
ନୂଆଦିଲ୍ଲୀ: ୨୦୨୦ମସିହାରୁ ବିଶ୍ବରେ ଆତଙ୍କ ଖେଳାଇଛି କରୋନା। ସଂକ୍ରମଣ ବଢ଼ିବା ସହ ନୂଆ ନୂଆ ଭାରିଆଣ୍ଟ ପାଇଁ ଲୋକଙ୍କ ଜୀବନ ବଞ୍ଚିବାଶୈଳୀ ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି। କରୋନାର ଦ୍ବିତୀୟ ଲହରରେ ଅନେକ ଲୋକ ନିଜର ପ୍ରିୟଜନଙ୍କୁ ହରାଇଥିବା ବେଳେ ବର୍ତ୍ତମାନ ଏହାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରିଛି। ଏହି ଭାରିଆଣ୍ଟ ପ୍ରଥମେ ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ବେଳେ ଧୀରେ ଧୀରେ ଏହା ୩୦ରୁ ଅଧିକ ଦେଶକୁ ବ୍ୟାପିସାରିଲାଣି। କିଛି ବିଶେଷଜ୍ଞ ଏହି ଭାରିଆଣ୍ଟ ଡେଲଟାଠାରୁ ମାରାତ୍ମକ ବୋଲି କହିସାରିଥିବା ବେଳେ ଏହା ଉପରେ ଟିକାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କୁହାଯାଉଛି। ଏଭଳି ସ୍ଥିତିରେ ଆପଣ ନିଜକୁ ଏବଂ ନିଜ ପରିବାରକୁ କିପରି ସୁରକ୍ଷିତ ରଖିବେ, ଆସନ୍ତୁ ଜାଣିବା..
୧. କିଛି ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ କରୋନାର ଏହି ଭାରିଆଣ୍ଟ ସହିତ ଲଢ଼ିବା ପାଇଁ ଟିକା ଏକ ପ୍ରଭାବଶାଳୀ ସମାଧାନ ହୋଇପାରେ। ଭାରତ ସମେତ ଅନେକ ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଦ୍ରୁତ ଗତିରେ ଚାଲିଛି। ଏପରି ପରିସ୍ଥିତିରେ, ଆପଣ ନିଜର ପରିବାର ଏବଂ ଆପଣଙ୍କ ଆଖପାଖର ଥିବା ଲୋକଙ୍କୁ ଟିକା ନେବା ପାଇଁ ଉତ୍ସାହିତ କରିବା ଆବଶ୍ୟକ। କରୋନା ସଂକ୍ରମଣ ରୋକିବାରେ ଟିକା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।
୨. କରୋନାର ଓମିକ୍ରନ୍ ଭାରିଆଣ୍ଟଠାରୁ ନିଜକୁ ରକ୍ଷା କରିବା ପାଇଁ ନିଶ୍ଚିତ ଭାବରେ ମାସ୍କ ବ୍ୟବହାର କରନ୍ତୁ। ଡାକ୍ତରଙ୍କ ଅନୁଯାୟୀ, ଘରୁ ବାହାରକୁ ଯିବାବେଳେ ମାସ୍କ ନିଶ୍ଚିତ ବ୍ୟବହାର କରନ୍ତୁ। କରୋନା ସଂକ୍ରମଣରୁ ରକ୍ଷା କରିବାରେ ଏହା ଅତ୍ୟନ୍ତ ପ୍ରଭାବଶାଳୀ।

୩. କରୋନା କଟକଣା କୋହଳ ହେବା ପରେ ଏବେ ଲୋକେ ସାମାଜିକ ଦୂରତା ପାଳନ କରୁନଥିବା ଦେଖାଯାଇଛି। ହେଲେ ଓମିକ୍ରନ୍ ଭାରିଆଣ୍ଟକୁ ବ୍ୟାପିବାରୁ ରୋକିବା ପାଇଁ ସାମାଜିକ ଦୂରତା ପାଳନ କରିବା ନିତାନ୍ତ ଆବଶ୍ୟକ।
୪. କରୋନାରୁ ନିଜକୁ ଏବଂ ନିଜ ପରିବାରକୁ ରକ୍ଷା କରିବା ପାଇଁ, ହାତକୁ ସଠିକ୍ ଭାବରେ ସଫା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ଆପଣ ହ୍ୟାଣ୍ଡ ସାନିଟାଇଜର କିମ୍ବା ସାବୁନ ବ୍ୟବହାର କରିପାରିବେ।
The post ଓମିକ୍ରନ୍ ଭାରିଆଣ୍ଟଠାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଏସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ first appeared on Sambad.from ଜୀବନଚର୍ଯ୍ୟା | Sambad https://ift.tt/3oieeyt
0 Comments