ମେଷ: ଆଧୢାତ୍ମିକ ଭାବନାରେ ସମୟ ବିତିବ। ଅଫିସରେ କୌଣସି ନୂଆ ଦାୟିତ୍ବ ମିଳିପାରେ। ଜୀବନସାଥୀଙ୍କ ସହିତ ମନୋମାଳିନ୍ୟ ହୋଇପାରେ।
ବୃଷ: ଧାର୍ମିକ କାର୍ଯ୍ୟରେ ବିଶ୍ବାସ ବଢ଼ିବ। କୌଣସି ବନ୍ଧୁଙ୍କୁ ସାହାଯ୍ୟ କରିବେ। ଆପଣଙ୍କୁ ନିଜ କାମରେ ଭଲ ପରିଣାମ ମିଳିବ। ସ୍ବାସ୍ଥ୍ୟ ପ୍ରତି ସଚେତ ରୁହନ୍ତୁ।
ମିଥୁନ: ଆପଣଙ୍କର ନମ୍ର ସ୍ବଭାବ ଆପଣଙ୍କୁ ସାହାଯ୍ୟ କରିବ। ଆପଣଙ୍କ ଉପରେ ଲୋକମାନଙ୍କ ବିଶ୍ବାସ ବଜାୟ ରହିବ। ଛାତ୍ରଙ୍କୁ ଶୁଭ ଖବର ମିଳିପାରେ।
କର୍କଟ: କୌଣସି କାମ କରିବା ପାଇଁ ଯୋଜନା କରିବେ। କୃଷିଜୀବୀଙ୍କୁ ଲାଭ ହୋଇପାରେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ସୁଖଦ ହେବ।
ସି˚ହ: ଆକର୍ଷକ କଥାବାର୍ତ୍ତା ବଳରେ ଅନ୍ୟମାନଙ୍କର ଧୢାନ ନିଜ ଆଡ଼କୁ ଟାଣିବେ। ଅଚାନକ ଧନପ୍ରାପ୍ତି ହେବ। ଜୀବନସାଥୀଙ୍କ ସହିତ ସିନେମା ଦେଖିବେ।
କନ୍ୟା: କବିମାନେ କବିତା ପାଠ କରିବାର ସୁଯୋଗ ପାଇବେ। ବ୍ୟବହାର କୁଶଳତା ପାଇଁ ଅଫିସରେ ଆପଣଙ୍କୁ ସମ୍ମାନ ମିଳିବ। ନୂଆ ବାହନ କିଣିବା ଯୋଗ ରହିଛି।
ତୁଳା: ପ୍ରଭୁଙ୍କ ସ୍ମରଣରେ ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ବରିଷ୍ଠଙ୍କ ସହଯୋଗ ପାଇ ଅଫିସ କାମ ସ˚ପୂର୍ଣ୍ଣ କରିବେ। ଘର କାମରେ ଦୂର ସ୍ଥାନକୁ ଯିବେ।
ବିଛା: କିଛି ନୂଆ କରିବାର ଦିନଟିଏ। ଚାକିରିରେ କୌଣସି କାମ ନେଇ ଆପଣଙ୍କର ପ୍ରଶ˚ସା ହେବ। ବ୍ୟବସାୟୀଙ୍କୁ ବଡ଼ ଅର୍ଡର୍ ମିଳିପାରେ।
ଧନୁ: ସବୁ କାମ ଆପଣଙ୍କର ମନ ମୁତାବକ ହେବ। ଆର୍ଥିକ ପରିସ୍ଥିତି ଅନୁକୂଳ ରହିବ। ଜୀବନସାଥୀଙ୍କୁ ଖୁସି ରଖିବା ଲାଗି ଶାଢ଼ି ଉପହାର ଦେଇପାରନ୍ତି।
ମକର: ବିବାହିତ ନିଜର ଜୀବନସାଥୀଙ୍କୁ ଅଧିକ ସମୟ ଦେବେ। ଖୋଳାଳିମାନେ ଭଲ ପ୍ରଦର୍ଶନ କରିବେ। ବ୍ୟବସାୟରେ କିଛି ପରିବର୍ତ୍ତନ ଆଣିବେ।
କୁମ୍ଭ: ନିଜ ବ୍ୟବହାରରେ ଟିକେ ପରିବର୍ତ୍ତନ ଆଣନ୍ତୁ। ଅଫିସରେ ଅଯଥା ସମୟ ନଷ୍ଟ କରନ୍ତୁ ନାହିଁ। ବ୍ୟବସାୟରେ ଆଶାନୁରୂପ ଲାଭ ପାଇବେ।
ମୀନ: ଅନ୍ୟମାନଙ୍କ କଥାରେ ଭରସା କରନ୍ତୁ ନାହିଁ, ଆପଣଙ୍କ ପାଇଁ ଭଲ ହେବ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ। ଛାତ୍ରଙ୍କୁ ଶିକ୍ଷକଙ୍କ ସାହାଯ୍ୟ ମିଳିବ।
The post ଜାଣନ୍ତୁ ଆଜିର ରାଶିଫଳ first appeared on Sambad.
from ଜୀବନଚର୍ଯ୍ୟା – Sambad https://ift.tt/3nzyPuR
0 Comments