର୍ଦେଶନା ଦେଇଛନ୍ତି ଜାପାନୀ ଭାଇ। ସୂଚନାଯୋଗ୍ୟ, ଶ୍ରୀ ରାଉତରାୟଙ୍କ ପଦିଏ କଥା ଗଣମାଧ୍ୟମକୁ ଚର୍ଚ୍ଚାର ଖୋରାକ ଯୋଗାଏ। ତାଙ୍କ ଠୋ ଠା କଥା ଓ ମୁହଁରେ ବାଡ଼ବତା ନଥିବା ଢ଼ଙ୍ଗ ତାଙ୍କୁ ଲୋକପ୍ରିୟତା ଦେଇଆସିଛି। ସେଥିପାଇଁ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ପ୍ରତି ପ୍ରସଙ୍ଗରେ ତାଙ୍କ ପ୍ରତିକ୍ରିୟା ସଂଗ୍ରହ କରିବାକୁ ଅପେକ୍ଷା କରିଥା’ନ୍ତି। ତେଣୁ ଏହି ଭିଡିଓଟି ଏବେ ଆଶାତୀତ ଭାବେ ଲୋକପ୍ରିୟତା ହାସଲ କରିବାରେ ଲାଗିଛି।

The post ଭାଇରାଲ୍‌ ହେଉଛି ସୁର ରାଉତରାୟଙ୍କ ‘ତୋ ପ୍ରେମରେ ପଡ଼ିଗଲିକି’ first appeared on Sambad.

from ଜୀବନଚର୍ଯ୍ୟା | Sambad https://ift.tt/3EzvpRM

Post a Comment

0 Comments