
ନୂଆଦିଲ୍ଲୀ: ଯଦି ଆପଣଙ୍କୁ ବାରମ୍ବାର ଥକ୍କାପଣ, ମୁଣ୍ଡ ବୁଲାଇବା, ଓଜନ ବଢିବା ଏବଂ ମାଂସପେଶୀ ଦୁର୍ବଳ ଲାଗିବା ଭଳି ଅସୁବିଧା ଦେଖା ଦେଉଛି ତେବେ ଶରୀରରେ ଥାଇରଏଡ୍ ଭଳି ସମସ୍ୟା ଥାଇପାରେ। ଏଭଳି ସମୟରେ ଫାଇବର୍ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଏହି ରୋଗରୁ ମୁକ୍ତି ମିଳିପାରିବ ।
ଥାଇରଏଡ୍ ଭଳି ସମସ୍ୟାକୁ ନିଜଠାରୁ ଦୂରେଇବା ପାଇଁ କରନ୍ତୁ ଏହାର ବ୍ୟବହାର :
ଗାଜରରେ ଆଣ୍ଟିଅକ୍ସିଡେଣ୍ଟସ୍ ଏବଂ ବିଟା କେରୋଟିନ୍ ତତ୍ତ୍ୱ ଥାଏ ଯାହା ଥାଇରଏଡ୍ ର ହାମୋର୍ସକୁ ନିୟନ୍ତ୍ରିତ କରିଥାଏ । ତେଣୁ ପ୍ରତିଦିନ ଗୋଟିଏ ଲେଖାଏଁ ଗାଜର ଖାଇଲେ ଥାଇରଏଡରୁ ମୁକ୍ତି ମିଳିବ । ଏଥିରେ ଆଇରନ୍ ଏବଂ ଫାଇବର ଅଧିକ ଥିବାରୁ ଥାଇରଏଡ୍ ପାଇଁ ବହୁତ ଭଲ ହୋଇଥାଏ । ଯଦି ଆପଣ ୨୦ ଦିନ ଲଗାତାର ଗାଜର ଖାଇବେ ତେବେ ଆପଣଙ୍କ ଥାଇରଏଡ୍ ସମସ୍ୟା କମିଯିବ ।
ସେଓରେ ମଧ୍ୟ ପେକ୍ଟିନ୍ ଏବଂ ଫାଇବର୍ ହୋଇଥାଏ ଯାହା ଶରୀରର ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସଫଳ ହୋଇଥାଏ । ଦିନରେ ଗୋଟିଏ ବିଟ୍ ମଧ୍ୟ ଖାଇବାକୁ ଚେଷ୍ଟା କରନ୍ତୁ । ଏଥିରେ ଥାଇରଏଡ୍ କମ୍ କରିବାର ତତ୍ତ୍ୱ ଥାଏ । ଏଥିରେ ଇମ୍ୟୁନ୍ ସିଷ୍ଟମ୍ ବଢିଥାଏ ଏବଂ ଥାଇରଏଡ୍ ହରମୋନ୍ ନିୟନ୍ତ୍ରିତ ହୋଇଥାଏ ।
ଯେଉଁ ଲୋକଙ୍କ ଠାରେ ଥାଇରଏଡ୍ ଭଳି ସମସ୍ୟା ଦେଖାଯାଏ ସେମାନେ ଆଖୁ ଖାଆନ୍ତୁ ନାହିଁ । ଥଣ୍ଡାପାନୀୟ,ଦହି,କ୍ୟାଣ୍ଡି,ଚକଲେଟ୍ ,କୁକିଜ୍ ,ପେଷ୍ଟ୍ରୀ ଆଦିର ସେବନ କରନ୍ତୁ ନାହିଁ ।
ଅଧିକ ଲୁଣ ଖାଇବା ଦ୍ୱାରା ଥାଇରଏଡ୍ ଅଧିକ ବଢିଥାଏ । ହାଇପୋଥାଇରଡିଜମରେ ଗ୍ରସ୍ଥିତ ଥିବା ଲୋକ ଅଧିକ ଲୁଣ ଖାଇବାରୁ ବଞ୍ଚନ୍ତୁ । ଶୁଦ୍ଧ କ୍ଷୀର ପିଅନ୍ତୁ ନାହିଁ । ଫୁଟିଥିବା କ୍ଷୀର ପିଇବାକୁ ଚେଷ୍ଟା କରନ୍ତୁ । ଯଦି ଆପଣ ପୂର୍ବରୁ ଏହି ରୋଗରେ ପୀଡିତ ଅଛନ୍ତି ତେବେ ଅଧିକ ଉତ୍ତେଜିତ ଥିବା ପଦାର୍ଥ ଖାଆନ୍ତୁ ନାହିଁ । ମିଠା,ଲୁଣି,ରାଗ ଅଧିକ ଖାଆନ୍ତୁ ନାହିଁ ।
The post ଆପଣଙ୍କ ଶରୀରରେ ଏସବୁ ସମସ୍ୟା ଦେଖା ଦେଉଛି କି, ତେବେ ହୋଇଯାଆନ୍ତୁ ସାବଧାନ first appeared on Sambad.from ଜୀବନଚର୍ଯ୍ୟା | Sambad https://ift.tt/3on7pMs
0 Comments